ବେଜିଂ: ସାରା ବିଶ୍ବ ଏବେ କୋରୋନା ବିରୋଧୀ ଲଢେଇ ଜାରି ରଖିଛି । ଏପରିସ୍ଥଳେ ବିଶ୍ବର ସମସ୍ତ ରାଷ୍ଟ୍ର ଏକତ୍ରିତ ହୋଇ କୋରୋନା ଯୁଦ୍ଧ ଲଢୁଛନ୍ତି । ଏବେ ଚୀନରେ ମହାମାରୀ ନିୟନ୍ତ୍ରଣ ହେବା ସହ ଅନେକ ଉଦ୍ୟୋଗ ଉତ୍ପାଦନ କ୍ଷମ ହୋଇଛି । ଏହାସହ ବିଶ୍ବର ଅନେକ ରାଷ୍ଟ୍ରକୁ ଚୀନ କୋରୋନା ବିରୋଧରେ ଲଢେଇ ପାଇଁ ଅତ୍ୟାବଶ୍ୟକୀୟ ଉପକରଣ ପ୍ରଦାନ କରୁଛି । ମାର୍ଚ୍ଚ ଠାରୁ ଚୀନର ଉଦ୍ୟୋଗଗୁଡ଼ିକ ବିଶ୍ବର ବିଭିନ୍ନ ଦେଶକୁ 18,000 ଭେଣ୍ଟିଲେଟର ଯୋଗାଇ ଦେଇଛି ।
ଚୀନର ରାଜ୍ୟ ଶିଳ୍ପ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତି ଅନୁଯାୟୀ ଏକ ପ୍ରମୁଖ କମ୍ପାନୀ ଭାବରେ ଚିଆଙ୍ଗସୁ ୟୁଭେଲ ମେଡିକାଲ ଉପକରଣ କମ୍ପାନୀ ଏକ ପ୍ରମୁଖ କମ୍ପାନୀ ଭାବରେ ଉତ୍ପାଦନ କ୍ଷମତା ବୃଦ୍ଧି କରୁଛି । ଏହାସହ ଘରୋଇ ଚାହିଦା ସୁନିଶ୍ଚିତ କରିବା ଆଧାରରେ ବିଦେଶରେ ଉତ୍ପାଦନ ଯୋଗାଣ ବୃଦ୍ଧି କରୁଛି।
କମ୍ପାନୀର ଡେପୁଟି ମ୍ୟାନେଜର ୟୁଆନ୍ ଚନ କହିଛନ୍ତି ଯେ ମହାମାରୀ ଆରମ୍ଭ ହେବା ପରେ କମ୍ପାନୀ, ବିଶେଷକରି ନ୍ୟୁୟର୍କ ସରକାରଙ୍କ ସମସ୍ତ ଅର୍ଡର ସମେତ ଅନେକ ରାଷ୍ଟ୍ରରୁ ଅର୍ଡର ପାଇଛି। କମ୍ପାନୀରେ ଭେଣ୍ଟିଲେଟର ଉତ୍ପାଦନ 24 ଘଣ୍ଟା ନିରନ୍ତର ଭାବେ ଜାରି ରହିଛି ।