ଢାକା: ଚୀନରୁ କୋରୋନା ଟିକା କିଣିବା ପାଇଁ ବାଂଲାଦେଶ ସରକାର ଅନୁମତି ଦେଇଛନ୍ତି । ଅର୍ଥନୈତିକ ସମସ୍ୟାର ମୁକାବିଲା ପାଇଁ ସର୍ବୋଚ୍ଚ ସଂସ୍ଥା ବାଂଲାଦେଶର କ୍ୟାବିନେଟ୍ କମିଟି ଏକ ବୈଠକରେ କ୍ରୟକୁ ଅନୁମୋଦନ ଦେଇଛି ।
ଏହି ବୈଠକ ଶେଷ ହେବା ପରେ କ୍ୟାବିନେଟ ଡିଭିଜନାଲ ଅଫିସିଆଲର ବରିଷ୍ଠ ଅଧିକାରୀ ଶାହିଦା ଅଖଥର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଚୀନର ସିନୋଫାର୍ମ ଟିକାକୁ ବାଙ୍ଗଲାଦେଶ କ୍ରୟ କରିବ । ବାଂଲାଦେଶ ଚୀନଠାରୁ ସିନୋଫାର୍ମ କୋଭିଡ ଟିକା ଆଣି ସାରିବାର ଏକ ସପ୍ତାହ ପରେ ଏହି ଅନୁମୋଦନ ଦେଇଛି । ଚୀନର ଆମ୍ବାସାଡର ବାଙ୍ଗଲାଦେଶର ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ ଓ ସ୍ବାସ୍ଥ୍ୟମନ୍ତ୍ରୀ ଜାହିଦ ମାଲିକ୍ଙ୍କୁ ଏକ ସମାରୋହରେ ଏହି ଟିକାକୁ ହସ୍ତାନ୍ତର କରିଛନ୍ତି ।