ଓଡିଶା

odisha

ETV Bharat / international

କ୍ୟାରି ଲ୍ୟାମଙ୍କୁ ଚୀନର ବିଚାରପତି ଚୟନ ଅଧିକାର, ତେଜିଲା ବିରୋଧାଭାସ - କ୍ୟାରି ଲ୍ୟାମ

ହଂକଂରେ ଜାତୀୟ ସୁରକ୍ଷା ଆଇନର ଶୁଣାଣି ପାଇଁ ବିଚାରପତି ଚୟନ କରିବାକୁ ନେତା କ୍ୟାରି ଲ୍ୟାମଙ୍କୁ ଅଧିକାର ଦେଇଛି ଚୀନ । ଏହି ଆଇନ ବିରୋଧରେ ହଂକଂରେ ବିକ୍ଷୋଭର ସ୍ବର ଶାଣିତ ହେବାରେ ଲାଗିଥିବା ବେଳେ ନେତାଙ୍କୁ ଚୀନର ଏପରି ଅଧିକାର ଦେବା ଘଟଣା ବେଜିଂର ଆଇନଜୀବୀ ଓ ବିରୋଧୀ ନେତାଙ୍କୁ ଦ୍ବନ୍ଦରେ ପକାଇଛି ।

national security law in hong kong, controversial national security law in hong kong, carrie lam, national security law clash in china, ହଂକଂ ଜାତୀୟ ସୁରକ୍ଷା ଆଇନ, ହଂକଂରେ ଜାତୀୟ ସୁରକ୍ଷା ଆଇନ ବିବାଦ, କ୍ୟାରି ଲ୍ୟାମ, ଚୀନରେ ଜାତୀୟ ସୁରକ୍ଷା ଆଇନ ବିବାଦ
କ୍ୟାରି ଲ୍ୟାମଙ୍କୁ ଚୀନର ବିଚାରପତି ଚୟନ ଅଧିକାର, ତେଜିଲା ବିରୋଧାଭାସ

By

Published : Jun 21, 2020, 7:17 PM IST

ହଂକଂ: ହଂକଂରେ ଜାତୀୟ ସୁରକ୍ଷା ଆଇନର ଶୁଣାଣି ପାଇଁ ବିଚାରପତି ଚୟନ କରିବାକୁ ନେତା କ୍ୟାରି ଲ୍ୟାମଙ୍କୁ ଅଧିକାର ଦେଇଛି ଚୀନ । ଏହି ଆଇନ ବିରୋଧରେ ହଂକଂରେ ବିକ୍ଷୋଭର ସ୍ବର ଶାଣିତ ହେବାରେ ଲାଗିଥିବା ବେଳେ ନେତାଙ୍କୁ ଚୀନର ଏପରି ଅଧିକାର ଦେବା ଘଟଣା ବେଜିଂର ଆଇନଜୀବୀ ଓ ବିରୋଧୀ ନେତାଙ୍କୁ ଦ୍ବନ୍ଦରେ ପକାଇଛି । ଏଥିସହ ଚୀନର ପ୍ରକୃତ ଉଦ୍ଦେଶ୍ୟ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଦେଖାଯାଇଛି ।

ଏନେଇ ହଂକଂ ବାର ଆସୋସିଏସନ ଅଧ୍ୟକ୍ଷ ଫିଲିପ ଡାଇକଙ୍କ କହିବା ଅନୁଯାୟୀ ଏହା ଅତି ଆଶ୍ଚର୍ଯ୍ୟକର କି ସମ୍ପୃକ୍ତ ଘଟଣାର ଶୁଣାଣି ପାଇଁ କୌଣସି ପକ୍ଷଙ୍କୁ ବିଚାରପତି ଚୟନ କରିବାର ଅଧିକାର ଦିଆଯାଇଛି । ସେପଟେ ବିରୋଧୀ ସିଭିକ ଦଳ ନେତା ଆଲଭିନ ୟେଉଙ୍ଗ ଗୋକ-କିୟୁ ଶୁଣାଣି ପାଇଁ ବିଚାରପତି ଚୟନରେ କେବଳ ବେଜିଂ ସପକ୍ଷବାଦୀ କ୍ୟାରିଙ୍କୁ ଅଧିକାର ଦେବା ଅନ୍ୟାୟ ଘଟଣା ବୋଲି ମତ ଦେଇ ଏହା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି ।

ସେହିପରି ସିଡନୀ ୟୁନିଭର୍ସିଟିର ଆଇନ ଅଧ୍ୟାପକ ଲିଙ୍ଗ ବିଙ୍ଗ କହିଛନ୍ତି କି କ୍ୟାରିଙ୍କୁ ଦିଆଯାଇଥିବା ଅଧିକାର ଦ୍ବାରା ଆଗାମୀ ଦିନରେ ହଂକଂର ଆଇନଗତ ସ୍ବାଧୀନତା କ୍ଷୁର୍ଣ୍ଣ ହେବ । ସେ ଏହା ମଧ୍ୟ କହିଛନ୍ତି କି ଯଦି ହଂକଂ ନିଜ ଜାତୀୟ ସୁରକ୍ଷା ପାଇଁ ଲଢେଇ ଆରମ୍ଭ କରିଛି ତେବେ ବେଜିଂ ମଧ୍ୟ ହଂକଂର ଆଇନ ବ୍ୟବସ୍ଥାକୁ ଏକ ସାଧାରଣ ଓ ବ୍ୟବସ୍ଥିତ ଢଙ୍ଗରେ ମାମଲାର ଶୁଣାଣି କରିବା ପାଇଁ ସୁଯୋଗ ଦେବା ଉଚିତ୍‌ । ଏଥିପାଇଁ ହଂକଂର ରାଜ୍ୟପାଳ କିମ୍ବା ମେୟରଙ୍କ ଅନୁମତିରେ ବିଚାରପତି ଚୟନ ପ୍ରକ୍ରିୟା ହେବା ଦରକାର । କିନ୍ତୁ ସମ୍ପୃକ୍ତ ଘଟଣାରେ ଏପରି କିଛି ହୋଇଥିବା ଦେଖାଯାଇନାହିଁ ।

ସୂଚନା ଅନୁଯାୟୀ ଏହି ବିବାଦୀୟ ଜାତୀୟ ସୁରକ୍ଷା ଆଇନକୁ ନେଇ କେବଳ ହଂକଂ ନୁହେଁ ବରଂ ବିଦେଶରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଆଇନରେ 6ଟି ଅଧ୍ୟାୟ ଓ 66ଟି ଧାରା ବା ଆର୍ଟିକିଲ ରହିଛି । ଏଥିରେ ହଂକଂର ଜାତୀୟ ସୁରକ୍ଷା ପାଇଁ ଆବଶ୍ୟକୀୟ ସାଧାରଣ ବିଧି ବ୍ୟବସ୍ଥା, ନାଗରିକଙ୍କ ଦାୟିତ୍ବ ତଥା ଅପରାଧ ବିରୋଧରେ ଦଣ୍ଡ ବ୍ୟବସ୍ଥା ଓ ଅନ୍ୟ ସାଧାରଣ ଆଇନ କାନୁନ ଆଦି ଉଲ୍ଲେଖ ରହିଛି । ଏନେଇ ପର୍ଯ୍ୟାୟକ୍ରମେ ଆଲୋଚନା ଜାରି ରହିଛି । ଏହି ଆଲୋଚନାର ନିଷ୍କର୍ଶ ଚୀନ ଖୁବଶୀଘ୍ର ଘୋଷଣା କରିବା ନେଇ ଜଣା ପଡିଛି ।

@ANI

ABOUT THE AUTHOR

...view details