ବେଜିଂ: ମହାମାରୀର ଉତ୍ପତି ସ୍ଥଳ ଚାଇନାରେ କଡ ଲେଉଟଉଛି କୋରୋନା। ସଂକ୍ରମଣ ତାଲିକାରେ ରୋକ ଲାଗିବାପରେ ସମୟ ବ୍ୟବଧାନରେ କିଛି କିଛି ମାମଲା ସାମ୍ନାକୁ ଆସୁଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 12ଟି ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 15ଟି ଲକ୍ଷଣ ବୀହିନ ମାମଲା ରହିଛି। ଏହାସହ ପୂର୍ବରୁ ପୀଡିତ ଥିବା 44 ଆକ୍ରାନ୍ତ ସୁସ୍ଥ ହୋଇଥିବା ଦେଶର ଜାତୀୟ ସ୍ବାସ୍ଥ୍ୟ କମିଶନ ପକ୍ଷରୁ ରବିବାର ସୂଚନା ମିଳିଛି।
ଚୀନରେ ପୁଣି କୋରୋନା କାୟା, 24 ଘଣ୍ଟାରେ 12ଟି ନୂଆ ମାମଲା - COVID-19 cases
ମହାମାରୀର ଉତ୍ପତ୍ତି ସ୍ଥଳ ଚାଇନାରେ କଡ ଲେଉଟଉଛି କୋରୋନା। ସଂକ୍ରମଣ ତାଲିକାରେ ରୋକ ଲାଗିବାପରେ ସମୟ ବ୍ୟବଧାନରେ କିଛି କିଛି ମାମଲା ସାମ୍ନାକୁ ଆସୁଛି। ଗତ 24 ଘଣ୍ଟା ମଧ୍ୟରେ ଦେଶରେ 12ଟି ନୂଆ ମାମଲା ଚିହ୍ନଟ ହୋଇଛି।
ଚୀନରେ ପୁଣି କୋରୋନା କାୟା, 24 ଘଣ୍ଟାରେ 12ଟି ନୂଆ ମାମଲା
ଚିହ୍ନଟ ହୋଇଥିବା ସମସ୍ତ ନୂଆ ମାମଲା ବିଦେଶ ବାହକ ବୋଲି କମିଶନ କହିଛି। ବର୍ତ୍ତମାନ ଦେଶର ସର୍ବମୋଟ କୋରୋନା ମାମଲା 84,951ରେ ପହଁଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା 4,634 ଛୁଇଁଛି।
ଚାଇନାରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ମୋଟ ସଂଖ୍ୟା ହେଉଛି 79,895 । ସର୍ବମୋଟ ବିଦେଶାଗତ ମାମଲା ହେଉଛି 2,402। 400 ରୁ ଅଧିକ କୋଭିଡ୍ 19 ରୋଗୀ ଚାଇନାର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।