ବେଜିଂ: ଚାଇନାରେ ଧୀରେ ଧୀରେ ବଢୁଛି କୋରୋନା ମାମଲା। ଗତ 24 ଘଣ୍ଟା ମଧ୍ୟରେ ଚୀନ୍ 10ଟି ନୂତନ କୋରୋନାଭାଇରସ୍ ମାମଲା ପଞ୍ଜିକୃତ ହୋଇଛି। ସେଗୁଡିକ ବିଦେଶୀ ମାମଲା ହୋଇଥିବାବେଳେ ଅନ୍ୟ 31ଟି କୋଭିଡ୍ 19 ରୋଗୀ ସେହି ସମୟ ମଧ୍ୟରେ ସୁସ୍ଥ ହୋଇଛନ୍ତି ବୋଲି ଦେଶର ଜାତୀୟ ସ୍ୱାସ୍ଥ୍ୟ ଆୟୋଗ ମଙ୍ଗଳବାର କହିଛନ୍ତି ।
ଚୀନରେ ପୁଣି 10 କୋଭିଡ୍ ଆକ୍ରାନ୍ତ ଚିହ୍ନଟ, ମାମଲା 85,058 ବୃଦ୍ଧି - asymptomatic-carriers
ଚାଇନାରେ ଧୀରେ ଧୀରେ ବଢୁଛି କୋରୋନା ମାମଲା। ଗତ 24 ଘଣ୍ଟା ମଧ୍ୟରେ ଚୀନ୍ 10 ଟି ନୂତନ କୋରୋନାଭାଇରସ୍ ମାମଲା ପଞ୍ଜିକୃତ ହୋଇଛି। ଚୀନ୍ର ଚିହ୍ନଟ ହୋଇଥିବା କୋରୋନାଭାଇରସ୍ ସଂଖ୍ୟା ବର୍ତ୍ତମାନ 85,058 ଏବଂ ମୃତ୍ୟୁ ସଂଖ୍ୟା 4,634 ରହିଛି।
ଚୀନ୍ର ଚିହ୍ନଟ ହୋଇଥିବା କୋରୋନାଭାଇରସ୍ ସଂଖ୍ୟା ବର୍ତ୍ତମାନ 85,058 ଏବଂ ମୃତ୍ୟୁ ସଂଖ୍ୟା 4,634 ରହିଛି। ବାହାରୁ ଆସିଥିବା ମାମଲାଗୁଡ଼ିକର ମୋଟ ସଂଖ୍ୟା ହେଉଛି 2,509 । ଗତ 24 ଘଣ୍ଟା ମଧ୍ୟରେ ଚୀନ୍ 34 ଟି ନୂତନ ଲକ୍ଷଣବୀହିନ ମାମଲା ପଞ୍ଜିକୃତ କରିଛି ଏବଂ ସେଗୁଡିକୁ ବାହାର ଦେଶରୁ କରାଯାଇଛି ବୋଲି ଜାତୀୟ ସ୍ୱାସ୍ଥ୍ୟ ଆୟୋଗ କହିଛି।
ଚାଇନାରେ ପୁନରୁଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା 80,200 ରୁ ଅଧିକ । କୋଭିଡ୍ 19 ପାଇଁ ଦେଶରେ 200 ରୁ ଅଧିକ ଲୋକ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସୋମବାର ଚୀନ୍ 17 ଟି ନୂଆ କୋରୋନାଭାଇରସ୍ ମାମଲା ଏବଂ 24 ଜଣ ସୁସ୍ଥ ହୋଇଠନ୍ତି । ରବିବାର ଦେଶରେ 9 ଟି ନୂଆ କୋରୋନାଭାଇରସ୍ ମାମଲା ଏବଂ 27ଟି ନୂତନ ସୁସ୍ଥ ଆକ୍ରାନ୍ତଙ୍କ ବିଷୟରେ ରିପୋର୍ଟ କରାଯାଇଥିଲା ।