ଓଡିଶା

odisha

ETV Bharat / international

କୋରୋନା କ୍ଲଷ୍ଟର ନିକଟବର୍ତ୍ତୀ 11ଟି ଅଞ୍ଚଳ ଲକଡାଉନ କଲା ବେଜିଂ - ଜିନଫାଦି ଫୁଡ ମାର୍କେଟ

ସୋମବାର ସୁଦ୍ଧା ଚୀନରେ ମୋଟ 49 ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛନ୍ତି । ସେଥିରୁ ବେଜିଂରେ ପୁଣି କୋରୋନା ନିଜ ଉପସ୍ଥିତି ଜାହିର କରୁଥିବା ଦେଖିବାକୁ ମିଳୁଛି । ବେଜିଂରେ ଏଯାବତ 36 ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ଏବଂ ଆଶ୍ଚର୍ଯ୍ୟର କଥା କି ସମସ୍ତ ଆକ୍ରାନ୍ତ କେଉଁଠି ନା କେଉଁଠି ଜିନଫାଦି ଫୁଡ ମାର୍କେଟ ସହ ସମ୍ପୃକ୍ତ ଥିବା ମଧ୍ୟ ଜଣା ପଡିଛି ।

corona fear in beijing, corona wave in china, corona update in china, xinfadi food market, lockdown in beijing, ବେଜିଂରେ କୋରୋନା ଆତଙ୍କ, ଚୀନରେ ପୁଣି କୋରୋନା ଲହରୀ, ଚୀନରେ କୋରୋନା ଅପଡେଟ, ଜିନଫାଦି ଫୁଡ ମାର୍କେଟ, ବେଜିଂରେ ଲକଡାଉନ
କୋଭିଡ-19 କ୍ଲଷ୍ଟର ନିକଟବର୍ତ୍ତୀ 11ଟି ଅଞ୍ଚଳ ଲକଡାଉନ କଲା ବେଜିଂ

By

Published : Jun 15, 2020, 6:41 PM IST

ବେଜିଂ: ଗତ ସପ୍ତାହରେ ଜଣେ ପରେ ଜଣେ କରି ବେଜିଂରେ ଚିହ୍ନଟ ହୋଇଥିଲେ 6 ଜଣ କୋରୋନା ଆକ୍ରାନ୍ତ । ସମସ୍ତ ଆକ୍ରାନ୍ତମାନେ ସ୍ଥାନୀୟ ଜିନଫାଦି ଫୁଡ ମାର୍କେଟକୁ ଯିବା ପରେ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଏହି ଖବର ପ୍ରକାଶ ପାଇବା ପରେ ସମ୍ପୃକ୍ତ ମାର୍କେଟ ନିକଟସ୍ଥ 11ଟି ଘରୋଇ କମ୍ପାଉଣ୍ଡରେ ସୋମବାର ଲକଡାଉନ ଘୋଷଣା କରାଯାଇଛି । ଏଥିସହ ନିକଟରେ ଏହି ମାର୍କେଟକୁ ଯାଇଥିବା ସମସ୍ତ ଲୋକେ ନିଜକୁ ଘରେ ଆଇସୋଲେଟ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ସୂଚନା ମୁତାବକ ଶୁକ୍ରବାର ଏହି ସାମୂଦ୍ରିକ ଖାଦ୍ୟ ସାମଗ୍ରୀ ମିଳୁଥିବା ଫୁଡ ମାର୍କେଟକୁ ସିଲ କରାଯାଇ ଏଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଟେଷ୍ଟିଂ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ସଂକ୍ରମଣ ପଛରେ ଜିନ ସିକ୍ବେନ୍ସିଂ ଦାୟୀ ବୋଲି ସ୍ବାସ୍ଥ୍ୟକର୍ମୀମାନେ ମତ ଦେଇଛନ୍ତି । ସମାନ ଢଙ୍ଗରେ ୟୁରୋପରେ ପୁଣି କୋରୋନା ସଂକ୍ରମଣ ଆରମ୍ଭ ହୋଇଥିବାର ନଜିର ରହିଥିବା ମଧ୍ୟ ସେମାନ ଯୁକ୍ତି ବାଢିଥିଲେ । ତେବେ ଏଥିପାଇଁ ଲୋକଙ୍କ ଯାତାୟତ କି ଖାଦ୍ୟ ସାମଗ୍ରୀ ପରିବହନ ଦାୟୀ, ତାହା ଜଣା ପଡିପାରିନାହିଁ ।

ସୋମବାର ସୁଦ୍ଧା ଚୀନରେ ମୋଟ 49 ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛନ୍ତି । ସେଥିରୁ ବେଜିଂରେ ପୁଣି କୋରୋନା ସଂକ୍ରମଣ ନିଜ ସ୍ଥିତି ସୁଦୃଢ କରିବାର ପ୍ରୟାସ ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ବେଜିଂରେ ଏଯାବତ 36 ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି ଏବଂ ଆଶ୍ଚର୍ଯ୍ୟର କଥା କି ସମସ୍ତ ଆକ୍ରାନ୍ତ କେଉଁଠି ନା କେଉଁଠି ଜିନଫାଦି ଫୁଡ ମାର୍କେଟ ସହ ସମ୍ପୃକ୍ତ ଥିବା ମଧ୍ୟ ଜଣା ପଡିଛି । ଏହି ମାର୍କେଟରେ ମୁଖ୍ୟତଃ ସାମୂଦ୍ରିକ ଖାଦ୍ୟ ସାମଗ୍ରୀ ଓ ପନିପରିବା ମିଳିଥାଏ ।

ତେବେ ଦେଶରେ ଚିହ୍ନଟ ଅନ୍ୟ 13 ଆକ୍ରାନ୍ତମାନେ ବାହାର ଦେଶରୁ ଫେରିଥିବା ଜଣାପଡିଛି । ସେଥିମଧ୍ୟରୁ 3ଜଣ ହୁବେଇ ପ୍ରାନ୍ତର ହୋଇଥିବା ମଧ୍ୟ ଦେଖାଯାଇଛି । ଦେଶରେ କୋରୋନାର ଦ୍ବିତୀୟ ଲହରୀ ସହ ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା 83,181 ରହିଥିବା ବେଳେ ମୃତ୍ୟୁ ସଂଖ୍ୟା 4634ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details