ଓଡିଶା

odisha

ETV Bharat / international

24 ଘଣ୍ଟାରେ ବ୍ରାଜିଲରେ 33 ହଜାର ମାମଲା, ମୃତ୍ୟୁ ସଂଖ୍ୟା 59 ହଜାର - COVID 19

24 ଘଣ୍ଟା ମଧ୍ୟରେ ଦେଶ 33 ହଜାର ସଂକ୍ରମଣ ରେକର୍ଡ କରିଛି ବ୍ରାଜିଲ୍। ଦେଶରେ ସର୍ବମୋଟ ସଂକ୍ରମଣ ତାଲିକା 1,402,041ରେ ପହଁଞ୍ଚିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

24 ଘଣ୍ଟାରେ ବ୍ରାଜିଲରେ 33 ହଜାର ନୂଆ ମାମଲା, ମୃତ୍ୟୁ ସଂଖ୍ୟା 59 ହଜାର
24 ଘଣ୍ଟାରେ ବ୍ରାଜିଲରେ 33 ହଜାର ନୂଆ ମାମଲା, ମୃତ୍ୟୁ ସଂଖ୍ୟା 59 ହଜାର

By

Published : Jul 1, 2020, 1:47 PM IST

ନୂଆଦିଲ୍ଲୀ: ସାରା ବିଶ୍ବରେ ମାଡି ଚାଲିଛି କୋରୋନା ଚେର। ଆମେରିକା ଏହି ଭାଇରସ କୋପରେ ଅଣନିଶ୍ବାସୀ ହେଉଥିବା ବେଳେ ବ୍ରାଜିଲର ସ୍ଥିତି ମଧ୍ୟ ଶୋଚନୀ। ଗତ 24 ଘଣ୍ଟା ମଧ୍ୟରେ ଦେଶ 33 ହଜାର ସଂକ୍ରମଣ ରେକର୍ଡ କରିଛି ବ୍ରାଜିଲ । ଯାହାକୁ ମିଶାଇ ଦେଶରେ ଦେଶରେ ସର୍ବମୋଟ ସଂକ୍ରମଣ ତାଲିକା 1,402,041ରେ ପହଁଞ୍ଚିଛି ବୋଲି ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

ଏହାର ଦିନକ ପୂର୍ବରୁ ବ୍ରାଜିଲ୍ 24,052 ନୂଆ ମାମଲା ରେକର୍ଡ କରିଥିଲା। ଏହାସହ 24 ଘଣ୍ଟାରେ 1280ଜଣଙ୍କ ମୃତ୍ୟୁ ରିପୋର୍ଟ ତାଲିକାକୁ 59,594ରେ ପହଁଞ୍ଚାଇଛି। ଦେଶରେ ଏବେ ସୁଦ୍ଧା ମହାମାରୀକୁ ହରାଇ 790,000 ରୋଗୀ ସୁସ୍ଥ ହୋଇଛନ୍ତି।

ସୂଚନା ଅନୁସାରେ, ଆମେରିକା ପରେ ସଂକ୍ରମଣର ତାଲିକାର ଦ୍ବିତୀୟରେ ରହିଛି ବ୍ରାଜିଲ। ଆମେରିକାରେ ବର୍ତ୍ତମାନେ 2.5 ମିଲିୟନ ସଂକ୍ରମିତ ରହିଥିବା ବେଳେ 1 ଲକ୍ଷରୁ ଉର୍ଦ୍ଧ୍ବ ମୃତ୍ୟୁ ହୋଇଛି।

ABOUT THE AUTHOR

...view details