ଓଡିଶା

odisha

ETV Bharat / international

ବୟକଟ ଚୀନ, ସୁରକ୍ଷିତ ଓ ବିକଳ୍ପ ରହିବ ଏହି ସମସ୍ତ ଭାରତୀୟ ଆପ୍ - ଗଲୱାନ ଘାଟି ଉତ୍ତେଜନା

ଟ୍ରେଣ୍ଡ କରୁଛି ବୟକଟ ଚୀନ। ଗଲୱାନ ଘାଟିରେ ଉତ୍ତେଜନା ପରେ ଚୀନ ସାମଗ୍ରୀ ବର୍ଜନ ଓ ଆପ୍ ହଟାଇବାକୁ କୁହୁଳୁଛି ନିଆଁ। ହେଲେ ଏମିତି କିଛି ଭାରତୀୟ ଆପ୍ ମଧ୍ୟ ରହିଛି ଯାହା ଚାଇନା ଆପର୍ ବିକଳ୍ପ ସାଜି ପାରିବ। ଆସନ୍ତୁ ଜାଣିବା ସେ ସମସ୍ତ ଆପ୍ ବିଷୟରେ...

ବୟକଟ ଚୀନ,  ସୁରକ୍ଷିତ ଓ ବିକଳ୍ପ ରହିବ ଏହି ସମସ୍ତ ଭାରତୀୟ ଆପ୍
ବୟକଟ ଚୀନ, ସୁରକ୍ଷିତ ଓ ବିକଳ୍ପ ରହିବ ଏହି ସମସ୍ତ ଭାରତୀୟ ଆପ୍

By

Published : Jun 22, 2020, 4:10 PM IST

ନୂଆଦିଲ୍ଲୀ: ଲକ୍ଷ ଲକ୍ଷ ଭାରତୀୟ ବ୍ୟବହାରକାରୀଙ୍କ ସୁରକ୍ଷା ଏବଂ ଗୋପନୀୟତା ପ୍ରତି ବିପଦ ଆଣୁଛି ଚୀନ ଆପ୍। ଏ ସମ୍ବନ୍ଧୀୟ ଚିନ୍ତାଧାରାକୁ ନେଇ ଭାରତର ଇଣ୍ଟେଲିଜେନ୍ସ ଏଜେନ୍ସିଗୁଡିକ 50 ରୁ ଅଧିକ ଚାଇନା-ଲିଙ୍କ୍ ହୋଇଥିବା ମୋବାଇଲ୍ ଆପକୁ ରେଡ୍ ଫ୍ଲାଗ୍ ଭାବରେ ତାଲିକାଭୁକ୍ତ କରିଛନ୍ତି। ହେଲେ ଚିନ୍ତାର କାରଣ କିଛି ନାହିଁ। ଏମିତି କିଛି ଭାରତୀୟ ଆପ୍ ମଧ୍ୟ ରହିଛି ଯାହା ଚାଇନା ଆପର୍ ବିକଳ୍ପ ସାଜି ପାରିବ। ଆସନ୍ତୁ ଜାଣିବା ସେ ସମସ୍ତ ଆପ୍ ବିଷୟରେ...

ସେୟାର ଚାଟ୍ ହେଉଛି ଏକ ଭାରତୀୟ ଭିଡିଓ ପ୍ରସ୍ତୁତକାରୀ ଆପ୍ ଯାହା ସର୍ଟ-ଭିଡିଓ ତିଆରି ପାଇଁ ସୁଯୋଗ ଦେବା ସହ ଟିକଟକ୍ ପରି ଆପ୍ ଉପଭୋକ୍ତାମାନଙ୍କୁ ଏକ ନୂତନ ପ୍ଲାଟଫର୍ମ ଯୋଗାଇ ଦେବ। ସେୟାରଚାଟ୍ ବର୍ତ୍ତମାନ 15 ଟି ବିଭିନ୍ନ ଭାରତୀୟ ଭାଷାରେ 60 ମିଲିୟନରୁ ଅଧିକ ସକ୍ରିୟ ଉପଭୋକ୍ତାଙ୍କୁ ସେବା ଯୋଗାଇ ଆସୁଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ 2G ନେଟୱାର୍କ ଉପରେ ନିର୍ଭର କରନ୍ତି ।

ଯଦି ଆପଣ ଗେମ ଖେଳିବାକୁ ଭଲ ପାଆନ୍ତି ତେବେ ଫର୍ଟନାଇଟ ହେଉଛି PUBG ମୋବାଇଲ୍ ଗେମର ଆଉ ଏକ ବିକଳ୍ପ। PUBGକୁ କୋରିଆ କମ୍ପାନୀ ଦ୍ବାରା ବିକଶିତ କରାଯାଇଛି ଓ ଖେଳର ମୋବାଇଲ୍ ସଂସ୍କରଣ ଚୀନ୍ ଦ୍ବାରା ବିକାଶ କରାଯାଇଛି।

ସେହିପରି ଚାଇନିଜ୍ ଆପ୍ ସେୟାର ଇଟ । ଏହା ଏକ ଲୋକପ୍ରିୟ ଅଫଲାଇନ୍ ଫାଇଲ୍ ସେୟାରିଂ ଆପ୍ ଯାହା ପ୍ଲେ ଷ୍ଟୋରରେ ଏକ ବିଲିୟନରୁ ଅଧିକ ଡାଉନଲୋଡ୍ ସହିତ ଉପଲବ୍ଧ । ଏହା ଚାଇନାରେ ବିକଶିତ ହୋଇଛି। ଏହାର ବିକଳ୍ପ ଭାବେ ଆମେ ଗୁଗଲ ଫାଇଲର ବ୍ୟବହାର କରି ଇଣ୍ଟରନେଟ୍ ବିନା ଆପ୍, ଭିଡିଓ, ଇମେଜ୍, ଅଡିଓ ଏବଂ ଅନ୍ୟାନ୍ୟ ଠାରୁ ଆଣିପାରିବା ଓ ଦେଇ ପାରିବା।

ଗଲୱାନ ଉପତ୍ୟକାରେ ଚୀନ୍ ସୌନ୍ୟଙ୍କ ସହ ମୁହାଁମୁହିଁ ହେବା ପରେ ଚାଇନାର ଆପ୍ଗୁଡ଼ିକୁ ବୟକଟ କରିବା ଚାହିଦା ବଢିଚାଲିଛି। ଏହି ରକ୍ତାକ୍ତ ସଙ୍ଘର୍ଷରେ 20 ଭାରତୀୟ ଯବାନ ଶହୀଦ ହୋଇଛନ୍ତି। ଭାରତୀୟ ଇଣ୍ଟେଲ ଏଜେନ୍ସି ଦ୍ବାରା ପ୍ରସ୍ତୁତ ତାଲିକାରେ ରହିଛି, ଟିକଟକ, ହେଲୋ, ୟୁସି ନ୍ୟୁଜ୍, ୟୁସି ବ୍ରାଉଜର, ଜେଣ୍ଡର, କ୍ଲବ ଫ୍ୟାକଟ୍ରି, ୱାଣ୍ଡର କ୍ୟାମେରା ଏବଂ ସେଲଫି ସିଟି ଭଳି ଆପ୍।

ବିୟୁଟି ପ୍ଲସ୍ ପାଇଁ ଇଣ୍ଡିଆନ୍ ସେଲଫି କ୍ୟାମେରା ହେଉଛି ଏକ 'ମେକ୍ ଇନ୍ ଇଣ୍ଡିଆ' ବିକଳ୍ପ । ଏହା ଫିଲ୍ଟର ସହିତ ଇଫେକ୍ଟ ସହିତ ଆପଣଙ୍କ ସେଲଫି ଏବଂ ଫଟୋକୁ ଅଧିକ ସୁନ୍ଦର କରିପାରେ । ଇଣ୍ଟେଲ ଏଜେନ୍ସିଗୁଡିକର ସୁପାରିଶରେ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟର ଏହାକୁ ସମର୍ଥନ ରହିଛି । ସ୍ଥିର ହୋଇଛି ଯେ ଚୀନ୍ ସହ ଜଡିତ କିଛି ସମସ୍ତ ସାମଗ୍ରୀକୁ ଦେଶର ସୁରକ୍ଷା ପାଇଁ ବୟକଟ କରାଯିବା ଜରୁରୀ।

ABOUT THE AUTHOR

...view details