ଓଡିଶା

odisha

ETV Bharat / international

ଚଳିତ ସପ୍ତାହ ଜାପାନରେ ଖୋଲିବ ଆପଲ ଷ୍ଟୋର - ଜାପାନରେ ଆପଲ ଷ୍ଟୋର

ଦୀର୍ଘ ଦିନ ପରେ ଜାପାନରୁ ଉଠିଛି ଦେଶବ୍ୟାପୀ ଆପାତକାଳୀନ ପରିସ୍ଥିତି । ଏମିତିରେ ଧିରେ ଧିରେ ସ୍ବାଭାବିକ ହେଉଥିବା ପରିସ୍ଥିତିରେ ଖୋଲିବାକୁ ଯାଉଛି ଆପଲର ସମସ୍ତ ଷ୍ଟୋର । ଦେଶରେ ମୋଟ 10ଟି ରିଟେଲ ଷ୍ଟୋର ରହିଥିବା ବେଳେ ଏସମସ୍ତ ଷ୍ଟୋର ଆପାତକାଳୀନ ସ୍ଥିତି ପାଇଁ ପ୍ରାୟ 2 ମାସ ହେବ ବନ୍ଦ ରହିଥିଲା ।

state of emergency lifted in japan, corona situation in japan, apple store in japan, apple store, ଜାପାନରେ ଆପାତକାଳୀନ ପରିସ୍ଥିତି କୋହଳ, ଜାପାନରେ କୋରୋନା ସ୍ଥିତି, ଜାପାନରେ ଆପଲ ଷ୍ଟୋର, ଆପଲ ଷ୍ଟୋର
ଚଳିତ ସପ୍ତାହ ଜାପାନରେ ଖୋଲିବ ଆପଲ ଷ୍ଟୋର

By

Published : May 26, 2020, 6:42 AM IST

ଟୋକିଓ: ଦୀର୍ଘ ଦିନ ପରେ ଜାପାନରୁ ଉଠିଛି ଦେଶବ୍ୟାପୀ ଆପାତକାଳୀନ ପରିସ୍ଥିତି । ଏମିତିରେ ଧିରେ ଧିରେ ସ୍ବାଭାବିକ ହେଉଥିବା ପରିସ୍ଥିତିରେ ଖୋଲିବାକୁ ଯାଉଛି ଆପଲର ସମସ୍ତ ଷ୍ଟୋର । ଦେଶରେ ମୋଟ 10ଟି ରିଟେଲ ଷ୍ଟୋର ରହିଥିବା ବେଳେ ଏସମସ୍ତ ଷ୍ଟୋର ଆପାତକାଳୀନ ସ୍ଥିତି ପାଇଁ ପ୍ରାୟ 2 ମାସ ହେବ ବନ୍ଦ ରହିଥିଲା । ହେଲେ ଫୁକୁଓକା ଓ ନାଗୋୟା ସାକାଏରେ ଥିବା ଆଇଫୋନ ପ୍ରସ୍ତୁତକାରୀ ଷ୍ଟୋର ବୁଧବାର ଖୋଲିବା ନେଇ କମ୍ପାନୀ ସୂଚନା ଦେଇଛି ।

ହେଲେ ଦେଶରେ ରହିଥିବା ଅନ୍ୟ 8ଟି ଷ୍ଟୋର ଖୋଲିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସଠିକ ସୂଚନା ଦେଇନାହିଁ । ଏନେଇ କମ୍ପାନୀ କହିଛି କି ଷ୍ଟୋରମାନଙ୍କରେ ସୁରକ୍ଷା ସ୍ଥିତି ଥରେ ସ୍ଥିର ହୋଇପାରିଲେ ଲୋକଙ୍କ ପାଇଁ ଏହି ଷ୍ଟୋରଗୁଡିକୁ ପୁଣି ଖୋଲାଯିବ । ଏଥିପାଇଁ ଦେଶର ସ୍ଥିତି ଓ ବଜାରର ପ୍ରତ୍ୟେକ ତଥ୍ୟ ଉପରେ କମ୍ପାନୀ ନଜର ରଖିଥିବା କହିଛି । ତେଣୁ ଷ୍ଟୋର ଖୋଲିବା ମାତ୍ରେ ଲୋକଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରିବ କମ୍ପାନୀ ।

ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ସୋମବାର ଦେଶରେ ଆପାତକାଳୀନ ସ୍ଥିତି ଉଚ୍ଛେଦ କରିଥିଲେ । ଏହାପୂର୍ବରୁ ଦେଶର କେତେକ ସ୍ଥାନରେ କଟକଣା କୋହଳ ହୋଇଥିବା ବେଳେ ସୋମବାରଠାରୁ ବଳକା ଅନ୍ୟ ସମସ୍ତ ସ୍ଥାନରେ କଟକଣା କୋହଳ ହୋଇଛି ।

@IANS

ABOUT THE AUTHOR

...view details