ଓଡିଶା

odisha

By

Published : Apr 15, 2020, 6:46 AM IST

ETV Bharat / international

କୋଭିଡ 19 ଯୋଗୁଁ ଫସିବେ ଏସିଆ ପାସିଫିକ ଦେଶ

2019ରେ ଏସିଆ-ପାସିଫିକ ଅଞ୍ଚଳ ପାଇଁ 2020ରେ 5.8 ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ଆକଳନ ହୋଇଥିଲା । ଯାହା ଏବର୍ଷ 2.1 ପ୍ରତିଶତକୁ ଖସିଆସିବ ବୋଲି ଅନୁମାନ କରାଯାଉଛି । ଅଧିକ ପଢନ୍ତୁ...

କୋଭିଡ 19 ଯୋଗୁଁ ଫସିବେ ଏସିଆ ପାସିଫିକ ଦେଶ
କୋଭିଡ 19 ଯୋଗୁଁ ଫସିବେ ଏସିଆ ପାସିଫିକ ଦେଶ

ହାଇଦ୍ରାବାଦ: କୋରୋନା ଭୂତାଣୁ ଯୋଗୁଁ ସାରା ବିଶ୍ବରେ ଚହଳ ସୃଷ୍ଟି ହୋଇଛି । ଅର୍ଥନୀତି ଠାରୁ ମନୋରଞ୍ଜନ ଯାଏଁ ସମସ୍ତ ସେକ୍ଟରରେ ଏହାର ପ୍ରଭାବ ପଡିଛି । ବିଶେଷ କରି ବିଶ୍ବ ଅର୍ଥନୀତି ଏହି ମହାମାରୀ ଦ୍ବାରା ଗଭୀର ଭାବେ ପ୍ରଭାବିତ ହେବାକୁ ଯାଉଛି ।

ବିଶ୍ବ ବ୍ୟାଙ୍କର ରିପୋର୍ଟ ଅନୁସାରେ 2019ରେ ଏସିଆ-ପାସିଫିକ ଅଞ୍ଚଳ ପାଇଁ 2020ରେ 5.8 ପ୍ରତିଶତ ଆର୍ଥିକ ଅଭିବୃଦ୍ଧି ଆକଳନ ହୋଇଥିଲା । ଯାହା ଏ ବର୍ଷ 2.1 ପ୍ରତିଶତକୁ ଖସିଆସିବ ବୋଲି ଅନୁମାନ କରାଯାଉଛି । ଆମେରିକା-ଚୀନ ବାଣିଜ୍ୟ ଯୁଦ୍ଧରେ ପ୍ରଭାବିତ ହୋଇଥିବା ଏହି ପୂର୍ବ ଏସିଆ ଓ ପାସିଫିକ ଦେଶରେ ଏବେ କୋରୋନା ଯୋଗୁଁ ସଙ୍କଟ ଦେଖାଦେଇଛି । ଅନ୍ତର୍ଜାତୀୟ ସହଯୋଗ ଓ ଜାତୀୟ ସ୍ତରରେ କଠିନ ପଦକ୍ଷେପ ନେଲେ ହିଁ ଏହି ଦେଶଗୁଡିକର ଅବସ୍ଥାରେ ସୁଧାର ଆସିବ ବୋଲି ବିଶ୍ବ ବ୍ୟାଙ୍କ କହିଛି । ଏହା ମଧ୍ୟ ବିକାଶଶୀଳ ରାଷ୍ଟ୍ରଙ୍କୁ ସହାୟତା ଦେବ ବୋଲି ପୂର୍ବରୁ 14 ବିଲିୟନ ଆର୍ଥିକ ସହାୟତା ଘୋଷଣା କରିସାରିଛି ।

ପୂର୍ବ ଏସିଆ ଓ ପାସିଫିକରେ ଆମେରିକାନ ସାମୋଆ, ଅଷ୍ଟ୍ରେଲିଆ, ବ୍ରୁନୋଇ, କାମ୍ବୋଡିଆ, ଚୀନ, ଫିଜି, ଗୁଆମ, ଜାପାନ, ଦକ୍ଷିଣ କୋରିଆ ପ୍ରଭୃତି ଦେଶ ରହିଛନ୍ତି । ପୂର୍ବରୁ ଚୀନରେ ଏହି ଭୂତାଣୁ ଯୋଗୁଁ ଆର୍ଥିକ ସ୍ଥିତି ଖରାପ ହୋଇସାରିଛି । ଭବିଷ୍ୟତରେ ଇଣ୍ଡୋନେସିଆ, ପାପୁଆ ନ୍ୟୁ ଗିନି, ଫିଲିପ୍ପିନ୍ସ ଭଳି ଦେଶ ଅଧିକ ପ୍ରଭାବିତ ହେବେ । ତେବେ ଲାଅସ, ଭିଏତନାମ, କାମ୍ବୋଡିଆ, ମଙ୍ଗୋଲିଆ, ମିଆଁମାର ଦେଶ ସାମାନ୍ୟ ଅଭିବୃଦ୍ଧି ହାସଲ କରିବେ । ସମସ୍ତ ଦେଶ ଭବିଷ୍ୟତରେ ପରସ୍ପରକୁ ସହଯୋଗ କରିବା ଆବଶ୍ୟକ । ଏହାସହ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ନିବେଶ କରିପାରିଲେ ଏହି ସ୍ଥିତିରୁ ମୁକୁଳିବା ସମ୍ଭବ ହୋଇପାରିବ ବୋଲି ବିଶ୍ବ ବ୍ୟାଙ୍କ ଏକ ରିପୋର୍ଟରେ ପ୍ରକାଶ କରିଛି ।

ABOUT THE AUTHOR

...view details