ଓଡିଶା

odisha

By

Published : Jun 17, 2020, 3:53 PM IST

ETV Bharat / international

ବେଜିଂକୁ ଫେରିଲା କୋରୋନା, ବିମାନ ବାତିଲ ସହ ସ୍କୁଲ ବନ୍ଦ

ଦିନେ ଯେଉଁଠି କୋରୋନା ମୂଳପୋଛ ହୋଇଯାଇଥିଲା ପୁଣି ସେଠାକୁ ଫେରିଛି କୋରୋନା । ଅଧିକ ପଢନ୍ତୁ...

ବେଜିଂରେ ନୂତନ କୋରୋନା ସଂକ୍ରମଣ
ବେଜିଂରେ ନୂତନ କୋରୋନା ସଂକ୍ରମଣ

ବେଜିଂ: ଚୀନରେ ପୁଣି ଆରମ୍ଭ ହୋଇଯାଇଛି କୋରୋନା ସଂକ୍ରମଣ । ବେଜିଂରେ ସଂକ୍ରମିତ ମାମଲା ବଢିବାରେ ଲାଗିଛି । ଦିନେ ଯେଉଁଠି କୋରୋନା ମୂଳପୋଛ ହୋଇଯାଇଥିଲା ପୁଣି ସେଠାରେ ସଂକ୍ରମିତ ମାମଲାରେ ବଢିବାରେ ଦେଖି ସରକାର ପୁଣି କୋଠର ହୋଇଛନ୍ତି । ପ୍ରଶାସନ ତତ୍ପରତା ସହ ସଂକ୍ରମଣ ରୋକିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ବୁଧବାର ବେଜିଂରେ 31 ଟି ନୂଆ ମାମଲା ରିପୋର୍ଟ ହୋଇଛି । ଚୀନରେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବା ଅଧିକାରୀମାନେ ଆଶଙ୍କା କରୁଛନ୍ତି । ବେଜିଂ ଛାଡି ନ ଯିବାକୁ ମଧ୍ୟ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ସେହିପରି ବେଜିଂକୁ ଦୁଇ-ତୃତୀୟାଂଶ ବିମାନ ଉଡାଣକୁ ବାତିଲ କରାଯାଇଛି । ଏହା ସହ ସହରର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି ।

ରାଜଧାନୀରେ ମହାମାରୀ ପରିସ୍ଥିତି ଅତ୍ୟନ୍ତ ଭୟଙ୍କର ବୋଲି ବେଜିଂ ସହରର ମୁଖପାତ୍ର, ଜୁ.ହେଜିଆନ ମଙ୍ଗଳବାର ଚେତାବନୀ ଦେଇଛନ୍ତି । ଏହି ରୋଗ ଚିହ୍ନଟ ହେବା ପରେ ଅଧିକାରୀମାନେ 11ଟି ବଜାର ବନ୍ଦ କରି ବେଜିଂରେ ହଜାର ହଜାର ଖାଦ୍ୟ ଓ ପାନୀୟ ବ୍ୟବସାୟକୁ ବିଶୋଧନ କରାଯାଉଛି ।

ଗତ 6 ଦିନ ମଧ୍ୟରେ 137 ସଂକ୍ରମଣ ହୋଇଥିବା ମ୍ୟୁନିସିପାଲଟି ସ୍ବାସ୍ଥ୍ୟ ଅୟୋଗ ସୂଚନା ଦେଇଛନ୍ତି । ଅଧିକାରୀମାନେ ଏପର୍ଯ୍ୟନ୍ତ ଜନଗହଳିପୂର୍ଣ୍ଣ ଆବଦ୍ଧ ସ୍ଥାନରେ ମାସ୍କ ପିନ୍ଧିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ABOUT THE AUTHOR

...view details