ଓଡିଶା

odisha

ETV Bharat / international

ପାକିସ୍ତାନରେ ବୋମା ଲଗାଇ ଜିନ୍ନା ପ୍ରତିମୂର୍ତ୍ତି ଉଡାଇଲେ ବେଲୁଚ ବିଦ୍ରୋହୀ - Muhammad Ali Jinnah Statue

ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ଏକ ପ୍ରତିମୂର୍ତ୍ତିକୁ ବୋମା ସାହାଯ୍ୟରେ ଉଡାଇ ଦେଇଛନ୍ତି ବେଲୁଚି ବିଦ୍ରୋହୀ । ମୂର୍ତ୍ତିଟି ଭାଙ୍ଗି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ପାକିସ୍ତାନରେ ବୋମା ଲଗାଇ ଜିହ୍ନାଙ୍କ ପ୍ରତିମୂର୍ତ୍ତି ଉଡାଇଲେ ବେଲୁଚ ବିଦ୍ରୋହୀ
ପାକିସ୍ତାନରେ ବୋମା ଲଗାଇ ଜିହ୍ନାଙ୍କ ପ୍ରତିମୂର୍ତ୍ତି ଉଡାଇଲେ ବେଲୁଚ ବିଦ୍ରୋହୀ

By

Published : Sep 27, 2021, 4:29 PM IST

Updated : Sep 27, 2021, 5:00 PM IST

ଇସଲାମାବାଦ: ପାକିସ୍ତାନର ଅଶାନ୍ତ ବେଲୁଚିସ୍ତାନରେ ଉପକୂଳବର୍ତ୍ତୀ ସହର ଗ୍ବାଦରରେ ବିସ୍ଫୋରଣ । ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲୀ ଜିନ୍ନାଙ୍କ ଏକ ପ୍ରତିମୂର୍ତ୍ତିକୁ ବୋମା ସାହାଯ୍ୟରେ ଉଡାଇ ଦେଇଛନ୍ତି ବେଲୁଚି ବିଦ୍ରୋହୀ । ମୂର୍ତ୍ତିଟି ଭାଙ୍ଗି ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି ।

ପାକିସ୍ତାନ ସମ୍ବାଦପତ୍ର ଅନୁଯାୟୀ, ମହମ୍ମଦ ଅଲୀ ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ସବୁଠୁ ସୁରକ୍ଷିତ ଅଞ୍ଚଳ ମାରିନ ଡ୍ରାଇଭରେ ସ୍ଥାପନ କରାଯାଇଥିଲା । ହେଲେ ରବିବାର ସକାଳେ ଏହି ମୂର୍ତ୍ତି ତଳେ ବୋମା ରଖି ଏହାକୁ ଉଡାଇ ଦିଆଯାଇଛି । ବିସ୍ଫୋରଣରେ ପ୍ରତିମୂର୍ତ୍ତି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଖବର ମିଳିଛି ।

ଏହି ଆକ୍ରମଣ ପାକିସ୍ତାନର ଯେଉଁ ଗ୍ବାଦର ସହରରେ ଘଟିଛି, ସେଠାରେ ଚୀନ ପାକିସ୍ଥାନ ଅର୍ଥନୈତିକ କରିଡର ଅଧୀନରେ କୋଟି କୋଟି ଟଙ୍କା ବିନିଯୋଗ କରୁଛି। ପ୍ରତିବନ୍ଧିତ ବେଲୁଚ ଲିବରେସନ ଫ୍ରଣ୍ଟ ଏହି ବୋମା ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି। ଯେଉଁମାନେ ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରିଛନ୍ତି ସେମାନଙ୍କୁ ପାକିସ୍ତାନୀ ସୁରକ୍ଷା ବାହିନୀ ଖୋଜୁଛି। ଏହାପୂର୍ବରୁ ବେଲୁଚ ବିଦ୍ରୋହୀମାନେ ପାକିସ୍ତାନୀ ସେନାର ଏକ ଗାଡିକୁ ବିସ୍ଫୋରଣ କରି ଉଡାଇ ଦେଇଥିଲେ। ୪ ଜଣ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଆହତ ହୋଇଥିଲେ ।

Last Updated : Sep 27, 2021, 5:00 PM IST

ABOUT THE AUTHOR

...view details