ତିରାନା: ଭୟଙ୍କର ଭୂକମ୍ପରେ ଥରିଥିଲା ପୂର୍ବ ୟୁରୋପୀୟ ଦେଶ ଆଲବାନିଆ । ଆଉ ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ରହିଥିଲା 6.4 । ମଙ୍ଗଳବାର ଦେଶର ରାଜଧାନୀ ତିରାନାରେ ଏହାର ଝଟକା ଅନୁଭୂତ ହୋଇଥିଲା । ଯାହା ଫଳରେ ଡରେସ ସିଟି ଅଧିକ କ୍ଷତିଗ୍ରସ୍ତ ହୋଇଛି ।
ଆଲବାନିଆ ଭୂକମ୍ପ: ମୃତ୍ୟୁ ସଂଖ୍ୟା 46 ଛୁଇଁଲା - death troll rises to 46
ମଙ୍ଗଳବାର ଭୂକମ୍ପରେ ଥରିଥିଲା ପୂର୍ବ ୟୁରୋପୀୟ ଦେଶ ଆଲବାନିଆ । ଅଧିକ ପ୍ରଭାବିତ ହୋଇଥିଲା ଦେଶର ରାଜଧାନୀ ତିରାନା। ଉଦ୍ଧାରକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବା ସହ ଏହା ଯୋଗୁଁ 46 ଲୋକଙ୍କ ମୃତ୍ୟୁ ଘଟିଛି। ଆଗକୁ ପଢନ୍ତୁ...
ଫଟୋ ସୌଜନ୍ୟ: ଏଏନଆଇ
ବର୍ତ୍ତମାନ ଭୂକମ୍ପ ଯୋଗୁଁ ମୃତ୍ୟୁ ସଂଖ୍ୟା 46ରେ ପହଞ୍ଚିଛି । ମଙ୍ଗଳବାର ଏହି ଶକ୍ତିଶାଳୀ ଭୂକମ୍ପର ପ୍ରଭାବ ଅନୁଭୂତ ହୋଇଥିଲା । ଏହାର ତୀବ୍ରତା ଅଧିକ ଥିବାରୁ ମାଟିତଳେ ଅନେକ ଲୋକ ଫସି ଯାଇଥିଲେ । ଏଥିରେ ଆହତ ହୋଇଥିବା ଲୋକଙ୍କୁ ମଧ୍ୟ ଉଦ୍ଧାର କରାଯା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହାସହ ଆଜି ଉଦ୍ଧାରକାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।