କିଭ: ଆଜିକୁ ୨୫ ଦିନରେ ପହଞ୍ଚିଲାଣି ୟୁକ୍ରେନ-ଋଷ ଯୁଦ୍ଧ । ତର୍କ ବିତର୍କ ପରେ ମଧ୍ୟ ବାହାରି ପାରୁନି ସମାଧାନର ବାଟ । ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ଅଷ୍ଟ୍ରେଲିଆ ଆଉ କିଛି ନୂଆ ପ୍ରତିବନ୍ଧକ ଲଗାଇଛି । ଋଷକୁ ଆଲୁମିନିୟମ ଓ ବକ୍ସାଇଟ୍ ରପ୍ତାନୀ କରୁଥିବା ଅଷ୍ଟ୍ରେଲିଆ ଏବେ ପ୍ରତିବନ୍ଧକ ଲଗାଇଛି । ଏନେଇ ଆଜି (ରବିବାର) ଅଷ୍ଟ୍ରେଲିଆ ସରକାର ପକ୍ଷରୁ ଘୋଷଣା କରାଯାଇଛି ।
ତୁରନ୍ତ ଏହି ପ୍ରତିବନ୍ଧକ ନିର୍ଦ୍ଦେଶ ଲାଗୁ କରିବା ସହିତ ମାନବିକତା ଦୃଷ୍ଟିରୁ ୟୁକ୍ରେନ୍ ଅଧିକ ଯୁଦ୍ଧାସ୍ତ୍ର ଯୋଗାଇ ଦିଆଯିବ ବୋଲି ରବିବାର ଅଷ୍ଟ୍ରେଲିଆ ସରକାର ସୂଚନା ଦେଇଛନ୍ତି। ଋଷ ମାତ୍ର ୨୦ ପ୍ରତିଶତ ଆଲୁମିନିୟମ ପାଇଁ ଅଷ୍ଟ୍ରେଲିଆ ଉପରେ ନିର୍ଭର କରେ। ଅଷ୍ଟ୍ରେଲିଆରୁ ଏସବୁ କଞ୍ଚା ମାଲ ନେଇ ଋଷ ଆଲୁମିନିୟମ ଉତ୍ପାଦନ କରୁଥିଲା । ଏବେ ଆଲୁମିନିୟର ଉତ୍ପାଦନ କମାଇବା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ଅଲୁମିନା ରପ୍ତାନୀ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇଛି ।