ଟୋରୋଣ୍ଟୋ: ହଂକଂ ଉପରେ ଚୀନର ବାରମ୍ବାର ହସ୍ତକ୍ଷେପ ଅଭିଯୋଗ କରି ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ, ବ୍ରିଟେନ ଓ ଯୁକ୍ତରାଷ୍ଟ୍ର ଆମେରିକାରର ବୈଦେଶିକ ମନ୍ତ୍ରୀମାନେ ଚୀନର ଘରୋଇ ବ୍ୟାପାରରେ ହସ୍ତକ୍ଷେପ କରୁଥିବା ନେଇ କାନାଡାରେ ଅବସ୍ଥାପିତ ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି । ଏନେଇ ସୋମବାର ଦୂତାବାସ ପକ୍ଷରୁ ବିବୃତ୍ତିରେ ପ୍ରକାଶ କରାଯାଇଛି । ବୈଦେଶିକ ମନ୍ତ୍ରୀମାନଙ୍କ ମିଳିତ ବିବୃତ୍ତି ଚୀନର ଘରୋଇ ବ୍ୟାପାରରେ ହସ୍ତକ୍ଷେପର ଆଉ ଏକ ଉଦାହରଣ ବୋଲି କାନାଡାର ଚୀନ୍ ଦୂତାବାସ କହିଛି।
ସୂଚନାଯୋଗ୍ୟ, ରବିବାର ଦିନ ଆମେରିକାର ବୈଦେଶିକ ସଚିବ ମାଇକ ପମ୍ପିଓ ଏବଂ ଅଷ୍ଟ୍ରେଲିଆ, କାନାଡା, ନ୍ୟୁଜିଲ୍ୟାଣ୍ଡ ଓ ବ୍ରିଟେନର ପ୍ରତିପକ୍ଷ ମାନେ ହଂକଂରେ ନୂତନ ସୁରକ୍ଷା ଆଇନକୁ ସ୍ୱତନ୍ତ୍ର ପ୍ରଶାସନିକ ଅଞ୍ଚଳରେ ପ୍ରଚଳନ ଓ ଏହା ଦ୍ବାରା ସ୍ୱାଧୀନତାର ଉଲ୍ଲଂଘନ କରଯାଇଥିବା ନେଇ ପ୍ରକାଶ କରିଥିଲେ । ଏହି ବିବୃତ୍ତିରେ ପାଞ୍ଚଜଣ ବୈଦେଶିକ ମନ୍ତ୍ରୀ ହଂକଂ କର୍ତ୍ତୃପକ୍ଷଙ୍କୁ ମଧ୍ୟ ନିର୍ବାଚନ ପ୍ରକ୍ରିୟା ଯଥାଶୀଘ୍ର କରିବାକୁ ଅନୁରୋଧ କରିଛନ୍ତି।
ଚୀନ ଦୂତାବାସ ପକ୍ଷରୁ କୁହାଯାଇଛି ଯେ, ‘ଅଗଷ୍ଟ 9ରେ, କାନାଡା ଏବଂ ଅନ୍ୟ ଦେଶର ବୈଦେଶିକ ମନ୍ତ୍ରୀମାନେ ଏକ ବିବୃତ୍ତି ଦେଇଛନ୍ତି । ଯେଉଁଥିରେ ହଂକଂ ପ୍ରସଙ୍ଗରେ ଦାୟିତ୍ବହୀନ ମନ୍ତବ୍ୟ ରହିଛି ଓ ଚୀନ୍ର ଘରୋଇ କାର୍ଯ୍ୟରେ ସିଧାସଳଖ ହସ୍ତକ୍ଷେପ ରହିଛି। ଚୀନ ଏହାକୁ ଦୃଢ ବିରୋଧ କରୁଛି ।’କୋରୋନା ମହାମାରୀ ସମୟରେ ଜନସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ନିର୍ବାଚନ ବନ୍ଦ କରାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି ।