ବୁରମା : ଉତ୍ତର ମିଆଁମାରର ଜେଡ ଖଣିଖାଦନରେ ଭୁସ୍ଖଳନ ହୋଇ ଅନ୍ୟୁନ 50 ଜଣଙ୍କର ମୃତ୍ୟୁ ଘଟିଛି । ଏନେଇ ଦେଶର ଅଗ୍ନିଶମ ବିଭାଗ ଏବଂ ସୂଚନା ମନ୍ତ୍ରାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ମିଆଁମାରରେ ଭୁସ୍ଖଳନ, 50 ମୃତ - ମିଆମାରରେ ଭୁସ୍ଖଳନ
ଉତ୍ତର ମିଆଁମାରର ଜେଡ ଖଣିଖାଦନରେ ଭୁସ୍ଖଳନ ହୋଇ ଅନ୍ୟୁନ 50 ଜଣଙ୍କର ମୃତ୍ୟୁ ଘଟିଛି ।

ଭୁସ୍ଖଳନ
ସୂଚନା ମୁତାବକ, ଶ୍ରମିକମାନେ କଚନର ରାଜ୍ୟର ଜେଡ ସମୃଦ୍ଧ ହାମ୍ପକାନ୍ତ କ୍ଷେତ୍ରରେ ପଥର ସଂଗ୍ରହ କରୁଥିଲେ । ଏହି ସମୟରେ ପ୍ରବଳ ବର୍ଷା ଯୋଗୁଁ ହଠାତ ଭୂସ୍ଖଳନ ହୋଇଥିଲା । ତେବେ ଦୁର୍ଘଟଣାରେ 50 ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ସେପଟେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
ତେବେ ହାମ୍ପକାନ୍ତ କ୍ଷେତ୍ରରେ ଅଧିକାଂଶ ସମୟରେ ଭୂସ୍ଖଳନ ଏବଂ ଅନ୍ୟାନ୍ୟ ଦୁର୍ଘଟଣା ଘଟେ ବୋଲି ଜଣେ ଅଧିକାରୀ କହିଛନ୍ତି । ଠିକ୍ ଭାବେ ପରିଚାଳନା ହେଉ ନ ଥିବାରୁ ସେଠାକାର ଖଣିମାନଙ୍କରେ ମାରାତ୍ମକ ଭୂସ୍ଖଳନ ଏବଂ ଅନ୍ୟାନ୍ୟ ଦୁର୍ଘଟଣା ଘଟିବା ମାମୁଲି କଥା।