ଓଡିଶା

odisha

ETV Bharat / international

ବାଂଲାଦେଶରେ ହିଂସା, ଦୁର୍ଗାପୂଜା ପେଣ୍ଡାଲରେ ମୂର୍ତ୍ତି ଭଙ୍ଗାରୁଜା - Durga Puja pandals vandalised

ବାଂଲାଦେଶରେ ଦୁର୍ଗା ପୂଜା ପେଣ୍ଡାଲରେ ଭଙ୍ଗାରୁଜା ନେଇ ସାମ୍ନାକୁ ଆସିଛି । ସାମ୍ପ୍ରଦାୟିକ ହିଂସା କାରଣରୁ ୨୨ ଜିଲ୍ଲାରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ଅଧିକ ପଢନ୍ତୁ...

ବାଂଲାଦେଶରେ ହିଂସା, ଦୁର୍ଗାପୂଜା ପେଣ୍ଡାଲରେ ମୂର୍ତ୍ତି ଭଙ୍ଗାରୁଜା
ବାଂଲାଦେଶରେ ହିଂସା, ଦୁର୍ଗାପୂଜା ପେଣ୍ଡାଲରେ ମୂର୍ତ୍ତି ଭଙ୍ଗାରୁଜା

By

Published : Oct 14, 2021, 6:45 PM IST

ଢାକା: ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା । ଦୁର୍ଗା ପୂଜା ପେଣ୍ଡାଲରେ ଭଙ୍ଗାରୁଜା ନେଇ ସାମ୍ନାକୁ ଆସିଛି । କିଛି ଚରମପନ୍ଥୀ ମନ୍ଦିର ତଥା ପୂଜା ପଣ୍ଡାଲରେ ଭଙ୍ଗାରୁଜା କରିଥିବା ଜଣାପଡିଛି । ଘଟଣାକୁ ନେଇ ହିଂସା ପରିସ୍ଥିତି ଉପୁଜିଛି, ଯେଉଁଥିରେ ୩ ଜଣଙ୍କର ମୃତ୍ୟୁ ହୋଇସାରିଥିବାବେଳେ ଅନେକ ଆହତ ହୋଇଥିବା ମିଳୁଛି ସୂଚନା ।

ହିଂସା ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୨୨ ଜିଲ୍ଲାରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଛି । ସେପଟେ ଘଟଣାକୁ ନେଇ ବାଂଲାଦେଶ ସରକାର କଡା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛନ୍ତି । ସ୍ଥାନୀୟ ମିଡିଆ ଅନୁଯାୟୀ, ଏହି ଘଟଣା କୋମିଲା ଜିଲ୍ଲାରେ ହୋଇଥିବା କୁହାଯାଉଛି ।

ସୂଚନା ଅନୁଯାୟୀ, ଗୁଜବ ପ୍ରଚାରକୁ ନେଇ ଏଭଳି ପରିସ୍ଥିତି ଉପୁଜିଛି । କଥିତ ଭାବରେ ଏକ ପୂଜାସ୍ଥଳରେ ମୁସଲମାନଙ୍କ ପବିତ୍ର ଧର୍ମଗ୍ରନ୍ଥର ଅପମାନ କରାଯାଇଥିବା ସୋସିଆଲ ମିଡିଆରେ ଗୁଜବ ପ୍ରଚାର ହୋଇଥିଲା । ଏହାକୁ ନେଇ ସୃଷ୍ଟି ହୋଇଛି ହିଂସାକାଣ୍ଡ । ହାଜିଗଞ୍ଜ, ଚଟ୍ଟୋଗ୍ରାମର ବଂଶଖଲି, ଚପୈନୱାଗଞ୍ଜର ଶିବଗଞ୍ଜ ଓ କୌକ୍ସ ବାଜାରେ ହୋଇଥିବା ଏହି ହିଂସା ସମୟରେ କିଛି ମନ୍ଦିର ଉପରେ ଆକ୍ରମଣ କରାଯାଇଥିବା ଜଣାପଡିଛି । କିଛି ଅଞ୍ଚଳରେ ଦୁର୍ଗା ମୂର୍ତ୍ତି ମଧ୍ୟ ଭଙ୍ଗାଯାଇଥିବା ସୂଚନା ମିଳିଛି ।

ଏପଟେ ବାଂଲାଦେଶର ଅନେକ ଦୁର୍ଗାପୂଜା ପେଣ୍ଡାଲ ଏବଂ ବିଭିନ୍ନ ମନ୍ଦିରରେ ହୋଇଥିବା ଭଙ୍ଗାରୁଜାକୁ ଦୃଷ୍ଟିରେ ରଖି ବାଂଲାଦେଶର ହିନ୍ଦୁଙ୍କୁ ସହାୟତା ଯୋଗାଇବା ପାଇଁ ଆବଶ୍ୟକ ତଥା ଜରୁରୀ ପଦକ୍ଷେପ ନେବାକୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ABOUT THE AUTHOR

...view details