ବେଜିଂ: ଚୀନରେ ପୁଣି କଡ ଲେଉଟଉଛି କୋରୋନା। ଶନିବାର ଦେଶରୁ 22 ନୂଆ ମାମଲା ଚିହ୍ନଟ ହୋଇଥିବା ଚୀନର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ଖବରରୁ ଜଣାପଡିଛି। ତେବେ ଏହି ସମସ୍ତ ଆକ୍ରାନ୍ତ ମଧ୍ୟରୁ 16ଟି ବିଦେଶାଗତ ସଂକ୍ରମଣ ବୋଲି ଜଣାପଡିଛି।
ଚୀନରେ ମୁଣ୍ଡ ଟେକିଲାଣି କୋରୋନା, 22 ମାମଲା ଚିହ୍ନଟ - corona virus
ଚୀନରେ ପୁଣି କଡ ଲେଉ ଟେଇଲାଣି କୋରୋନା। ଶନିବାର ଦେଶରୁ 22 ନୂଆ ମାମଲା ଚିହ୍ନଟ ହୋଇଥିବା ଚୀନର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ଖବରରୁ ଜଣାପଡିଛି।

ତେବେ ଏହି ସମସ୍ତ ସଂକ୍ରମଣର କାରକ ବିଦେଶୀ ବାହକ ବୋଲି ଦେଶର ଜାତୀୟ ସ୍ବାସ୍ଥ୍ୟ କମିଶନ ତାଙ୍କ ଦୈନିକ ରିପୋର୍ଟରେ ଦର୍ଶାଇଛନ୍ତି। ଏହାସହ 6ଟି ସ୍ଛାନୀୟ ମାମଲା ମଧ୍ୟରୁ 3ଟି ଗୁଆଙ୍ଗଡୋଙ୍ଗ ଅଞ୍ଚଳ, 2ଟି ସାନଡୋଙ୍ଗ ଅଞ୍ଚଳ ଓ ଗୋଟିଏ ଫୁଜିଆନରେ ଚିହ୍ନଟ ହୋଇଥିବା ଖବର ରହିଛି। ଏହାକୁ ମିଶାଇ ଦେଶରେ ବିଦେଶାଗତ ସଂକ୍ରମଣ ମାମଲା 2,004 ରେ ପହଁଞ୍ଚିଛି।
ଚୀନ କମିଶନଙ୍କ ସୂଚନା ଅନୁସାରେ, ଏହି ସମସ୍ତ ଇମପୋର୍ଟେଡ କେସ ବା ଆମଦାନୀ ମାମଲା ମଧ୍ୟରୁ 1920 ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି। ବର୍ତ୍ତମାନ ସୁଦ୍ଧା ମେଡିକାଲରେ ଚିକିତ୍ସିତ ଅବସ୍ଥାରେ 84 ଆକ୍ରାନ୍ତ ରହିଛନ୍ତି, ସେଥିମଧ୍ୟରୁ 3 ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ବିଶ୍ବବ୍ୟାପୀ କୋରୋନା ମାମଲା 14,049,207ରେ ପହଁଞ୍ଚିଲାଣି। ମୃତ୍ୟୁସଂଖ୍ୟା 601,494 ଛୁଇଁଥିବା ଜହନ ହକପିନ୍ସ ବିଶ୍ବବିଦ୍ୟାଳୟର ତାଜା ଅପଡେଟ୍ ରହିଛି।