ଓଡିଶା

odisha

ETV Bharat / international

କାନାଡିଆନ କଏଦୀଙ୍କ ଉପରେ ଚୀନର ଗୁପ୍ତଚର ଆରୋପ - ହୁୱେଇ କମ୍ପାନୀ ସହସଂସ୍ଥାପକ ଗିରଫ

ଦୀର୍ଘ 18ମାସ ଧରି ଚୀନରେ କଏଦୀ ରହିଥିବା ଦୁଇ କାନାଡା ନାଗରିକଙ୍କ ଉପରେ ଗୁପ୍ତଚରର ଆରୋପ ଲଗାଇଛି । ଏହି କଏଦୀ ଦୁଇ ଜଣ ହେଲେ ପୂର୍ବତନ କୂଟନୈତିଜ୍ଞ ମାଇକେଲ କୋଭରିଗ ଓ ବ୍ୟବସାୟୀ ମାଇକେଲ ସ୍ପାଭୋର ।

canadian detained in china, chinese detained in canada, co-founder of huawei arrested, canadian spy in china, ଚୀନରେ କାନାଡିଆନ କଏଦୀ, କାନାଡାରେ ଚୀନ କଏଦୀ, ହୁୱେଇ କମ୍ପାନୀ ସହସଂସ୍ଥାପକ ଗିରଫ, ଚୀନରେ କାନାଡା ଗୁପ୍ତଚର
କାନାଡିଆନ କଏଦୀଙ୍କ ଉପରେ ଚୀନର ଗୁପ୍ତଚର ଆରୋପ

By

Published : Jun 20, 2020, 9:19 AM IST

ବେଜିଂ: ଦୀର୍ଘ 18ମାସ ଧରି ଚୀନରେ କଏଦୀ ରହିଥିବା ଦୁଇ କାନାଡା ନାଗରିକଙ୍କ ଉପରେ ଗୁପ୍ତଚରର ଆରୋପ ଲଗାଇଛି । ଏହି କଏଦୀ ଦୁଇ ଜଣ ହେଲେ ପୂର୍ବତନ କୂଟନୈତିଜ୍ଞ ମାଇକେଲ କୋଭରିଗ ଓ ବ୍ୟବସାୟୀ ମାଇକେଲ ସ୍ପାଭୋର । ଏମାନେ 2018 ଡିସେମ୍ବରରୁ ଚୀନରେ କଏଦୀ କରି ରଖାଯାଇଛି ।

2018 ଡିସେମ୍ବର 1ରେ କାନାଡାର ଭାନକୁଭରରେ ଚୀନ ଅଧିକୃତ ହୁୱେଇ କମ୍ପାନୀର ଅର୍ଥ ବିଭାଗ ମୁଖ୍ୟ ଅଧିକାରୀ ମେଙ୍ଗ ୱାନଜୋଉ ଓ ତାଙ୍କ ଝିଅ ତଥା କମ୍ପାନୀର ସହସଂସ୍ଥାପକଙ୍କୁ ବନ୍ଦୀ କରାଯାଇଥିଲା । ଏହାର ଠିକ୍‌ 9 ଦିନ ପରେ ଏହି ଦୁଇ ଜଣ କାନାଡା ନାଗରିକଙ୍କୁ ଚୀନରେ ଗିରଫ କରାଯାଇ ବନ୍ଦୀ କରାଯାଇଥିଲା । ତେବେ ହୁୱେଇ କମ୍ପାନୀର ସହସଂସ୍ଥାପକ ଏବେ ବି ସ୍ବଦେଶ ପ୍ରତ୍ୟର୍ପଣ ପାଇଁ ଚେଷ୍ଟା ଜାରି ରଖିଛନ୍ତି ।

ଗିରଫ ହୋଇଥିବା ଦୁଇ ବ୍ୟକ୍ତି ଚୀନ ଅଧିକାରୀଙ୍କ, ବିଶେଷଜ୍ଞ ତଥା ଏକାଡେମିକ୍ସଙ୍କୁ ଦୈନନ୍ଦିନ ଭେଟୁଥିଲେ । ଏକାଧିକ ଚାଇନିଜ ରାଜ୍ୟସ୍ବ ସଂସ୍ଥା ପାଇଁ ଦୁହେଁ କାର୍ଯ୍ୟରତ ଥିଲେ । ଦୁହେଁ ଚୀନର ଟେଲିଭିଜନ ଚ୍ୟାନେଲମାନଙ୍କରେ ଅନେକ ଥର ସାକ୍ଷାତକାରରେ ସାମିଲ ହୋଇଥିବାବେଳେ ସେମାନଙ୍କ କାର୍ଯ୍ୟ ଦ୍ବାରା ଚୀନକୁ କୌଣସି କ୍ଷତି ପହଞ୍ଚିଥିବାର ସୂଚନା ରହିନାହିଁ । ତଥାପି ସେମାନଙ୍କୁ ଗିରଫ କରାଯାଇ କୌଣସି ଓକିଲ ସହ ସମ୍ପର୍କ କରିବାକୁ ଦିଆଯାଉନଥିବା ମାଇକେଲ ସ୍ପାଭୋର ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସ୍ପଷ୍ଟ କରିଥିଲେ ।

ତେବେ ଏପ୍ରିଲ 2019ରେ ଖବର ପ୍ରକାଶ ପାଇଥିଲା କି ଗିରଫ ଦୁଇ କାନାଡିଆନଙ୍କୁ 6ରୁ 8 ଘଣ୍ଟା ଧରି ଜେରା କରାଯାଉଛି । ଏଥିସହ ସେମାନଙ୍କୁ 24 ଘଣ୍ଟା ପାଇଁ କୃତ୍ରିମ ଆଲୋକରେ ରଖାଯାଇ ପ୍ରତାଡିତ କରାଯାଉଥିବା ମଧ୍ୟ କୁହାଯାଇଥିଲା । ବର୍ତ୍ତମାନ ଉଭୟଙ୍କ ସ୍ବାସ୍ଥ୍ୟ ଭଲ ରହିଥିବାବେଳେ ମେଙ୍ଗଙ୍କ ଗିରଫଦାରୀର ପ୍ରତିଶୋଧ ପାଇଁ ଉଭୟଙ୍କୁ ଗିରଫ କରାଯାଇଥିବା କୁହାଯାଇଛି ।

@IANS

ABOUT THE AUTHOR

...view details