ତେଲ ଆଭିଭ: ସିରିଆରର ଆଲେପ୍ପୋ ଉପକଣ୍ଠରେ ଏୟାର ଷ୍ଟ୍ରାଇକ । ଆକ୍ରମଣରେ ଦକ୍ଷିଣ ପୂର୍ବ ଉପକଣ୍ଠର ସଫିରାରେ ଅନେକ ସାମରିକ ଡିପୋକୁ ଧ୍ବଂସ ବିଧ୍ବଂସ ହୋଇଯାଇଛି । ସ୍ପୁଟିନକ ରିପୋର୍ଟ ମୁତାବକ ଏନେଇ ସୂଚନା ଦେଇଛନ୍ତି ସିରିଆର ସେନା କମାଣ୍ଡର । ସିରିଆର ଦକ୍ଷିଣ ଭାଗରେ ଇସ୍ରାଏଲର ସାମରିକ ହେଲିକପ୍ଟରଗୁଡିକୁ କ୍ଷେପଣାସ୍ତ୍ର ଆକ୍ରମଣ କରିବାର କିଛି ଦିନ ପରେ ଏହା ଘଟିଛି। ସାନା ରିପୋର୍ଟ ଅନୁସାରେ ଗତକିଛି ଦିନ ପର୍ବରୁ ସିରିଆର ଦକ୍ଷିଣପୂର୍ବ ଅଞ୍ଚଳର ବୈଜ୍ଞାନିକ ଅନୁସନ୍ଧାନ କେନ୍ଦ୍ର, ଆଲେପ୍ପେ ଉପରେ ଆକ୍ରମଣ କରାଯାଇଥିଲା ।
ସିରିଆରେ ଏୟାରଷ୍ଟ୍ରାଇକ, ଅନେକ ସାମରିକ ଡିପୋ ଧ୍ବଂସ - Airstrike in Syria
ଇସ୍ରାଏଲର ସାମରିକ ହେଲିକପ୍ଟରଗୁଡିକ ସିରିଆର ଦକ୍ଷିଣ ଭାଗରେ କ୍ଷେପଣାସ୍ତ୍ର ଆକ୍ରମଣ କରିବାର କିଛି ଦିନ ପରେ ସିରିଆରେ ଏୟାର ଷ୍ଟ୍ରାଇକ୍ । ଏହି ଆକ୍ରମଣ ସମ୍ପର୍କରେ ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।
ସିରିଆରେ ଏୟାରଷ୍ଟ୍ରାଇକ, ଅନେକ ସାମରିକ ଡିପୋ ଧ୍ବଂସ
ମେ 4 ରେ ଶତ୍ରୁ ବିମାନ ସିରିଆର ବାୟୁ ପ୍ରତିରକ୍ଷା ମନିଟରରେ ଦେଖା ଦେଇଥିଲା। ସେମାନେ ଇଟ୍ରିଆର ଉତ୍ତର-ପୂର୍ବ ଦିଗରୁ ଯାଉଥିଲେ। ସଫିରା ଅଞ୍ଚଳରେ ଅନେକ ସାମରିକ ଡିପୋ ଉପରେ ଆକ୍ରମଣ କରିଥିଲେ। ଏଥିରେ ବାୟୁ ପ୍ରତିରକ୍ଷା ପ୍ରଣାଳୀ ଶତ୍ରୁ କ୍ଷେପଣାସ୍ତ୍ରକୁ ପ୍ରତ୍ୟାହାର କରିନେଇଥିଲା। ସେପଟେ ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (IDF) ଏହି ଘଟଣା ସମ୍ପର୍କରେ କିଛି କହିବାକୁ ମନା କରି ଦେଇଛି।