ଓଡିଶା

odisha

By

Published : Apr 20, 2020, 6:34 AM IST

ETV Bharat / international

ବାଂଲାଦେଶରେ ବାଜିଲା କୋରୋନା ସତର୍କ ଘଣ୍ଟି

ସଚେତନତା ବାର୍ତ୍ତା ପ୍ରଚାର ସତ୍ତ୍ବେ ବାଂଲାଦେଶରେ ବଢିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ତେବେ ଚିନ୍ତାର ବିଷୟ ହେଉଛି କି ଏହି ସଂକ୍ରମଣ ବର୍ତ୍ତମାନ ଜନଗହଳିପୂର୍ଣ୍ଣ ସହରମାନଙ୍କରେ ପହଞ୍ଚିଛି ।

corona in bangladesh, corona update, coronavirus news, ବାଂଲାଦେଶରେ କୋରୋନା, କୋରୋନା ଅପଡେଟ, କୋରୋନା ଭାଇରସ ନ୍ୟୁଜ୍‌
ବାଂଲାଦେଶରେ ବାଜିଲା କୋରୋନା ସତର୍କ ଘଣ୍ଟି

ଢାକା: ସଚେତନତା ବାର୍ତ୍ତା ପ୍ରଚାର ସତ୍ତ୍ବେ ବାଂଲାଦେଶରେ ବଢିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ତେବେ ଚିନ୍ତାର ବିଷୟ ହେଉଛି କି ଏହି ସଂକ୍ରମଣ ବର୍ତ୍ତମାନ ଜନଗହଳିପୂର୍ଣ୍ଣ ସହରମାନଙ୍କରେ ପହଞ୍ଚିଛି । ରବିବାର ସୁଦ୍ଧା ଦେଶରେ ମୃତ୍ୟୁ ସଂଖ୍ୟା 75ରେ ପହଞ୍ଚିଛି। ଯେଁଉଥିରୁ 15 ଜଣଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଥିବା ଜଣା ପଡିଛି । ସେପଟେ ଗତ 24 ଘଣ୍ଟାରେ ଦେଶରେ 266 ନୂଆ ମାମଲା ଚିହ୍ନଟ ହୋଇଛି ।

ଏନେଇ ଦେଶରେ ସଂକ୍ରମଣ ରୋଗ(ନିରାକରଣ, ନିୟନ୍ତ୍ରଣ ଓ ନିବାରଣ) ବୋର୍ଡ ଦ୍ବାରା ଦେଶ ପାଇଁ କୋଭିଡ-19 ଏକ ବିରଦ ସୃଷ୍ଟି କରିଛି ବୋଲି ପ୍ରକାଶ ପାଇଛି । ତେବେ ଏହି ଘୋଷଣା ପରେ ତୁରନ୍ତ ସାଧାରଣ ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଏହାର ସତର୍କତାମୂଳକ ତଥା ସଚେତନାତ୍ମକ ପଦକ୍ଷେର ଏକ ଆଡଭାଇଜରି ଜାରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।

ମାତ୍ର ସପ୍ତାହେ ତଳେ ଦେଶରେ କୋରୋନାରେ ମାତ୍ର 6 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 94ଜଣ ସଂକ୍ରମିତ ହୋଇଥିବା ଜଣା ପଡିଥିଲା । ଏବେ ଏତେ କମ ଦିନ ମଧ୍ୟରେ ସଂଖ୍ୟାରେ ପରିବର୍ତ୍ତନ ଦେଶ ପାଇଁ ଏକ ସତର୍କ ଘଣ୍ଟି ବୋଲି କହିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ଜାହିଦ ମାଲେକ ।

ABOUT THE AUTHOR

...view details