ଓଡିଶା

odisha

ETV Bharat / international

ଏବେ ଶତ୍ରୁ ସହ ଲଢିବ ଡ୍ରୋନ ବୋଟ ‘ମେରାଇନ ଲିଜାର୍ଡ’ - china

ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଚୀନ ନିର୍ମାଣ କରିଛି ଡ୍ରୋନ ବୋଟ। ଏହା ଜଳ ଓ ସ୍ଥଳ ଭାଗରେ ଶତ୍ରୁର ବିନାଶ କରିବାରେ ଉପଲବ୍ଧ ହୋଇପାରିବ। ବିଶ୍ୱର ପ୍ରଥମ ଆମ୍ପିବିଅସ ଡ୍ରୋନ ବୋଟ ୱୁଚାଙ୍ଗ ସିପବିଲଡିଙ୍ଗ ଇଣ୍ଡଷ୍ଟ୍ରି ନିର୍ମାଣ କରିଛି। ହୁବେଇ ପ୍ରଦେଶର ରାଜଧାନୀ ୱହାଁ ଠାରେ ଏହାର ସଫଳ ପରୀକ୍ଷଣ ମଧ୍ୟ ହୋଇ ସାରିଛି ବୋଲି ଖବର ମିଳିଛି।

ଫଟୋ ସୌଜନ୍ୟ : ଏଏନଆଇ

By

Published : Apr 16, 2019, 10:46 AM IST

ବେଜିଂ: ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଯନ୍ତ୍ର ନିର୍ମାଣ ଦିଗରେ ଚୀନ ସର୍ବଦା ଆଗରେ ରହିଥାଏ। ଆଉ ବର୍ତ୍ତମାନ ନିର୍ମାଣ କରିଛି ବିଶ୍ବର ପ୍ରଥମ ଡ୍ରୋନ ବୋଟ। ଏହି ଡ୍ରୋନ ବୋଟର ନାମ ‘ମେରାଇନ ଲିଜାର୍ଡ’ ରଖାଯାଇଛି । ବିଶ୍ୱର ପ୍ରଥମ ଆମ୍ପିବିଅସ ଡ୍ରୋନ ବୋଟ ୱୁଚାଙ୍ଗ ସିପବିଲଡିଙ୍ଗ ଇଣ୍ଡଷ୍ଟ୍ରି ନିର୍ମାଣ କରିଛି। ହୁବେଇ ପ୍ରଦେଶର ରାଜଧାନୀ ୱହାଁ ଠାରେ ଏହାର ସଫଳ ପରୀକ୍ଷଣ ମଧ୍ୟ ହୋଇସାରିଛି ବୋଲି ଖବର ମିଳିଛି ।

ସବୁଠୁ ବଡ କଥା ହେଉଛି ଏହି ଡ୍ରୋନ ବୋଟ ଉଭୟ ଜଳ ଓ ସ୍ଥଳ ଭାଗରେ କାମ କରିବ। ଏହି ବୋଟର ସର୍ବୋଚ୍ଚ ଅପରେସନ ରେଞ୍ଜ 1200 କିଲୋମିଟର ପର୍ଯ୍ୟନ୍ତ ରହିଛି। ସାଟେଲାଇଟ ଦ୍ବାରା ଏହି ବୋଟ ରିମୋଟ କଂଣ୍ଟ୍ରୋଲ କରାଯାଇପାରିବ ବୋଲି କହିଛନ୍ତି କମ୍ପାନୀ ମ୍ୟାନେଜର।

ଏହି ଡ୍ରୋନ ବୋଟର ଲମ୍ବ 12 ମିଟର ରହିଛି। ଘଣ୍ଟାପ୍ରତି ସମୁଦ୍ର ଭିତରେ ଏହାର ଗତି 50 ମାଇଲ ରହିଥିବା ବେଳେ ସ୍ଥଳ ଭାଗରେ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗ ରହିଛି। ଆଗକୁ ସ୍ଥଳର ଭାଗରେ ଏହାର ବେଗ ବୃଦ୍ଧି ପାଇବ ବୋଲି ଜଣାପଡିଛି ।

For All Latest Updates

ABOUT THE AUTHOR

...view details