ବେଜିଂ: ସାରା ବିଶ୍ବରେ କୋରୋନାର କରାଳ ରୂପ ଜାରି ରହିଛି । କୋରୋନାର ଉତ୍ପତ୍ତି ସ୍ଥଳ କୁହାଯାଉଥିବା ଚୀନରେ କୋରୋନା ସଂକ୍ରମଣ ସ୍ଥିର ରହିଥିବା ବେଳେ ଏବେ ପୁଣି ଥରେ ଚୀନକୁ ଫେରିଛି କୋରୋନା । ଚୀନ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ କହିଛନ୍ତି ଯେ ଚୀନରେ 14 ଟି ନୂଆ କୋଭିଡ-19 ମାମଲା ରିପୋର୍ଟ ହୋଇଛି ଯେଉଁଥିରେ 12 ଜଣଙ୍କ ଠାରେ କୌଣସି ସଂକ୍ରମଣ ଲକ୍ଷଣ ଦେଖାଯାଇନଥିଲା ।
ବର୍ତ୍ତମାନ ଚୀନରେ 82,877 ସଂକ୍ରମଣ ହୋଇଥିବାବେଳେ ଭାଇରସ ଯୋଗୁଁ 4,630 ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ରବିବାର ଦିନ ସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି । ଚୀନ ଜାତୀୟ ସ୍ବାସ୍ଥ୍ୟ ଆୟୋଗ (NHC) କହିଛି ଯେ ଶନିବାର ଦୁଇଟି ନୂତନ ମାମଲା ଆାସିଛି ।