ଓଡିଶା

odisha

By

Published : Jun 19, 2020, 8:35 AM IST

ETV Bharat / international

ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଗନ୍ତୁକ ଯାତ୍ରୀଙ୍କ ଭିସା ରବ୍ଦ କଲା ବାଂଲାଦେଶ

ବାଂଲାଦେଶରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏନେଇ ଦେଶକୁ ଆସିବାକୁ ଥିବା ସମସ୍ତ ଆଗନ୍ତୁକ ଯାତ୍ରୀଙ୍କ ଭିସା ରବ୍ଦ କରିଛି ବାଂଲାଦେଶ । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରଖିବା ପାଇଁ ସରକାରୀ ସୂତ୍ରରୁ ପ୍ରକାଶ କରାଯାଇଛି ।

flight service in bangladesh, corona situation in bangladesh, visa rule in bangladesh, bangladesh latest news, ବାଂଲାଦେଶରେ ବିମାନ ସେବା, ବାଂଲାଦେଶରେ କୋରୋନା ସ୍ଥିତି, ବାଂଲାଦେଶରେ ଭିସା ନିୟମ, ବାଂଲାଦେଶ ଲାଟେଷ୍ଟ ନ୍ୟୁଜ୍‌
ଅନିର୍ଦ୍ଦିଷ୍ଟ କାଳ ପାଇଁ ଆଗନ୍ତୁକ ଯାତ୍ରୀଙ୍କ ଭିସା ରବ୍ଦ କଲା ବାଂଲାଦେଶ

ଢାକା: ବାଂଲାଦେଶରେ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । ଏନେଇ ଦେଶକୁ ଆସିବାକୁ ଥିବା ସମସ୍ତ ଆଗନ୍ତୁକ ଯାତ୍ରୀଙ୍କ ଭିସା ରବ୍ଦ କରିଛି ବାଂଲାଦେଶ । ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ରଖିବା ପାଇଁ ସରକାରୀ ସୂତ୍ରରୁ ପ୍ରକାଶ କରାଯାଇଛି । ଦେଶରେ କୋରୋନାର ସ୍ଥିତି ଗମ୍ଭୀର ହେବାରେ ଲାଗିଥିବାରୁ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣା ପଡିଛି ।

ଏହି ନିୟମ ସାଧାରଣ ଯାତ୍ରୀଙ୍କ ପାଇଁ ଲାଗୁ କରାଯାଇଥିବା ବେଳେ ବିଦେଶୀ ପୁଞ୍ଜି ନିବେଶକ ଓ ବ୍ୟବସାୟୀଙ୍କୁ ଏଥିରୁ ବାଦ ଦିଆଯାଇଛି । ହେଲେ ଏଥିପାଇଁ ସେମାନଙ୍କୁ କାର୍ଯ୍ୟ ସମ୍ବନ୍ଧୀୟ କାଗଜପତ୍ର ଓ ସଠିକ୍‌ ପ୍ରମାଣପତ୍ର ଦେଖାଇବାକୁ ହେବ । ଏଥିସହ ସେମାନଙ୍କ ଡାକ୍ତରୀ ମଇନାର କାଗଜପତ୍ର ମଧ୍ୟ ଜମା କରିବାକୁ ହେବ । ତେବେ ଏହି ମଇନା ଯାତ୍ରାର 72 ଘଣ୍ଟା ପୂର୍ବରୁ ହୋଇଥିବା ଦରକାର ବୋଲି ସ୍ପଷ୍ଟ କରାଯାଇଛି ।

ଏହାପୂର୍ବରୁ ମାର୍ଚ୍ଚ 15ରୁ 31 ପର୍ଯ୍ୟନ୍ତ ସମସ୍ତ ଆଗନ୍ତୁକଙ୍କ ଭିସା ରବ୍ଦ କରାଯାଇଥିଲା । ଯାହାକୁ ପରେ ଜୁନ 15 ଯାଏଁ ବଢାଯାଇଥିଲା । ହେଲେ ଏହାପରେ ବି ସ୍ଥିତିରେ ସୁଧାର ନଆସିବାରୁ ପୁନର୍ବାର ଏହି ସମୟ ସୀମାକୁ ବଢାଯାଇଛି । ଏହି ନିୟମ ଅନୁଯାୟୀ ୟୁକେ ବ୍ୟତୀତ ଅନ୍ୟ ସମସ୍ତ ୟୁରୋପିଆନ ଦେଶରୁ ଆଗନ୍ତୁକଙ୍କୁ ଦେଶରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ ।

@IANS

ABOUT THE AUTHOR

...view details