ଓଡିଶା

odisha

By

Published : Jun 8, 2020, 12:27 AM IST

ETV Bharat / international

ବାଂଲାଦେଶରେ ପୁଣି ଲାଗୁ ହେବ ଲକଡାଉନ ନିୟମ

ବାଂଲାଦେଶକୁ ପୁଣି ଫେରିଛି କୋରୋନା ସଂକ୍ରମଣ । ମାତ୍ର କିଛି ଦିନର ବିରତି ପରେ ପୁଣି ଲୋକଙ୍କୁ ଭୟଭୀତ କରିଛି କୋରୋନା । ଶନିବାର ଦେଶରେ ରହୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ କ୍ୟାମ୍ପ ନିକଟସ୍ଥ ଅଞ୍ଚଳଗୁଡିକୁ ରେଡ ଜୋନ ଘୋଷଣା ପରେ ରବିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ହସିନା ସରକାର ।

corona condition in bangladesh, lockdown reimposition in bangladesh, bangladesh lockdown, coronavirus news, ବାଂଲାଦେଶରେ କୋରୋନା ସ୍ଥିତି, ବାଂଲାଦେଶରେ ପୁଣି ଲକଡାଉନ, ବାଂଲାଦେଶ ଲକଡାଉନ, କୋରୋନା ଭାଇରସ ନ୍ୟୁଜ୍‌
ବାଂଲାଦେଶରେ ପୁଣି ଲାଗୁ ହେବ ଲକଡାଉନ ନିୟମ

ଢାକା: ବାଂଲାଦେଶକୁ ପୁଣି ଫେରିଛି କୋରୋନା ସଂକ୍ରମଣ । ମାତ୍ର କିଛି ଦିନର ବିରତି ପରେ ପୁଣି ଲୋକଙ୍କୁ ଭୟଭୀତ କରିଛି କୋରୋନା । ଶନିବାର ଦେଶରେ ରହୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ କ୍ୟାମ୍ପ ନିକଟସ୍ଥ ଅଞ୍ଚଳଗୁଡିକୁ ରେଡ ଜୋନ ଘୋଷଣା ପରେ ରବିବା ଆଉ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ହସିନା ସରକାର । ଦେଶରେ କୋରୋନାର ସ୍ଥିତି ଦେଖି ପୁଣି ଥରେ ପର୍ଯ୍ୟାୟକ୍ରମେ ଲକଡାଉନ ଘୋଷଣା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ରବିବାର ଏସମ୍ପର୍କରେ ବରିଷ୍ଠ ସ୍ବାସ୍ଥ୍ୟ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଘୋଷଣା ଆଧାରରେ ଦେଶର ରାଜଧାନୀ ଢାକାର କେତେକ ଅଞ୍ଚଳ ଓ ଦେଶର ଅନ୍ୟ କେତେକ ଅଞ୍ଚଳରେ ପର୍ଯ୍ୟାୟକ୍ରମେ ଲକଡାଉନ ଜାରି ହେବା ନେଇ ସ୍ପଷ୍ଟ ହୋଇଛି । ଦେଶରେ କୋଭିଡ-19 ମିଡିଆ ସେଲର ସଂଯୋଜକ ହବିବୁର ରହମାନ ଖାନ ଏନେଇ କହିଛନ୍ତି କି ଆଗାମୀ ଦୁଇ-ତିନି ଦିନ ମଧ୍ୟରେ କେଉଁ ସବୁ ଅଞ୍ଚଳରେ ଲକଡାଉନ ଲାଗୁ ହେବ ତାହା ସ୍ପଷ୍ଟ କରାଯିବ ।

ପ୍ରକାଶ ଥାଉ କି, ଗତ ସପ୍ତାହ ବାଂଲାଦେଶରେ ଲକଡାଉନ ଅବଧି ସମାପ୍ତ ହୋଇଥିଲା । ହେଲେ ସପ୍ତାହେ ପରେ ପୁଣି ବର୍ଦ୍ଧିତ ସଂକ୍ରମଣ ପାଇଁ ଅଧିକ ପ୍ରଭାବିତ ଢାକାର କେତେକ ଅଞ୍ଚଳରେ ପୁଣି ଲକଡାଉନ ଘୋଷଣା ହେବ । ପରେ ପରେ ଅନ୍ୟ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।

@IANS

ABOUT THE AUTHOR

...view details