ନ୍ୟୁୟର୍କ: ହୋଷ୍ଟନରେ ରବିବାର ‘ହାଓଡି ମୋଦି’ କାର୍ଯ୍ୟକ୍ରମ ପରେ ଆଜି (ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ୍ୟୁୟର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ସାକ୍ଷାତକାର କରିଛନ୍ତି । ୟୁଏନ ହେଡକ୍ବାର୍ଟରରେ ପିଏମ ମୋଦି ଓ ୟୁଏସ ପ୍ରେସିଡେଣ୍ଟଙ୍କ ମଧ୍ୟରେ ବୈଠକ ପୂର୍ବରୁ ପୁନର୍ବାର ଟ୍ରମ୍ପ ଜମ୍ମୁ-କଶ୍ମୀରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ସମସ୍ୟାର ସମାଧାନ କରିବା ପାଇଁ ପୁଣିଥରେ ଆଗ୍ରହ ପ୍ରକାଶ କରିଛନ୍ତି ।
ଏହି ବୈଠକରେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପୀଷୁୟ ଗୋଏଲଙ୍କ ସମତେ ଅନେକ ଅଧିକାରୀ ଉପସ୍ଥିତ ରହିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଟ୍ରମ୍ପଙ୍କୁ ହୋଷ୍ଟନରେ ହାଓଡି ମୋଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପାଇଁ ଧନ୍ୟବାଦ ଜଣାଇଛନ୍ତି । ମୋଦି କହିଛନ୍ତି ଯେ ଟ୍ରମ୍ପ ମୋର ଜଣେ ଭଲ ବନ୍ଧୁ, ମାତ୍ର ସେ ଭାରତର ସବୁଠାରୁ ଜଣେ ଭଲ ବନ୍ଧୁ ।
ଏହି ବୈଠକରେ ସାମ୍ବାଦିକ ମାନେ ପାକ୍ ପିଏମଙ୍କ ଏକ କଥାକୁ ନେଇ ଟ୍ରମ୍ପଙ୍କୁ ପ୍ରଶ୍ନ କରିଥିଲେ । କିଛି ଦିନ ତଳେ ପାକିସ୍ତାନ ପିଏମ ଇମ୍ରାନ ଖାନ ମାନିଥିଲେ ଯେ, ପାକିସ୍ତାନରେ ଆଇଏସଆଇ୍ ଅଲ୍ କାଏଦାକୁ ଆତଙ୍କବାଦୀ କାର୍ଯ୍ୟକଳାପରେ ଉସୁକାଉଥିବା ସହ ପ୍ରଶିକ୍ଷିତ କରୁଛି । ଏହାକୁ ନେଇ ସାମ୍ବାଦିକ ଟ୍ରମ୍ପକୁ ଏନଇ ତାଙ୍କର କଣ ମତ ରହିଛି ବୋଲି ପ୍ରଶ୍ନ କରିଥିଲେ । ପିଏମ ମୋଦି ଏହି ବାବଦରେ ଭଲ ଭାବରେ ଦେଖାରଖା କରିବେ ବୋଲି ଟ୍ରମ୍ପ ଉତ୍ତର ରଖିଥିଲେ । ଏହାବାଦ ୟୁଏସ ପ୍ରେସିଡେଣ୍ଟ ଭାରତ ଓ ପାକିସ୍ତାନ ମଧ୍ୟରେ ଥିବା ତିକ୍ତତା ଆପୋଷ ସମାଧାନ କରିବା ପାଇଁ ଆଶା ବ୍ୟକ୍ତ କରିଛନ୍ତି । ଆଗାମୀ ଦିନରେ ଭାରତ ସହ ବାଣିଜ୍ୟିକ କାରବାରରେ ବୃଦ୍ଧି ପାଇବ ବୋଲି ମଧ୍ୟ ସେ କହିଛନ୍ତି ।