ଓଡିଶା

odisha

କୋରୋନା ମୁକାବିଲା: 120 ଦେଶକୁ ଚୀନର ଜରୁରୀକାଳୀନ ସହାୟତା

By

Published : Apr 3, 2020, 4:46 PM IST

କୋରୋନା ବିରୋଧୀ ଲଢେଇରେ ବିଶ୍ବର ଅନ୍ୟ ରାଷ୍ଟ୍ରକୁ ସହାୟତାର ହାତ ବଢାଉଛି ଚୀନ । ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ 31 ସୁଦ୍ଧା ଚୀନ୍ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଆଫ୍ରିକୀୟ ଲିଗ୍ ଏବଂ ଏସିଆନ୍ ଭଳି 120ଟି ଦେଶ ତଥା ଆନ୍ତର୍ଜାତୀୟ ସଂଗଠନକୁ ଜରୁରୀକାଳୀନ ସହାୟତା ଯୋଗାଇ ଦେଇଛି। ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

ବେଜିଂ: ସାରା ବିଶ୍ବରେ କୋରୋନା ବିପଦ । କୋଭିଡ -19 ର ବିଶ୍ବବ୍ୟାପୀ ବିସ୍ତାରିତ ହୋଇଛି । ହେଲେ ଚୀନ୍ ମହାମାରୀକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ଏବେ କୋରୋନା ବିରୋଧୀ ଲଢେଇରେ ବିଶ୍ବର ଅନ୍ୟ ରାଷ୍ଟ୍ରକୁ ସହାୟତାର ହାତ ବଢାଉଛି ଚୀନ । ଏହି ପରିପ୍ରେକ୍ଷୀରେ ମାର୍ଚ୍ଚ 31 ସୁଦ୍ଧା ଚୀନ୍ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ, ଆଫ୍ରିକୀୟ ଲିଗ୍ ଏବଂ ଏସିଆନ୍ ଭଳି 120ଟି ଦେଶ ତଥା ଆନ୍ତର୍ଜାତୀୟ ସଂଗଠନକୁ ଜରୁରୀକାଳୀନ ସହାୟତା ଯୋଗାଇ ଦେଇଛି।

ଚୀନ ପାକିସ୍ତାନ, ଆମେରିକା, ବ୍ରିଟେନ ଭଳି 7 ଟି ଦେଶକୁ ଡାକ୍ତରୀ ସାମଗ୍ରୀ ଓ ବିଶେଷଜ୍ଞ ଦଳ ପଠାଛି । ଏହାସହ ଭିଡିଓ ମାଧ୍ୟମରେ 100 ରୁ ଅଧିକ ଦେଶ ଏବଂ ଅଞ୍ଚଳ ସହିତ ଚୀନ ଚିକିତ୍ସା ଓ କୋରୋନା ମୁକାବିଲା ଅଭିଜ୍ଞତା ବାଣ୍ଟିଛି ।

WHO ମହାନିର୍ଦ୍ଦେଶକ ଟ୍ରେଡୋସ୍ ଆଦନୋମ୍ ଗେବ୍ରେଏସ୍ କହିଛନ୍ତି ଯେ, କୋରୋନା ମହାମାରୀକୁ ରୋକିବାରେ, ସମସ୍ତେ ଏକଜୁଟ ହୋଇ ବିଶ୍ବକୁ ରକ୍ଷା କରିବା ପାଇଁ ଚେଷ୍ଟା କରିବା ।

@IANSଇନପୁଟ

ABOUT THE AUTHOR

...view details