ଓଡିଶା

odisha

ETV Bharat / international

ବେଜିଂ ତଳେ ରହିଛି ଗୁପ୍ତ ଭୂତଳ ସହର, ଜାଣନ୍ତୁ ରହସ୍ୟ... - ବେଜିଂ ତଳେ ରହିଛି ଗୁପ୍ତ ଭୂତଳ ସହର

ଚୀନ କୋରୋନା ଯୋଗୁଁ ଚର୍ଚ୍ଚାରେ ରହିଛି । ଏହାଛଡା ଚୀନ ନିଜର ବାଣିଜ୍ୟ ଓ ବିଶ୍ବରେ ସୀମା ବିସ୍ତାର କରିବାର ଇଚ୍ଛା ପ୍ରକଟ କରିଛି । ଏବେ ପୁଣି ଟନେଲ ତଳେ ଲକ୍ଷାଧିକ ଲୋକ ବସବାସ କରୁଥିବା ଘଟଣା ସାମ୍ନାକୁ ଆସିଛି । ବେଜିଂର ଠିକ୍ ତଳେ ଅବସ୍ଥିତ ଡିକ୍ସିଆ ଚେଙ୍ଗ୍ ସହରରେ ଟନେଲ୍ ମଧ୍ୟରେ ଲକ୍ଷ ଲକ୍ଷ ଲୋକ ବାସ କରୁଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ବେଜିଂ ତଳେ ରହିଛି ଗୁପ୍ତ ଭୂତଳ ସହର
ବେଜିଂ ତଳେ ରହିଛି ଗୁପ୍ତ ଭୂତଳ ସହର

By

Published : Jul 3, 2020, 10:15 PM IST

ବେଜିଂ: କୋରୋନା ଭାଇରାସ ପାଇଁ ହେଉ କିମ୍ବା ବାଣିଜ୍ୟ କ୍ଷେତ୍ରରେ ହେଉ ଚୀନ ସର୍ବଦା ଚର୍ଚ୍ଚାରେ ଥାଏ । ଚୀନ ଏକ ରହସ୍ୟମୟ ସହର ଭାବେ ମଧ୍ୟ ପରିଚିତ । ଚୀନର ଡିକ୍ସିଆ ଚେଙ୍ଗ୍ ହେଉଛି ଏକ ଗୁପ୍ତ ଭୂତଳ ସହର। ଯାହା ବେଜିଂ ତଳେ 20 ହଜାର ଏକର ଉପରେ ବିସ୍ତାର ହୋଇଛି । ଏହା 3 ଲକ୍ଷରୁ ଅଧିକ ଲୋକଙ୍କ ହାତରେ ଖନନ ଦ୍ବାରା ତିଆରି ହୋଇଥିବା ଜଣାପଡିଛି।

ବର୍ତ୍ତମାନ ଚୀନ୍ କୋରୋନା ଯୋଗୁଁ ଚର୍ଚ୍ଚାରେ ରହିଛି । ଏହାଛଡା ଚୀନ ନିଜର ବାଣିଜ୍ୟ ଓ ବିଶ୍ବରେ ସୀମା ବିସ୍ତାର କରିବାର ଇଚ୍ଛା ପ୍ରକଟ କରିଛି । ଏବେ ପୁଣି ଟନେଲ ତଳେ ଲକ୍ଷାଧିକ ଲୋକ ବସବାସ କରୁଥିବା ଘଟଣା ସାମ୍ନାକୁ ଆସିଛି । ବେଜିଂର ଠିକ୍ ତଳେ ଅବସ୍ଥିତ ଡିକ୍ସିଆ ଚେଙ୍ଗ୍ ସହରରେ ଟନେଲ୍ ମଧ୍ୟରେ ଅମାନୁଷିକ ଅବସ୍ଥାରେ ଲକ୍ଷ ଲକ୍ଷ ଲୋକ ବାସ କରୁଛନ୍ତି।

ଯଦିଓ ଏପର୍ଯ୍ୟନ୍ତ ଭୂମି ତଳ ସହରରେ କେତେ ଘର ଅଛି କିମ୍ବା କେତେ ଟନେଲ ନିର୍ମାଣ ହୋଇଛି ତାହା ଜଣା ପଡିନାହିଁ। କିନ୍ତୁ ଡିକ୍ସିଆ ଚେଙ୍ଗ୍ 20 ହଜାର ଏକର ଉପରେ ବ୍ୟାପିଥିବା ଜଣାପଡିଛି । ଅନୁମାନରୁ ଯାହା ଜଣାଯାଏ, ଜମିରୁ ବାହାରିବା ପାଇଁ 900 ରୁ ଅଧିକ ପ୍ରବେଶ ଏବଂ ପ୍ରସ୍ଥାନ ଦ୍ବାର ରହିଛି।

ଅନ୍ୟ ଏକ କାରଣରୁ ଏହାମଧ୍ୟ ଜଣାପଡ଼ିଛି ଯେ, 1969 ପର ଠାରୁ ଏହାକୁ ତିଆରି କରିବା ପାଇଁ 10 ବର୍ଷ ଲାଗିଥିଲା। ଜମି ଭିତରେ ଏକ ସହର ପ୍ରତିଷ୍ଠା କରିବାର ଏକ ବିଶେଷ ଉଦ୍ଦେଶ୍ୟ ଥିଲା, ଯାହାକି ଚୀନ ଏବଂ ଋଷିଆ ମଧ୍ୟରେ ସମ୍ପର୍କ ଖରାପ ରହିଥିଲା। ଉଭୟଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବା ବେଳେ ଚୀନ ଭୟ କରିଥିଲା ​​ଯେ ଋଷିଆ ଏହା ଉପରେ ଆଣବିକ ଆକ୍ରମଣ କରିପାରେ। ଏହାପରେ ଚୀନ ଏବଂ ଋଷିଆ ମଧ୍ୟରେ ସାମରିକ ମୁକାବିଲା ଦ୍ବାରା ଚୀନର ଏହି ଭୟ ଆହୁରି ସୁଦୃଢ଼ ହୋଇଥିଲା।

ଚୀନ ନିଶ୍ଚିତ ଥିଲା ଯେ ଯୁଦ୍ଧ ଯେକୌଣସି ସମୟରେ ଆରମ୍ଭ ହୋଇପାରେ। ଏଭଳି ପରିସ୍ଥିତିରେ ଚାଇନାର କମ୍ୟୁନିଷ୍ଟ ନେତା ମାଓଟେ ତୁଙ୍ଗ (ମାଓ ଜେଡୋଙ୍ଗ) ତାଙ୍କ ନାଗରିକଙ୍କୁ ଜମି ଖୋଳିବାକୁ ନିବେଦନ କରିଥିଲେ।

ABOUT THE AUTHOR

...view details