ଓଡିଶା

odisha

ETV Bharat / international

ଦ୍ବିତୀୟ ସର୍ବାଧିକ ସ୍ତରକୁ ବନ୍ୟା ସହାୟତା ବୃଦ୍ଧି କଲା ଚୀନ - ଚୀନରେ ବିପର୍ଯ୍ୟୟ ମୁକାବିଲା

ଚୀନରେ ଲଗାଣ ବର୍ଷା ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । 212ଟି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 19ଟି ନଦୀରେ ଜଳସ୍ତର ଗତବର୍ଷର ରେକର୍ଡ ଭାଙ୍ଗିଥିବା ଦେଖାଯାଇଛି । ଏନେଇ ସୂଚନା ଦେଇଛି ଜାତୀୟ ଜଳସମ୍ପଦ ବିଭାଗ ।

flood situation in china, flood response, flood response in china, disaster management in china, china latest news, ଚୀନରେ ବନ୍ୟା ପରିସ୍ଥିତି, ବନ୍ୟା ମୁକାବିଲା, ଚୀନରେ ବନ୍ୟା ମୁକାବିଲା, ଚୀନରେ ବିପର୍ଯ୍ୟୟ ମୁକାବିଲା, ଚୀନ ଲାଟେଷ୍ଟ ନ୍ୟୁଜ୍‌
ଦ୍ବିତୀୟ ସର୍ବାଧିକ ସ୍ତରକୁ ବନ୍ୟା ସହାୟତା ବୃଦ୍ଧି କଲା ଚୀନ

By

Published : Jul 13, 2020, 4:28 AM IST

ବେଜିଂ: ଦେଶରେ ବନ୍ୟା ମୁକାବିଲା ପାଇଁ ବିପର୍ଯ୍ୟୟ ପରିଚାଳନାକୁ ଦ୍ବିତୀୟ ସର୍ବାଧିକ ସ୍ତରକୁ ବୃଦ୍ଧି କରିଛି ଚୀନ । ଦେଶରେ ଲଗାଣ ବର୍ଷା ପାଇଁ ଅବସ୍ଥା ବେହାଲ ହେବାରେ ଲାଗିଥିବାରୁ ରବିବାର ଏନେଇ ନିଷ୍ପତ୍ତି ନେଇଛି ଚୀନ । ତେବେ ନିଆଯାଇଥିବା ପଦକ୍ଷେପ ବିପର୍ଯ୍ୟୟ ପରିଚାଳନାରେ ସର୍ବାଧିକ ସ୍ତର ବୋଲି କୁହାଯାଉଛି । ସେପଟେ ଜୁଲାଇ 4ରୁ ଦେଶରେ ଲଗାଣ ବର୍ଷା ପାଇଁ 212ଟି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଜଣା ପଡିଛି ।

ଚୀନରେ ଲଗାଣ ବର୍ଷା ପାଇଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । 212ଟି ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ 19ଟି ନଦୀରେ ଜଳସ୍ତର ଗତବର୍ଷର ରେକର୍ଡ ଭାଙ୍ଗିଥିବା ଦେଖାଯାଇଛି । ଏନେଇ ସୂଚନା ଦେଇଛି ଜାତୀୟ ଜଳସମ୍ପଦ ବିଭାଗ । ରବିବାର ଅପରାହ୍ନ ସୁଦ୍ଧା ଦେଶର 27ଟି ପ୍ରାନ୍ତରେ ଜଳରାଶି ଫୁଲି ଉଠିଥିବା ଦେଖାଯାଇଥିଲା । ମୁଖ୍ୟତଃ ଜିଆଙ୍ଗସି, ଆହ୍ନୁଇ ଓ ହୁବେଇ ପ୍ରାନ୍ତରେ ଏପରି ସ୍ଥିତି ସୃଷ୍ଟି ହୋଇଥିବା ଦେଖାଯାଇଛି । ଫଳରେ ବର୍ତ୍ତମାନ ସୁଦ୍ଧା 141 ଜଣ ବାସିନ୍ଦାଙ୍କର ନିଖୋଜ ବା ମୃତ୍ୟୁ ହୋଇସାରିଛି । ଏଥିସହ ବନ୍ୟା ସ୍ଥିତି ପାଇଁ 2.25 ମିଲିୟନ ଲୋକେ ପ୍ରଭାବିତ ହୋଇଥିବା ଦେଖାଯାଇଛି ।

ବର୍ତ୍ତମାନ ସୁଦ୍ଧା ଦେଶରେ ବନ୍ୟା ଯୋଗୁଁ 28,000 ଘର ପ୍ରଭାବିତ ହୋଇଥିବା ବେଳଏ 3.53 ମିଲିୟନ କ୍ଷେତ ବନ୍ୟା ପାଣିରେ ଧୋଇ ହୋଇ ଯାଇଛି । ଯାହା ଦେଶର ଅର୍ଥନୀତିରେ 82.23 ବିଲିୟନ ୟାନ ବା 11ବିଲିୟନ ଡଲାରର କ୍ଷତି ସୃଷ୍ଟି କରିଛି । ସେପଟେ ଜଳ ସମ୍ପଦ ବିଭାଗର ସୂଚନା ମୁତାବକ ବିଗତ 15 ଦିନ ହେବ ଦେଶର ଦ୍ବିତୀୟ ସର୍ବବୃହତ ନଦୀ ତାଇହୁରେ ଜଳସ୍ତର ସତର୍କ ରେଖା ଉପରେ ପ୍ରବାହିତ ହେଉଛି ।

ଏପରି ସ୍ଥିତିକୁ ନଜରରେ ରଖି ଦେଶରେ ବନ୍ୟା ମୁକାବିଲା ଓ ମରୁଡି ରିଲିଫ ହେଡକ୍ବାଟରରେ ଆପାତକାଳୀନ ସେବାକୁ ଦ୍ବିତୀୟ ସ୍ତରକୁ ବୃଦ୍ଧି କରାଯାଇଛି । ଗତ ଜୁଲାଇ 7ରେ ଏହି ସ୍ତରକୁ ଚତୁର୍ଥରୁ ତୃତୀୟକୁ ବୃଦ୍ଧି କରାଯାଇଥିଲା । ତେବେ ରବିବାର ଦେଶର ସର୍ବବୃହତ ଜଳରାଶି ପୋୟାଙ୍ଗ ନଦୀରେ ମଧ୍ୟ ଅପରାହ୍ନ 4ଟା ସୁଦ୍ଧା ସତର୍କ ରେଖା ଉପରେ ଜଳ ପ୍ରବାହିତ ହୋଇଥିଲା । ଯାହା ଦେଶରେ ବନ୍ୟା ପରିସ୍ଥିତି ପାଇଁ ପଦକ୍ଷେପ ନେବା ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ବାଧ୍ୟ କରିଥିଲା ।

@IANS

ABOUT THE AUTHOR

...view details