ବାକୁ: ଥମୁନି ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ସଙ୍ଘର୍ଷ। ରବିବାର ଦୁଇ ପୂର୍ବତନ ସୋଭିଏତ୍ ଗଣତନ୍ତ୍ର ନାଗର୍ଣ୍ଣୋ-କରାବାକ୍ ଅଞ୍ଚଳ ପାଇଁ ଲଢେଇ ଜାରି ରଖିଛନ୍ତି। ଏହା ଭିତରେ ଆଜେରବାଇଜାନ ଦ୍ବିତୀୟ ବୃହତ୍ତମ ତଥା ଜନବହୁଳ ସହର ଗାଞ୍ଜା ଉପରେ ଆର୍ମେନିଆ ପକ୍ଷରୁ ମିସାଇ ମାଡ କରାଯାଇଛି। ଆଜେରବାଇଜାନ ସରକାରୀ ସୂତ୍ର ଅନୁସାରେ ଆର୍ମେନିଆନ ସେନା ବଳ ଗାଞ୍ଜା ଉପରେ ଆକ୍ରମଣ କରିଛନ୍ତି।
ଆଜେରବାଇଜାନ ରାଷ୍ଟ୍ରପତିଙ୍କ ସହକର୍ମୀ ହିକମେଟ ହାଜିଏଭ ଟ୍ୱିଟ୍ କରି କ୍ଷତିଗ୍ରସ୍ତ ଅଟ୍ଟାଳିକାକୁ ଦର୍ଶାଇ ଏକ ଭିଡିଓ ଟ୍ୱିଟ୍ କରି ଏହାକୁ ଗାଞ୍ଜାର ଘଞ୍ଚ ଆବାସିକ ଅଞ୍ଚଳ ବିରୁଦ୍ଧରେ ଆର୍ମେନିଆର ବ୍ୟାପକ କ୍ଷେପଣାସ୍ତ୍ର ଆକ୍ରମଣର ଫଳାଫଳ ବୋଲି କହିଛନ୍ତି। ଭିଡିଓର ସତ୍ୟତା ଯାଞ୍ଚ କରିବା ତୁରନ୍ତ ସମ୍ଭବ ନୁହେଁ।
ହାଜିଭ ଅନ୍ୟ ଏକ ଟୁଇଟରେ କହିଛନ୍ତି ଯେ ଆର୍ମେନିଆ ଅଞ୍ଚଳରୁ ଗାଞ୍ଜା ଏବଂ ଆଜେରବାଇଜାନର ଅନ୍ୟାନ୍ୟ ଅଞ୍ଚଳ ଉପରେ ଆକ୍ରମଣ କରାଯାଇଥିଲା। ଆର୍ମେନିଆର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଆଜେରବାଇଜାନ ଦିଗରୁ ଆର୍ମେନିଆ ଅଞ୍ଚଳରୁ କୌଣସି ପ୍ରକାରର ହମଲା ହୋଇନାହିଁ।
କିନ୍ତୁ ନାଗର୍ଣ୍ଣୋ-କରାବାକ୍ ର ନେତା ଆର୍ଯ୍ୟିକ୍ ହାରୁଟୁୟାନ ଫେସବୁକରେ ନିଶ୍ଚିତ କରିଛନ୍ତି ଯେ ସେ ଗାଞ୍ଜାରେ ସାମରିକ ବସ୍ତୁକୁ ନିରପେକ୍ଷ କରିବା ପାଇଁ ରକେଟ୍ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତାଙ୍କ ମୁଖପାତ୍ର ଭାହରାମ ପୋଗୋସିଆନ୍ କହିଛନ୍ତି ଯେ ଏହି ଅଞ୍ଚଳର ସେନା ଗାଞ୍ଜାସ୍ଥିତ ଏକ ସାମରିକ ବିମାନବନ୍ଦରକୁ ଧ୍ବସଂ କରିଦେଇଛି, ଆଜେରବାଇଜାନର ଅଧିକାରୀମାନେ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ସହର ଉପରେ ହୋଇଥିବା ଆକ୍ରମଣରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ 4 ଜଣ ଆହତ ହୋଇଛନ୍ତି ବୋଲି ଆଜେରବାଇଜାନ ବୈଦେଶିକ ମନ୍ତ୍ରଣାଳୟ ଟୁଇଟ୍ କରିଛି। ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଏଡାଇବା ପାଇଁ ଗାଞ୍ଜା ଉପରେ ହୋଇଥିବା ଆକ୍ରମଣକୁ ବନ୍ଦ କରିବାକୁ ସେ ତାଙ୍କ ବାହିନୀକୁ ନିର୍ଦ୍ଦେଶ ଦେଇଛନ୍ତି ବୋଲି ହାରୁଟୁୟାନ କହିଛନ୍ତି।