ଓଡିଶା

odisha

ETV Bharat / international

ସମୀକ୍ଷା ପାଇଁ ହଂକଂ ପୁସ୍ତକାଳୟରୁ ହଟିଲା ସ୍ଥାନୀୟ ଲେଖକଙ୍କ ପୁସ୍ତକ - ହଂକଂରେ ସାର୍ବଜନୀନ ପୁସ୍ତକାଳୟ

ଲାଗୁ ହୋଇଥିବା ଜାତୀୟ ସୁରକ୍ଷା ନିୟମ ବିରୋଧୀ କୌଣସି ପୁସ୍ତକ ଲୋକଙ୍କ ପାଖରେ ପହଞ୍ଚିବାର ଡର ସୃଷ୍ଟି ହୋଇଛି । ଏହି ଡର ପାଇଁ ରବିବାର ହଂକଂର ସମସ୍ତ ପୁସ୍ତକାଳୟରୁ ସ୍ଥାନୀୟ ଲେଖକଙ୍କ ବହିକୁ ହଟାଇ ଦିଆଯାଇଛି । ଏହି ବହି ସବୁରେ ଥିବା ତଥ୍ୟ ଲୋକଙ୍କୁ ଉତ୍ତେଜିତ କରିବା ଭଳି ନ ହେଉ କିମ୍ବା ଏଥିରେ ବର୍ତ୍ତମାନର ଆଇନ ବିରୋଧୀ ମତ ଯେପରି ନ ରହିବ ସେଥିପାଇଁ ବହିଗୁଡିକର ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି ।

hong kong national security law, book review in hong kong, hong kong public library, new rule in hong kong, ହଂକଂ ଜାତୀୟ ସୁରକ୍ଷା ଆଇନ, ହଂକଂରେ ପୁସ୍ତକ ସମୀକ୍ଷା, ହଂକଂରେ ସାର୍ବଜନୀନ ପୁସ୍ତକାଳୟ, ହଂକଂରେ ନୂଆ ନିୟମ
ହଂକଂ ପୁସ୍ତକାଳୟରୁ ସମୀକ୍ଷା ପାଇଁ ହଟିଲା ସ୍ଥାନୀୟ ଲେଖକଙ୍କ ପୁସ୍ତକ

By

Published : Jul 5, 2020, 5:36 PM IST

ହଂକଂ: ମଙ୍ଗଳବାର ରାତିରୁ ହଂକଂରେ ଲାଗୁ ହୋଇଥିବା ଜାତୀୟ ସୁରକ୍ଷା ନିୟମ ଅନୁଯାୟୀ ସହରରେ ଅନେକ ନୂଆ କଟକଣା ଜାରି ହୋଇଛି । ସାଧାରଣ ଜୀବନଯାପନ ପ୍ରଣାଳୀରେ ପରିବର୍ତ୍ତନ ସହ ସହରରେ ଅପରାଧକୁ 4ଟି ଭାଗରେ ବିଭକ୍ତ କରାଯାଇଛି । ତେବେ ହଂକଂରେ ନୂଆ ଆଇନ ଲାଗୁ ହେବା ପରେ ଆମେରିକା ଓ କାନାଡା ମଧ୍ୟ ନିଜ ଆଡୁ ହଂକଂ ପ୍ରତି ବିଭିନ୍ନ ନୀତିରେ ବ୍ୟତିକ୍ରମ କରିଛନ୍ତି । ଏମିତିରେ ଲାଗୁ ହୋଇଥିବା ନୂଆ ନିୟମ ବିରୋଧୀ କୌଣସି ପୁସ୍ତକ ଲୋକଙ୍କ ପାଖରେ ପହଞ୍ଚିବାର ଡର ସୃଷ୍ଟି ହୋଇଛି ।

ଏହି ଡର ପାଇଁ ରବିବାର ହଂକଂର ସମସ୍ତ ପୁସ୍ତକାଳୟରୁ ସ୍ଥାନୀୟ ଲେଖକଙ୍କ ବହିକୁ ହଟାଇ ଦିଆଯାଇଛି । ଏହି ବହି ସବୁରେ ଥିବା ତଥ୍ୟ ଲୋକଙ୍କୁ ଉତ୍ତେଜିତ କରିବା ଭଳି ନ ହେଉ କିମ୍ବା ଏଥିରେ ବର୍ତ୍ତମାନର ଆଇନ ବିରୋଧୀ ମତ ଯେପରି ନ ରହିବ ସେଥିପାଇଁ ବହିଗୁଡିକର ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟତଃ ପୁସ୍ତକାଳୟରୁ ସ୍ଥାନୀୟ ଲେଖକ ଓ ଗଣତନ୍ତ୍ରର ସମର୍ଥକ ଆଇନଜୀବୀଙ୍କ ପୁସ୍ତକକୁ ହଟାଇ ଦିଆଯାଇଥିବା ଜଣା ପଡିଛି ।

ହଂକଂରେ ସମସ୍ତ ସାର୍ବଜନୀନ ପୁସ୍ତକାଳୟକୁ ଅବକାଶ ଓ ସାଂସ୍କୃତିକ ସେବା ବିଭାଗ ପରିଚାଳିତ କରୁଥିବା ବେଳେ ବର୍ତ୍ତମାନ ଲାଗୁ ହୋଇଥିବା ନୂଆ ଜାତୀୟ ସୁରକ୍ଷା ଆଇନ ଅନୁଯାୟୀ ନୀତି ଉଲଙ୍ଘନକାରୀ ସନ୍ଦେହରେ ପ୍ରାୟ 9ଟି ପୁସ୍ତକର ବିକ୍ରି ଉପରେ ରୋକ ଲଗାଯାଇଛି । ଏଗୁଡିକର ନାମ ପ୍ରକାଶ ପାଇନଥିବା ବେଳେ ଏଗୁଡିକର ଲେଖକଙ୍କ ମଧ୍ୟରେ ରହିଛନ୍ତି ସମାଜସେବୀ ଜୋସୁଆ ୱୋଙ୍ଗ, ଆଞ୍ଚଳିକ ଲେଖକ ହୋରାସ ଚିନ ଓ ସିଭିକ ପାର୍ଟି ଆଇନଜୀବୀ ତାନ୍ୟା ଚାନ ।

ତେବେ ସହରବାସୀଙ୍କୁ ଅବଗତ କରାଇବା ପାଇଁ ଅନଲାଇନ ପ୍ଲାଟଫର୍ମରେ ଏହି ପୁସ୍ତକଗୁଡିକୁ ସର୍ଚ୍ଚ କଲେ ସେଗୁଡିକର ସମୀକ୍ଷା ଚାଲିଥିବା ଦର୍ଶାଇ ଦିଆଯାଉଛି । ସମୀକ୍ଷା ପରେ ଏଗୁଡିକ ବିକ୍ରି ହୋଇପାରିବ କି ନାହିଁ, ତାହା ମଧ୍ୟ ଅନଲାଇନ ପ୍ଲାଟଫର୍ମରେ ଦର୍ଶାଇଦିଆଯିବା ନେଇ ସୂଚନା ରହିଛି । ସେପଟେ ଜୁଲାଇ 2ରୁ ପୁସ୍ତକଗୁଡିକର ସମୀକ୍ଷା ପ୍ରକ୍ରିୟା ଆରମ୍ଭ ହୋଇଛି ।

@IANS

ABOUT THE AUTHOR

...view details