କାବୁଲ:ଆଫଗାନିସ୍ତାନ ସଙ୍କଟ ମଧ୍ୟରେ ରାଜଧାନୀ କାବୁଲରେ ଭୟଙ୍କର ବିସ୍ଫୋରଣ । କାବୁଲ ବିମାନବନ୍ଦର ବାହାରେ ଗତକାଲି(ଗୁରୁବାର) 3ଟି ସିରିଜ ବିସ୍ଫୋରଣ ଘଟିଛି । ଏଥିରେ 60 ଜଣ ଆଫଗାନିସ୍ତାନ ନାଗରିକଙ୍କ ମୃତ୍ୟୁ ହୋଇ ଥିବାବେଳେ 13 ଜଣ ଆମେରିକା ସୈନିକଙ୍କ ପ୍ରାଣହାନୀ ଘଟିଛି । ବିସ୍ଫୋରଣରେ ନିଜକୁ ଦାୟୀ କରିଛି ISIS ଆତଙ୍କବାଦୀ ସଙ୍ଗଠନ ।
Kabul airport ବାହାରେ ସିରିଜ୍ ବିସ୍ଫୋରଣ, 18 ମୃତ ଆଫଗାନିସ୍ତାନରେ ତାଲିବାନର ବର୍ବର କାଣ୍ଡ ପରେ ସାମ୍ନାକୁ ଆସିଛି ଆଉ ଏକ ଛାତିଥରା ଦୃଶ୍ୟ । ତାଲିବାନର ଡରରେ ଦେଶରୁ ବାହାରକୁ ଆସିବା ପାଇଁ ବିମାନବନ୍ଦରରେ ଲୋକଙ୍କ ପ୍ରବଳ ଭିଡ ସମୟରେ କୁତ୍ସିତ ମାନସିକତାର ଆଉ ଏକ ପରିଚୟ ISIS ଆତଙ୍କବାଦୀ ସଙ୍ଗଠନ । ବିମାନବନ୍ଦରରେ ବାରମ୍ବାର 3ଟି ବିସ୍ଫୋରଣ କରିଛି ଏହି ଆତଙ୍କୀ ସଙ୍ଗଠନ । ଏଥିରେ 73 ଜଣଙ୍କ ପ୍ରାଣହାନୀ ଘଟି ଥିବାବେଳେ ଶତାଧିକ ଲୋକେ ଆହତ ହୋଇଥିବା ସୂଚନା ମିଳିଛି ।
ବିସ୍ଫୋରଣରେ 60 ଆଫଗାନ ନାଗରିକଙ୍କ ମୃତ୍ୟୁ ହେବା ସହ 13 ଜଣ ଆମେରିକୀୟ ସୈନିକଙ୍କ ପ୍ରାଣହାନୀ ଘଟିଛି । ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି । ତେବେ କାବୁଲ ବିମାନବନ୍ଦରରେ 3ଟି ବିସ୍ଫୋରଣ ଘଟିଛି । ପ୍ରଥମ ବିସ୍ଫୋରଣ ନେଇ ଆମେରିକା ପ୍ରତିରକ୍ଷା ବିଭାଗ ସୂଚନା ଦେଇଥିବାବେଳେ ପରବର୍ତ୍ତୀ ବିସ୍ଫୋରଣ ଖବରକୁ ସ୍ପଷ୍ଟ କରିଛି ଫ୍ରାନ୍ସ । ଆଫଗାନିସ୍ତାନର କାବୁଲ ବିମାନବନ୍ଦରର ଫାଟକରେ ଏହି ବିସ୍ଫୋରଣ ଘଟିଛି ।
ବିସ୍ଫୋରଣ ସମୟରେ ବିମାନବନ୍ଦରରେ ହଜାର ହଜାର ଲୋକ ଉପସ୍ଥିତ ଥିଲେ । ଏହି ବିସ୍ଫୋରଣରେ ନିଜକୁ ଦାୟୀ କରିଛି କୁଖ୍ୟାତ ଆତଙ୍କବାଦୀ ସଙ୍ଗଠନ ISIS । ପୂର୍ବରୁ ଆଇଏସଆଇଏସ ପକ୍ଷରୁ ଆକ୍ରମଣ ହେବାର ଆଶଙ୍କା ଥିବା ନେଇ ଇନପୁଟ ଜରିଆରେ ଆଲର୍ଟ କରାଯାଇଥିଲା । ଅନ୍ୟପଟେ ଏହାକୁ ନେଇ ଆଜି(ଶୁକ୍ରବାର) ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜରୁରୀ ବୈଠକ ଡାକିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ