ବେଜିଂ: ଚୀନରେ କୋରୋନା ସ୍ଥିତି ଏବେ ଏକ ପ୍ରକାର ସ୍ଥିର ରହିଥିବା କୁହାଯାଇପାରେ । ଏପରିସ୍ଥଳେ କୋଭିଡ -19 ମହାମାରୀକୁ ମୁକାବିଲା କରିବା ପାଇଁ ଚୀନ୍ ବିଭିନ୍ନ ଦେଶ ପାଇଁ ଚିକିତ୍ସା ସାମଗ୍ରୀ ପ୍ରଦାନ ପାଇଁ ପ୍ରମୁଖ ଦେଶ ପାଲଟିଛି । ସମ୍ପ୍ରତି ଅନେକ ଦେଶ ସେମାନଙ୍କର କାର୍ଗୋ ବିମାନ ଚୀନକୁ ଚିକିତ୍ସା ସାମଗ୍ରୀ ଆଣିବା ପାଇଁ ପଠାଇଛନ୍ତି ।
ଏପ୍ରିଲ 4 ତାରିଖ ରାତିରେ ଆଲଜେରିଆ ବାୟୁସେନାର ଦୁଇଟି ପରିବହନ ବିମାନ ସଂଘାଇ ପୁଟୋଙ୍ଗ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିଲା । ଉଭୟ ବିମାନ ମାସ୍କ ସମେତ ବହୁ ପରିମାଣର ଚିକିତ୍ସା ସାମଗ୍ରୀ ନେଇଥିଲା ।
ରୁଷର ଦୁଇଟି ବାୟୁସେନା ପରିବହନ ବିମାନ ମଧ୍ୟ ସେହି ଦିନ ପୁଟୋଙ୍ଗ ବିମାନବନ୍ଦରରେ ଅବତରଣ କରିଥିଲା। ସେମାନେ ମାସ୍କ ଏବଂ ଆସେସୋରିଜ୍ ସହିତ ରୁଷକୁ ଫେରିଗଲେ ।