ଢାକା: ସାରା ବିଶ୍ୱ ଏବେ କୋରୋନା ଆତଙ୍କରେ ଆତଙ୍କିତ । ଅନେକ ଦେଶରେ ସଂକ୍ରମଣ ଓ ମୃତ୍ୟୁ ରିପୋର୍ଟ କ୍ରମାଗତ ଭାବେ ବଢିବାରେ ଲାଗୁଛି । ବୁଧବାର 3 କୋରୋନା ରୋଗୀଙ୍କ ମୃତ୍ୟୁକୁ ମିଶାଇ ବାଂଲାଦେଶରେ କୋରୋନା ଭାଇରସ୍ ମହାମାରୀ ଯୋଗୁଁ ମୃତ୍ୟୁ ସଂଖ୍ୟା 20 କୁ ବୃଦ୍ଧି ପାଇଛି।
ମାର୍ଚ୍ଚ 8 ରେ ବାଂଲାଦେଶ ଏହାର ପ୍ରଥମ ମାମଲା ରିପୋର୍ଟ ହୋଇଥିଲା । ଏହା ପରଠାରୁ ଗୋଟିଏ ଦିନରେ ପଜେଟିଭ ମାମଲା ମଧ୍ୟ ରେକର୍ଡ ସଂଖ୍ୟା ଛୁଇଁଛି । ବୁଧବାର ଗୋଟିଏ ଦିନରେ 24 କୋରୋନା ପଜେଟିଭ ରିପୋର୍ଟ ସାମ୍ନାକୁ ଆସିଛି ।