ଓଡିଶା

odisha

ETV Bharat / international

ଭୂକମ୍ପରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା 6.4 - earthquake hit near the east coast of Honshu, Japan

ବିଶ୍ବ କୋରୋନା ସହ ଲଢୁଥିବା ବେଳେ ଲଗାତାର ଭୂ-କମ୍ପର ଝଟକାରେ ଥରୁଛି ଜାପାନ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.4 ରେକର୍ଡ କରାଯାଇଛି। ରବିବାର ମଧ୍ୟରାତ୍ରିରେ ଏହି ଝଟକା ଅନୁଭୂତ ହୋଇଥିଲା।

eathquake
ଭୂକମ୍ପର ଝଟକାରେ ଥରିଲା ଜାପାନ, ରିକ୍ଟର ସ୍କେଲରେ ତୀବ୍ରତା 6.4

By

Published : Apr 20, 2020, 9:54 AM IST

ନୂଆଦିଲ୍ଲୀ: ବିଶ୍ବ କୋରୋନା ସହ ଲଢୁଥିବା ବେଳେ ଲଗାତାର ଭୂ କମ୍ପର ଝଟକାରେ ଥରୁଛି ଜାପାନ। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା 6.4 ରେକର୍ଡ କରାଯାଇଛି। ରବିବାର ମଧ୍ୟରାତ୍ରିରେ ଏହି ଝଟକା ଅନୁଭୂତ ହୋଇଥିଲା।

ତେବେ ଯୁକ୍ତରାଷ୍ଟ୍ରର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ ଜାପାନର ହନସୁର ପୂର୍ବ ଉପକୂଳ ନିକଟରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଏହାସହ ଗତ 2 ଦିନ ମଧ୍ୟରେ ଜାପାନରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ।

ଏହା ପୂର୍ବରୁ ଶନିବାର ଦିନ ଜାପାନର ଓଗାସାୱାରା ଦ୍ୱୀପ ଗୋଷ୍ଠୀର ପଶ୍ଚିମ ଉପକୂଳରେ ଏକ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ରିକ୍ଟର ସ୍କେଲରେ 6.9 ମ୍ୟାଗ୍ନିଚ୍ୟୁଡର ରେକର୍ଡ କରାଯାଇଥିଲା।

ଜାପାନ ପାଣିପାଗ ବିଭାଗ କହିଛି ଯେ ଭୂକମ୍ପ କେନ୍ଦ୍ରସ୍ଥଳ ପୃଥିବୀ ଭିତରେ ପ୍ରାୟ 490 କିଲୋମିଟର ଥିଲା। ଉକ୍ତ ଭୂକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ଏହାସହ ସୁନାମିର ଚେତାବନୀ ଦିଆଯାଇ ନାହିଁ।

ABOUT THE AUTHOR

...view details