ୱାସିଂଟନ୍: ବିଶ୍ୱର ସର୍ବ ପୁରାତନ ଦ୍ୱନ୍ଦ୍ୱ ମଧ୍ୟରୁ ଆର୍ମେନିଆ ଏବଂ ଆଜେରବାଇଜାନ ମଧ୍ୟରେ ଏକ ଆଞ୍ଚଳିକ ବିବାଦ ଅନ୍ୟତମ। ବର୍ଷ ବର୍ଷ ଧରି ଜାରି ରହିଥିବା ଏହି ସଂଘର୍ଷ ପୁନର୍ବାର ମୁଣ୍ଡ ଟେକିଛି। ରବିବାର ଏହା ଉଗ୍ର ରୂପ ନେଇଥିବା ଏହି ସଂଘର୍ଷରେ ଅତି କମରେ 23 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 100 ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।
ଦୁଇ ପୂର୍ବତନ ସୋଭିଏତ୍ ଗଣତନ୍ତ୍ର ନାଗର୍ଣ୍ଣୋ-କରାବାକ୍ ଅଞ୍ଚଳ ପାଇଁ ଲଢେଇ ଜାରି ରଖିଛନ୍ତି। ତେବେ ଏହି ଅଞ୍ଚଳ ଆନ୍ତର୍ଜାତୀୟ ସ୍ତରରେ ଆଜେରବାଇଜାନର ଏକ ଅଂଶ ଭାବରେ ସ୍ୱୀକୃତିପ୍ରାପ୍ତ କିନ୍ତୁ ଜାତିଗତ ଆର୍ମେନୀୟମାନଙ୍କ ଦ୍ୱାରା ନିୟନ୍ତ୍ରିତ। 1990 ଦଶକର ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ହଜାର ହଜାର ଲୋକ ପ୍ରାଣ ହରାଇଲେ ।