ଓଡିଶା

odisha

By

Published : Mar 12, 2022, 1:48 PM IST

ETV Bharat / international

ଚୀନରେ ମାଡୁଛି କୋରୋନା, ଫେରିଲା ତାଲାବନ୍ଦ

ଚୀନରେ କୋଭିଡ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହି ପରିସ୍ଥିତିରେ ଗତକାଲି(ଶୁକ୍ରବାର) ଚୀନ ସରକାର ଲକଡାଉନ ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

ଚୀନରେ ମାଡୁଛି କରୋନା, ଲାଗୁହେଲା ଲକଡାଉନ
ଚୀନରେ ମାଡୁଛି କରୋନା, ଲାଗୁହେଲା ଲକଡାଉନ

ବେଜିଂ:ବିଶ୍ବରେ ଥମିବାର ନାମ ନେଉନାହିଁ କୋରୋନା ପ୍ରକୋପ । ଚୀନରେ କୋଭିଡ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଏହି ପରିସ୍ଥିତିରେ ଗତକାଲି(ଶୁକ୍ରବାର) ଚୀନ ସରକାର ଲକଡାଉନ ଘୋଷଣା କରିଛନ୍ତି । ୯୦ଲକ୍ଷରୁ ଉର୍ଦ୍ଧ୍ବ ଜନବସତି ରହିଥିବା ଚୀନର ଚାଙ୍ଗଚୁନରେ ଲକଡାଉନ ଘୋଷଣା କରାଯାଇଛି ।

୯୦ ଲକ୍ଷ ଲୋକଙ୍କୁ ଘର ଭିତରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅତ୍ୟାବଶ୍ୟକ ସେବା ବ୍ୟତିତ ସମସ୍ତ ବ୍ୟବସାୟ ଏବଂ ଗମନାଗମନ ଉପରେ କଟକଣା ଲଗାଯାଇଛି । ଗତ ୨ ବର୍ଷ ଭିତରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହେବାପରେ ଚୀନ ସରକାର ପକ୍ଷରୁ ଏହିପରି ନିଷ୍ପତ୍ତି ନିଆଯାଇଛି ।

ଏହାମଧ୍ୟ ପଢନ୍ତୁ: ବ୍ରିଟେନରେ ପୁଣି ଚିନ୍ତା ବଢାଇଲାଣି କୋରୋନା, BA2 ବଢାଉଛି ସଂକ୍ରମଣ

ଚୀନରେ ପୁଣି କୋରୋନା ଫେରିବା ପରେ ସରକାର କଠୋର ହୋଇଛନ୍ତି । ବଢୁଥିବା କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚୀନ ସରକାର ଜିରୋ ଟଲେରାନ୍ସ ନୀତି ଗ୍ରହଣ କରିଛନ୍ତି । ସୂଚନା ଥାଉକି, ଗତକାଲି(ଶୁକ୍ରବାର)ଚୀନରେ ୩୯୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ABOUT THE AUTHOR

...view details