ବେଜିଂ: ଚୀନରେ କାୟା ବିସ୍ତାର କରୁଛି କରୋନା ଭାଇରସ୍ । ଏହି ଭାଇରସ୍ ଯୋଗୁଁ ଚୀନରେ ଏବେ ସୁଦ୍ଧା 17 ଜଣଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ପ୍ରାୟ 600 ଜଣ ଏଥିରେ ସଂକ୍ରମିତ ହୋଇଛନ୍ତି । ତେବେ ଏହି ଭାଇରସ୍କୁ ବ୍ୟାପିବାରେ ରୋକିବା ପାଇଁ ଚୀନ କରୋନା ଭାଇରସ୍ର କେନ୍ଦ୍ରସ୍ଥଳ କୁହାଯାଉଥିବା ଦୁଇ ସହର ୟୁହାନ ଏବଂ ହୁଆଂଗାଙ୍ଗକୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରିଦେଇଛି । ୟୁହାନର ଲୋକମାନଙ୍କୁ ସହର ବାହାରକୁ ନ ଯିବା ପାଇଁ ବେଜିଂ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି।
କରୋନା ଭାଇରସ ପ୍ରକୋପ, ବନ୍ଦ ହେଲା ଚୀନର ଦୁଇ ସହର - 2 cities locks down
କରୋନା ଭାଇରସ୍ ଯୋଗୁଁ ଚୀନର ଦୁଇ ସହର ୟୁହାନ ଏବଂ ହୁଆଂଗାଙ୍ଗକୁ ସମ୍ପୁର୍ଣ୍ଣ ଭାବରେ ବନ୍ଦ କରାଯାଇଛି । ୟୁହାନବାସୀଙ୍କୁ ସହର ବାହାରକୁ ନ ଯିବା ପାଇଁ ବେଜିଂ ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି।
ପ୍ରାୟ 110 ଲକ୍ଷ ଜନସଂଖ୍ୟା ୟୁହାନ ସହରରେ ରେଲୱେ, ପ୍ରାଇଭେଟ ଟ୍ରାନ୍ସପୋର୍ଟ ସମେତ ସମସ୍ତ ପ୍ରକାର ଯାତାୟତ ସୁବିଧା ଉପରେ କଟକଣା ଲଗାଇ ଦିଆଯାଇଛି । ଚୀନ ନବବର୍ଷ ଓ ସ୍ପ୍ରିଂ ଫେଷ୍ଟିଭାଲ ଛୁଟି ୨୪ରୁ ଆରମ୍ଭ ହେଉଥିବାରୁ ଲକ୍ଷ ଲକ୍ଷ ଚୀନବାସୀ ନିଜ ଦେଶ ଓ ବିଦେଶକୁ ଯିବାଆସିବା କରିବେ। ଫଳରେ ଭୂତାଣୁ ସଂକ୍ରମଣ ଆଶଙ୍କା ଯଥେଷ୍ଟ ବୃଦ୍ଧି ପାଇଛି। ତେଣୁ ଚୀନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।
ସେପଟେ ଏହି ରୋଗ ଭାରତରେ ବ୍ୟାପିବା ଆଶଙ୍କା ଥିବାରୁ ଏନେଇ ଭାରତୀୟଙ୍କୁ ସତର୍କ ରହିବାକୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଚୀନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରି ଜାରି ହୋଇଛି । ଚୀନରୁ ଫରୁଥିବା ସମସ୍ତ ଯାତ୍ରୀଙ୍କ ବିମାନବନ୍ଦରରେ ହିଁ ଥର୍ମାଲ ଯାଞ୍ଚ କରାଯାଉଛି ।