ବେଜିଂ:ଚୀନ ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । କୁନମିଙ୍ଗରୁ ଚୀନର ଗୁଆଙ୍ଗଜୁହୁ ଅଭିମୁଖେ ଉଡାଣ ଭରିଥିବା ଏହି ବିମାନଟି ପାହାଡରେ ପିଟି ହୋଇ ଜଳିଯାଇଥିବା ସୂଚନା ମିଳିଛି । ବିମାନରେ ମୋଟ ୧୩୩ଜଣ ଯାତ୍ରୀ ଥିଲେ । ଏପର୍ଯ୍ୟନ୍ତ ମୃତାହତଙ୍କ ସଂଖ୍ୟା ନେଇ ସରକାରୀ ଭାବେ ଚୀନ ପକ୍ଷରୁ ପ୍ରକାଶ କରାଯାଇନାହିଁ । ବିମାନଟି ପାହଡରେ ଧକ୍କା ଖାଇ ଜଳିଯିବାର ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
ପାହାଡରେ ପିଟିହୋଇ ଜଳିଗଲା ଚୀନ ବିମାନ, ଥିଲେ ୧୩୩ ଯାତ୍ରୀ
ଚୀନ ଇଷ୍ଟର୍ଣ୍ଣ ଏୟାରଲାଇନ୍ସର ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଛି । କୁନମିଙ୍ଗରୁ ଚୀନର ଗୁଆଙ୍ଗଜୁହୁ ଯାଉଥିବାବେଳେ ଦୁର୍ଘଟଣା ଘଟିଛି । ଅଧିକ ପଢନ୍ତୁ
ପାହାଡରେ ପିଟିହେଲା ଚୀନ ଇଷ୍ଟର୍ଣ୍ଣ ଏୟାରଲାଇନ୍ସ ବିମାନ
ମିଳିଥିବା ସୂଚନା ଅନୁସାରେ, ଚୀନର ବୋଇଂ ୭୩୭ ଏୟାରକ୍ରାଫ୍ଟ ଦୁର୍ଘଟଣା ହୋଇଛି । ବିମାନଟି ଅପରାହ୍ନ ୧ଟା ୧୫ ରେ ୧୩୩ଜଣ ଯାତ୍ରୀଙ୍କୁ ଧରି କୁନମିଙ୍ଗରୁ ଚୀନର ଗୁଆଙ୍ଗଜି ଅଭିମୁଖେ ଉଡାଣ ଭରିଥିଲା । ସମୟ ୩ଟି ସୁଦ୍ଧା ଗୁଆଙ୍ଗଜିରେ ଅବତରଣ କରିବାର ଥିବାବେଳେ ନିକଟବର୍ତ୍ତୀ ଏକ ପାର୍ବତ୍ଯାଞ୍ଚଳରେ ଏହା ଦୁର୍ଘଟଣାଗ୍ରସ୍ତ ଘଟିଛି । ଦୁର୍ଘଟଣାର କାରଣ ବର୍ତ୍ତମାନ ସୁଦ୍ଧା ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ ।
- ଚୀନ୍ରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
- ୧୩୩ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ
- କୁନମିଙ୍ଗ୍ରୁ ଗୁଆଙ୍ଗଝୁକୁ ଉଡ଼ାଣ ବେଳେ ଦୁର୍ଘଟଣା
- ଦୁର୍ଘଟଣାରେ ମୃତାହତ ନେଇ ସ୍ପଷ୍ଟ ହୋଇପାରି ନାହିଁ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ
Last Updated : Mar 21, 2022, 3:45 PM IST