ଓଡିଶା

odisha

ETV Bharat / international

ଓବାମାଙ୍କ କାର୍ଯ୍ୟକାଳରେ ଅଲକାଏଦାକୁ ମିଳିଛି ଆର୍ଥିକ ସହାୟତା - financial support to Al-Qaeda

ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳରେ ପାକିସ୍ଥାନର ଆତଙ୍କୀ ସଂଗଠନକୁ ମିଳିଛି ଆର୍ଥିକ ସହାୟତା । ସିନେଟ ରିପୋର୍ଟରୁ ମିଳିଲା ତଥ୍ୟ । ପଢନ୍ତୁ ଅଧିକ...

ଓବାମାଙ୍କ କାର୍ଯ୍ୟକାଳରେ ଅଲ-କାଏଦାକୁ ମିଳିଛି ଆର୍ଥିକ ସହାୟ
ଓବାମାଙ୍କ କାର୍ଯ୍ୟକାଳରେ ଅଲ-କାଏଦାକୁ ମିଳିଛି ଆର୍ଥିକ ସହାୟ

By

Published : Jan 5, 2021, 8:57 PM IST

ଓ୍ବାଶିଂଟନ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ କାର୍ଯ୍ୟକାଳରେ ପାକିସ୍ଥାନର ଆତଙ୍କୀ ସଂଗଠନକୁ ମିଳିଛି ଆର୍ଥିକ ସହାୟତା । ସହାୟତା ବାବଦରେ ଓବାମା ପ୍ରଶାସନକୁ ଜଣାଥିବା ତଥ୍ୟ ପ୍ରଘଟ ହେବା ପରେ ଓବାମାଙ୍କ ଉପରେ ପ୍ରଶ୍ନ ସୃଷ୍ଟି ହୋଇଛି । ପାକିସ୍ଥାନରେ ନିଷିଦ୍ଧ ଘୋଷଣା ହୋଇଥିବା ଇସଲାମିକ ଉଗ୍ରପନ୍ଥୀ ସଂଗଠନ ଅଲ-କାଏଦାକୁ ଆମେରିକାରୁ ଆର୍ଥିକ ସହାୟାତା ମିଳିଥିବା ଆମେରିକାର ସିନେଟ କମିଟି ଦ୍ବାରା ପ୍ରଦତ୍ତ ଏକ ରିପୋର୍ଟକରେ ଦର୍ଶାଯାଇଛି ।

ଆମେରିକୀୟ ସିନେଟର ଫାଇନାନ୍ସ କମିଟି ଦ୍ବାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଓବାମାଙ୍କ କାର୍ଯ୍ୟକାଳ ସମୟରେ ଆତଙ୍କୀ ସଂଗଠନ ଅଲକାଏଦାକୁ ପ୍ରାୟ 2 ଲକ୍ଷ ଆମେରିକୀୟ ଡଲାର ସହାୟତା ମିଳିଛି । ଏହି ମୋଟା ଅଙ୍କର ଅର୍ଥରାଶି ଆତଙ୍କୀ ସଂଗଠନର ରିଲିଫ ଏଜେନ୍ସି ପାଣ୍ଠିକୁ ପାଠାଯାଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।ଏହି ଫଣ୍ଡ ଆମେରିକାର କୌଣସି ବେସରକାରୀ ସଂସ୍ଥା ନୁହେଁ ସରକାରୀ ଏଜେନ୍ସି ଦ୍ବାରା ପ୍ରଦାନ କରାଯାଇଥିବା ଓବାମା ପ୍ରଶାସନର ଆତଙ୍କବାଦ ବିରୋଧୀ ଆଭିମୁଖ୍ୟ ପ୍ରତି ପ୍ରଶ୍ନ ସୃଷ୍ଟି କରିଛି ।

କେବଳ ପାକିସ୍ଥାନ ନୁହେଁ ମଧ୍ୟ ପ୍ରାଚ୍ଯରେ ସକ୍ରିୟ ଥିବା କିଛି ଆତଙ୍କୀ ସଂଗଠନକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଓବାମା ଆମେରିକାର ରାଷ୍ଟ୍ରପତି ଥିବା ବେଳେ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ବିଭିନ୍ନ କଟକଣା ଜାରି କରାଯାଇଥିବା ବେଳେ ଏପ୍ରକାର ତଥ୍ୟ ତତ୍କାଳୀନ ଆମେରିକା ପ୍ରଶାସନର ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛି ।

ଆମେରିକା ଠାରୁ ମିଳିଥିବା ଆର୍ଥିକ ସହାୟତାରେ ଆତଙ୍କୀ ସଂଗଠନ ନିଜର ସଦସ୍ୟ ବୃଦ୍ଧି କରିବା ସହ ଅତ୍ୟାଧୁନିକ ଅସ୍ତ୍ରସସ୍ତ୍ର ଓ ବିସ୍ଫୋରକ ସାମଗ୍ରୀ କିଣି ନିଜକୁ ଶକ୍ତିଶାଳୀ କରିଛନ୍ତି। ସେହିପରି ଆତଙ୍କବାଦୀ ସଂଗଠନ ଗୁଡିକ ଭାରତ, ଆଫଗାନିସ୍ଥାନ, ଓ ମଧ୍ୟ ପ୍ରାଚ୍ୟରେ ଆତଙ୍କ କାର୍ଯ୍ୟକଳାପ ବୃଦ୍ଧି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details