ଓଡିଶା

odisha

ETV Bharat / international

ୟୁକ୍ରେନ ବିମାନ ଦୁର୍ଘଟଣା ପଛରେ ଇରାନର ହାତ ! - iran may responsible for ukrainian airplane crashed

ଇରାନର ରାଜଧାନୀ ତେହରାନରେ ହୋଇଥିବା ବିମାନ ଦୁର୍ଘଟଣା ଇରାନର ମିସାଇଲ ଆକ୍ରମଣ ଦ୍ବାରା ହୋଇଥିବା କିଛି ଗଣମାଧ୍ୟମ ଦାବି କରୁଛନ୍ତି । କାରଣ ଇରାନ ଦୁର୍ଘଟଣାଗସ୍ତ ବିମାନର ବ୍ଲାକ ବକ୍ସ ବିମାନ ନିର୍ମାତା କମ୍ପାନୀ ଏବଂ ଆମେରିକାକୁ ଦେବାକୁ ମନା କରିଦେଇଛି ।

airplane-crashed-in-tehran
ଫାଇଲ ଫଟୋ

By

Published : Jan 8, 2020, 9:04 PM IST

ତେହେରାନ: ଇରାନର ରାଜଧାନୀ ତେହେରାନରେ ହୋଇଥିବା ବିମାନ ଦୁର୍ଘଟଣାକୁ ନେଇ ସସ୍ପେନ୍ସ ବଢିବାରେ ଲାଗିଛି । ଦୁର୍ଘଟଣାରେ 176 ଲୋକଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ଦୁର୍ଘଟଣା ପଛର କାରଣ ଏବେ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । ଇତିମଧ୍ୟରେ ଏହି ବିମାନ ଦୁର୍ଘଟଣା ଇରାନର ମିସାଇଲ ଆକ୍ରମଣ ଦ୍ବାରା ହୋଇଥିବା କିଛି ଗଣମାଧ୍ୟମ ଦାବି କରୁଛନ୍ତି । ଏହି ଦାବି ଏଥିପାଇଁ କରାଯାଉଛି କାରଣ ଇରାନ ଦୁର୍ଘଟଣାଗସ୍ତ ବିମାନର ବ୍ଲାକ ବକ୍ସ ବିମାନ ନିର୍ମାତା କମ୍ପାନୀ ଏବଂ ଆମେରିକାକୁ ଦେବାକୁ ମନା କରିଦେଇଛି ।

ଇରାନ ଦ୍ବାରା ଆମେରିକା ସେନା ଉପରେ ଆକ୍ରମଣ କରାଯିବାର କିଛି ଘଣ୍ଟା ମଧ୍ୟରେ ୟୁକ୍ରେନର ଏହି ବିମାନ ଦୁର୍ଘଟଣାଗସ୍ତ ହୋଇଥିବାରୁ ଏଭଳି ସନ୍ଦେହ କରାଯାଉଥିଲା। କିନ୍ତୁ ଇରାନ ଘଟଣାର ତଦନ୍ତ ପାଇଁ ୟୁକ୍ରେନକୁ ବିମାନର ବ୍ଲାକବକ୍ସ ଦେବା ପାଇଁ ମନା କରିଦେବା ପରେ ଏହି ସନ୍ଦେଶ ଆହୁରି ବଢିଯାଇଛି । ଏହି ଦୁର୍ଘଟଣା ପଛରେ ଇରାନ ଥିବା ନେଇ ସନ୍ଦେହ କରାଯାଉଛି ।

ସେପଟେ ଏହା ଏକ ସାଧାରଣ ଦୁର୍ଘଟଣା ନୁହେଁ ବୋଲି ଆରବର କେତେକ ଗଣମାଧ୍ୟମ ଦାବି କରୁଛନ୍ତି । ଜୋର୍ଡାନର ଲୋକପ୍ରିୟ ନ୍ୟୁଜ ପୋର୍ଟାଲ ଅଲ ହଦିଥ୍‌ ଅନୁଯାୟୀ, ଇରାନର ଏୟାର ଡିଫେନ୍ସ ବାହିନୀ ଭୁଲ ବସତଃ ଶତ୍ରୁପକ୍ଷର ବିମାନ ଭାବି ଏହି ବିମାନକୁ ମାରି ଖସାଇ ଦେଇଛି । କିନ୍ତୁ ଏହି ୱେବସାଇଟ ଏନେଇ ଏଧିକ ବିବରଣୀ ଦେଇନାହିଁ । ଅନ୍ୟପକ୍ଷରେ ଇରାନ ଓ ୟୁକ୍ରେନ ମଧ୍ୟ ଏହି ଖବରକୁ ଏବେ ସୁଦ୍ଧା ସ୍ବୀକାର କରିନାହାନ୍ତି । ତେବେ ଗତ ୬ ତାରିଖରେ ଏହି ବିମାନର ନିୟମିତ ବୈଷୟିକ ଯାଞ୍ଚ ହୋଇଥିଲା, ଯେଉଁଥିରେ ଏହି ବିମାନରେ କୌଣସି ତ୍ରୁଟି ନଥିବା କୁହାଯାଇଛି ।

ABOUT THE AUTHOR

...view details