ଓଡିଶା

odisha

ETV Bharat / international

ହଂକଂରେ ଜାତୀୟ ସୁରକ୍ଷା ଆଇନ ପ୍ରଣୟନ ନେଇ ଅବଗତ ଥିଲେ କ୍ୟାରି ଲାମ - ଜାତୀୟ ସୁରକ୍ଷା ଆଇନ ନେଇ ଅଜ୍ଞ କ୍ୟାରି

ଗତ ସପ୍ତାହରେ ହଂକଂରେ ଲାଗୁ ହୋଇଥିଲା ଜାତୀୟ ସୁରକ୍ଷା ଆଇନ । ବେଜିଂ ଦ୍ବାରା ଏହି ନିୟମ ରାତାରାତି ଲାଗୁ ହୋଇଥିବା ବେଳେ କ୍ୟାରି ଗଣମାଧ୍ୟମକୁ ଏନେଇ ସୂଚନା ଦେଇ କହିଛନ୍ତି କି ଆଇନ ପ୍ରଣୟନ ହେବା ପୂର୍ବରୁ ତାଙ୍କୁ କେନ୍ଦ୍ର ଅଧିକାରୀମାନେ ବିସ୍ତୃତ ଭାବେ ଆଇନ ସମ୍ପର୍କରେ ସୂଚନା ଦେଇଥିଲେ ।

hong kong national security law, execution on national security law in hong kong, carrie lam, carrie's concern on national security law, hong kong latest news, ହଂକଂରେ ଜାତୀୟ ସୁରକ୍ଷା ଆଇନ, ହଂକଂ ଜାତୀୟ ସୁରକ୍ଷା ଆଇନ ପ୍ରଣୟନ, କ୍ୟାରି ଲାମ, ଜାତୀୟ ସୁରକ୍ଷା ଆଇନ ନେଇ ଅଜ୍ଞ କ୍ୟାରି, ହଂକଂ ଲାଟେଷ୍ଟ ନ୍ୟୁଜ୍‌
ହଂକଂରେ ଜାତୀୟ ସୁରକ୍ଷା ଆଇନ ପ୍ରଣୟନ ନେଇ ଅବଗତ ଥିଲେ କ୍ୟାରି ଲାମ

By

Published : Jul 7, 2020, 8:07 PM IST

ହଂକଂ: ଗତ ସପ୍ତାହରେ ହଂକଂରେ ଲାଗୁ ହୋଇଥିଲା ଜାତୀୟ ସୁରକ୍ଷା ଆଇନ । ବେଜିଂ ଦ୍ବାରା ଏହି ନିୟମ ରାତାରାତି ଲାଗୁ ହୋଇଥିବା ବେଳେ ହଂକଂ ମୁଖ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ କ୍ୟାରି ଲାମ ଅବଗତ ଥିଲେ କି ନାହିଁ ସେନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଏହାର ପ୍ରତିକ୍ରିୟା ଦେଇ ମଙ୍ଗଳବାର କ୍ୟାରି କହିଛନ୍ତି କି ଏହି ଆଇନ ପ୍ରଣୟନ ନେଇ ସେ ଅବଗତ ଥିଲେ । ତାଙ୍କୁ ଲୁଚାଇ ଏହି ଆଇନ ପ୍ରଣୟନ କରାଯିବାର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ।

କ୍ୟାରି ଗଣମାଧ୍ୟମକୁ ଏନେଇ ସୂଚନା ଦେଇ କହିଛନ୍ତି କି ଆଇନ ପ୍ରଣୟନ ହେବା ପୂର୍ବରୁ ତାଙ୍କୁ କେନ୍ଦ୍ର ଅଧିକାରୀମାନେ ବିସ୍ତୃତ ଭାବେ ଆଇନ ସମ୍ପର୍କରେ ସୂଚନା ଦେଇଥିଲେ । ଏଥିସହ ଆଇନ ସମ୍ପର୍କରେ କ୍ୟାରିଙ୍କ ମତାମତ ମଧ୍ୟ ଗ୍ରହଣ କରାଯାଇଥିଲା । ନ୍ୟାସନାଲ ପିପୁଲ୍ସ ଷ୍ଟାଣ୍ଡିଂ କମିଟି କ୍ୟାରିଙ୍କ ସମସ୍ତ ମତ ଧୈର୍ଯ୍ୟର ସହ ଶୁଣିଥିଲେ ଓ ଏହାକୁ ଗ୍ରହଣ ମଧ୍ୟ କରିଥିଲେ । ତେବେ କ୍ୟାରିଙ୍କ କହିବା ଅନୁଯାୟୀ 2 ସପ୍ତାହ ତଳେ ସେ ଗଣମାଧ୍ୟମରେ ଦେଇଥିବା ମନ୍ତବ୍ୟକୁ ଭୁଲ ରୂପେ ଉପସ୍ଥାପନ କରାଯାଇଥିଲା । ଯାହା ଫଳରେ ବେଜିଂ ସହ ଆଇନ ପ୍ରଣୟନରେ ତାଙ୍କ ଭାଗିଦାରୀ ନେଇ ଖୁବ ଚର୍ଚ୍ଚା ମଧ୍ୟ ହୋଇଥିଲା ।

ତେବେ ଆଇନ ସମ୍ପର୍କରେ ଅଜ୍ଞ ଥିବା କଥାକୁ ଏଡାଇ ସେ କହିଛନ୍ତି କି ସେ କେବଳ ଏତିକି କହିଥିଲେ କି ଆଇନକୁ ନେଇ ବିସ୍ତୁତ ସାରଣୀ ପ୍ରସ୍ତୁତ ହୋଇ ନାହିଁ । ଏନେଇ ଆଲୋଚନା ଜାରି ରହିଛି । ହେଲେ ଗଣମାଧ୍ୟମରେ ଏହାକୁ ଭୁଲ ରୂପ ଦେଇ ସେ ଆଇନ ସମ୍ପର୍କରେ ଅଜ୍ଞ ଥିବା କଥା ପ୍ରଚାର କରାଯାଇଥିଲା ।

@IANS

ABOUT THE AUTHOR

...view details