ନୂଆଦିଲ୍ଲୀ: କାନାଡାରେ ଗୁଳିକାଣ୍ଡ। ଏଥିରେ 16 ଜଣ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣ ପୋଲିସ ଅଫିସର ମଧ୍ୟ ରହିଛନ୍ତି। ତେବେ ନୋଭା ସ୍କୋଟିଆ ଠାରେ ଘଟିଥିବା ଗୁଳିକାଣ୍ଡ କାନାଡା ଇତିହାସରେ ସବୁଠାରୁ ଖରାପ ସମୟ ବୋଲି ଜଣେ ପୋଲିସ ଅଫିସର କହିଛନ୍ତି।
କାନାଡା ଗୁଳିକାଣ୍ଡରେ ପୋଲିସ ଅଫିସର ସମେତ 16 ମୃତ - କାନାଡା ଗୁଳିକାଣ୍ଡ
କାନାଡାରେ ଗୁଳିକାଣ୍ଡ। ଏଥିରେ 16 ଜଣ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ଜଣ ପୋଲିସ ଅଫିସର ମଧ୍ୟ ରହିଛନ୍ତି।
![କାନାଡା ଗୁଳିକାଣ୍ଡରେ ପୋଲିସ ଅଫିସର ସମେତ 16 ମୃତ Canadian police](https://etvbharatimages.akamaized.net/etvbharat/prod-images/768-512-6862136-322-6862136-1587358699102.jpg)
କାନାଡା ଗୁଳିକାଣ୍ଡରେ ପୋଲିସ ଅଫିସର ସମେତ 16 ମୃତ
ଏହି ଗୁଳିକାଣ୍ଡରେ ସନ୍ଦିଗ୍ଧ ଥିବା ଜଣେ 51 ବର୍ଷୀୟ ବ୍ୟକ୍ତି ଗାବ୍ରିଏଲ ୱର୍ଟମ୍ୟାନ ପ୍ରାଣ ହରାଇଛି। ଏହାସହ ଗୁଳିକାଣ୍ଡରେ ଅନ୍ୟ ଜଣେ ପୋଲିସ ଅଫିସର ଗୁରୁତର ଆହତ ହୋଇଛନ୍ତି। ମୃତ ସନ୍ଦିଗ୍ଧ ବ୍ୟକ୍ତି ଜଣକ ଏକାକୀ ଗୁଳିକାଣ୍ଡ ଭିଆଇଥିବା ପୋଲିସ କହିଛି।