ଓଡିଶା

odisha

By

Published : Jun 14, 2020, 7:52 PM IST

ETV Bharat / international

କୋରୋନା ନେଲା ବାଂଲାଦେଶରେ ମନ୍ତ୍ରୀଙ୍କ ଜୀବନ

ବାଂଲାଦେଶରେ କୋରୋନା ସ୍ଥିତିରେ ବିଶେଷ ସୁଧାର ଆସିନଥିବା ଦେଖିବାକୁ ମିଳିଛି । ଏମିତିରେ ଦେଶର ଜନୈକ ମନ୍ତ୍ରୀଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।

corona effect on bangladesh, corona situation in bangladesh, corona update in bangladesh, bangladesh religious affair minister dies of corona, ବାଂଲାଦେଶରେ କୋରୋନା ପ୍ରଭାବ, ବାଂଲାଦେଶରେ କୋରୋନା ସ୍ଥିତି, ବାଂଲାଦେଶରେ କୋରୋନା ଅପଡେଟ, କୋରୋନାରେ ବାଂଲାଦେଶ ଧାର୍ମିକ ବ୍ୟାପାର ମନ୍ତ୍ରୀ ମୃତ
କୋରୋନା ନେଲା ବାଂଲାଦେଶୀ ମନ୍ତ୍ରୀଙ୍କ ଜୀବନ

ଢାକା: ସାରା ବିଶ୍ବରେ କୋରୋନା ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାର ପ୍ରଭାବରେ ଗଡି ଚାଲିଛି ଗୋଟିଏ ପରେ ଗୋଟିଏ ମୁଣ୍ଡ । ବାଂଲାଦେଶରେ ମଧ୍ୟ କୋରୋନା ସ୍ଥିତିରେ ବିଶେଷ ସୁଧାର ଆସିନଥିବା ଦେଖିବାକୁ ମିଳିଛି । ଏମିତିରେ ଦେଶର ଜନୈକ ମନ୍ତ୍ରୀଙ୍କର କୋରୋନାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ୍ୟୁ ପୂର୍ବରୁ ସେ କୋରୋନାରେ ଆକ୍ରାନ୍ତ ଥିବା ଜଣା ନଥିବା ବେଳେ ମୃତ୍ୟୁ ପରେ ରିପୋର୍ଟରେ ସେ ପଜିଟିଭ ଥିବା ଜଣା ପଡିଥିଲା ।

ମୃତକ ଜଣଙ୍କ ହେଉଛନ୍ତି ଦେଶର ଧାର୍ମିକ ବ୍ୟାପାର ମନ୍ତ୍ରୀ ଶେଖ ଅବଦୁଲ୍ଲା(75) । ଶନିବାର ରାତିରେ ଅସୁସ୍ଥତା କାରଣରୁ ତାଙ୍କୁ ସ୍ଥାନୀୟ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ହେଲେ ରବିବାର ମୃତଦେହ ବ୍ୟବଚ୍ଛେଦ ପରେ ସେ କୋରୋନାରେ ଆକ୍ରାନ୍ତ ଥିବା ଜଣା ପଡିଥିଲା । ମୃତ୍ୟୁ ପୂର୍ବରୁ ସେ ଶ୍ବାସକ୍ରିୟାରେ ବାଧା, ଛାତିରେ ଯନ୍ତ୍ରଣା ଆଦି ଅନୁଭବ କରୁଥିବା ଜଣା ପଡିଥିଲା । ତେବେ ବାଂଲାଦେଶରେ କୋରୋନାରେ ଆଖି ବୁଜିଥିବା ସବୁଠାରୁ ବୟସ୍କ ବ୍ୟକ୍ତି ହେଉଛନ୍ତି ଅବଦୁଲ୍ଲା ।

ଦେଶରେ ବର୍ତ୍ତମାନ ଅନ୍ୟ ଦୁଇ ମନ୍ତ୍ରୀ ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ଚିକିତ୍ସା ଜାରି ରହିଛି । ସୂଚନା ମୁତାବକ ବାଂଲାଦେଶରେ ଶନିବାର 2856 ନୂଆ ମାମଲା ସହ ମୋଟ ଆକ୍ରାନ୍ତ ସଂଖ୍ୟା 84,379ରେ ପହଞ୍ଚିଛି । ସେପଟେ ମୃତ୍ୟୁ ସଂଖ୍ୟା 1139ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ।

@IANS

ABOUT THE AUTHOR

...view details