ଓଡିଶା

odisha

ETV Bharat / international

ଭାରତରେ ବଢୁଛି କୋରୋନା: ନିଜ ନାଗରିକମାନଙ୍କୁ ଫେରାଇ ଆଣିବାକୁ ଚୀନର ନିଷ୍ପତ୍ତି - ଭାରତରୁ ଚୀନ ନାଗରିକ ଫେରିବେ

ଭାରତରେ କୋରୋନା ଭାଇରସ ମହାମାରୀ ବଢୁଥିବା ମାମଲା ମଧ୍ୟରେ ଚୀନ୍ ନାଗରିକମାନେ ଭାରତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଘରକୁ ଫେରିବାକୁ ଚାହୁଁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚୀନ ଏହାର ନାଗରିକମାନଙ୍କୁ ଭାରତରୁ ସ୍ବଦେଶକୁ ଫେରାଇନାବା ପାଇଁ ନିଷ୍ପତ୍ତି ନେଇଛି । ଅଧିକ ପଢ଼ନ୍ତୁ..

ନାଗରିକମାନଙ୍କୁ ଫେରାଇ ଆଣିବାକୁ ଚୀନର ନିଷ୍ପତ୍ତି
ନାଗରିକମାନଙ୍କୁ ଫେରାଇ ଆଣିବାକୁ ଚୀନର ନିଷ୍ପତ୍ତି

By

Published : May 25, 2020, 10:06 PM IST

ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମଣ ଏବେ ଭୟଙ୍କର ଭାବେ କାୟା ବିସ୍ତାର କରିବା ଜାରି ରଖିଛି । ଏପରିସ୍ଥଳେ ଭାରତରୁ ଛାତ୍ର, ପର୍ଯ୍ୟଟକ ଏବଂ ଉଦ୍ଦ୍ୟୋଗପତିଙ୍କ ସମେତ ସମସ୍ତ ନାଗରିକଙ୍କୁ ଫେରାଇ ଆଣିବାକୁ ଚୀନ୍ ନିଷ୍ପତ୍ତି ନେଇଛି । ଭାରତରେ କୋରୋନା ଭାଇରସ ମହାମାରୀ ବଢୁଥିବା ମାମଲା ମଧ୍ୟରେ ଚୀନ୍ ନାଗରିକମାନେ ଭାରତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏବଂ ଘରକୁ ଫେରିବାକୁ ଚାହୁଁଛନ୍ତି । ଏହାକୁ ଦୃଷ୍ଟିରେ ରଖି ଚୀନ ଏହାର ନାଗରିକମାନଙ୍କୁ ଭାରତରୁ ସ୍ବଦେଶକୁ ଫେରାଇନାବା ପାଇଁ ନିଷ୍ପତ୍ତି ନେଇଛି । ଚୀନ୍ ଦୂତାବାସ ସୋମବାର ନିଜ ୱେବସାଇଟରେ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ ଯେଉଁମାନେ ଘରକୁ ଫେରିବାକୁ ଚାହୁଁଛନ୍ତି ସେମାନେ ସ୍ବତନ୍ତ୍ର ବିମାନରେ ଟିକେଟ୍ ବୁକ୍ କରିବେ।

ବର୍ତ୍ତମାନ କୋରୋନା ସଂକ୍ରମଣରେ ବିଶ୍ବର ଶ୍ରେଷ୍ଠ ୧୦ ଦେଶ ତାଲିକାରେ ସ୍ଥାନ ପାଇଛି ଭାରତ । ପ୍ରାୟ 1.40 ଲକ୍ଷ କରୋନା ସଂକ୍ରମିତ ହୋଇସାରିଲେଣି ଦେଶରେ । ଏପରିସ୍ଥିତିକୁ ଦେଖି ଚୀନ ନିଜ ନାଗରିକଙ୍କୁ ଫେରାଇ ନେବା ପାଇଁ ନିଷ୍ପତ୍ତି ନେଇଛି ।

ଚୀନ୍ ଦୂତାବାସ ଦ୍ବାରା ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି ଯେ ଯେଉଁମାନେ ଘରକୁ ଫେରୁଛନ୍ତି ସେମାନେ ଉଡ଼ାଣ ସମୟରେ ଏବଂ ଚୀନରେ ପ୍ରବେଶ କରିବା ପରେ ସମସ୍ତ କ୍ବାରେଣ୍ଟାଇନରେ ରହିବେ । ଏହାସହ ମହାମାରୀ ନିରାକରଣ ନିୟମ ପାଳନ କରିବେ । ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଯେଉଁମାନେ କୋରୋନା ସଂକ୍ରମଣର ଚିକିତ୍ସା କରିଛନ୍ତି କିମ୍ବା ଗତ 14 ଦିନ ମଧ୍ୟରେ ଜ୍ବର, କାଶର ଲକ୍ଷଣ ରହିଛି, ସେମାନେ ବିଶେଷ ବିମାନ ଉଡ଼ାଣ କରିପାରିବେ ନାହିଁ ।

ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ସ୍ବତନ୍ତ୍ର ବିମାନରେ ଟିକେଟ ମୂଲ୍ୟ ଏବଂ ନିଜେ ଚୀନରେ କ୍ବାରେଣ୍ଟାଇନ ମୂଲ୍ୟ ବହନ କରିବାକୁ ପଡ଼ିବ । ଏଥିରେ ଦର୍ଶାଯାଇଛି ଯେ ବୋର୍ଡିଂ ପୂର୍ବରୁ ଯଦି ଆପଣଙ୍କର ଶରୀରର ତାପମାତ୍ରା 37.3 ଡିଗ୍ରୀ ଥାଏ, କିମ୍ବା ଯଦି ଆପଣଙ୍କର ସମ୍ଭାବ୍ୟ ଲକ୍ଷଣ ଥାଏ, ତେବେ ବିମାନରେ ଯାତ୍ରା କରିପାରିବେ ନାହିଁ ।

ABOUT THE AUTHOR

...view details