ଓଡିଶା

odisha

ETV Bharat / international

ସାମ୍ନାକୁ ଆସିଲା ପାକିସ୍ତାନର ଅସଲି ମୁଖା, ଅହମ୍ମଦ ମୁସଲିମଙ୍କୁ ଦେଉଛି ନିର୍ଯ୍ୟାତନା - ahmadi muslims

ପାକିସ୍ତାନରେ ଅହମ୍ମଦ ମୁସଲମାନମାନଙ୍କ ଉପରେ ନିର୍ଯ୍ୟାତନା ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ବ୍ରିଟେନର ଅଲ-ପାର୍ଟି ସଂସଦୀୟ ଗୋଷ୍ଠୀ (ଏପିପିଜି) ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ଖରବ ସାମ୍ନାକୁ ଆସିଛି ।

 ଅହମ୍ମଦ ମୁସଲିମ
ଅହମ୍ମଦ ମୁସଲିମ

By

Published : Aug 1, 2020, 4:01 PM IST

ଇସଲାମାବାଦ : ଭାରତ ବିରୋଧରେ ମାନବ ଅଧିକାର ଉଲଙ୍ଘନର ଅଭିଯୋଗ କରୁଥିବା ପାକିସ୍ତାନର ଅସଲି ମୁଖା ପୁଣି ଥରେ ବିଶ୍ବ ସମ୍ମୁଖରେ ଆସିଛି । ନିଜ ଦେଶର ଅହମ୍ମଦ ସମ୍ପ୍ରଦାୟ ସହ ଭେଦଭାବ କରୁଛି ପାକିସ୍ତାନ । ପାକିସ୍ତାନରେ ଅହମ୍ମଦ ମୁସଲମାନମାନଙ୍କ ଉପରେ ନିର୍ଯ୍ୟାତନା ହେଉଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି । ବ୍ରିଟେନର ଅଲ-ପାର୍ଟି ସଂସଦୀୟ ଗୋଷ୍ଠୀ (ଏପିପିଜି) ଦ୍ୱାରା ପ୍ରକାଶିତ ରିପୋର୍ଟରେ ଏଭଳି ଚାଞ୍ଚଲ୍ୟକର ଖରବ ସାମ୍ନାକୁ ଆସିଛି ।

ଇସଲାମିକ୍ ରିପବ୍ଲିକ୍ ଦେଶ ପାକିସ୍ତାନରେ ଅହମ୍ମଦ ସମ୍ପ୍ରଦାୟର ଭେଦଭାବ ସମ୍ପର୍କରେ ଏହି ରିପୋର୍ଟରେ ତଥ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଅହମ୍ମଦ ମୁସଲମାନମାନଙ୍କ ଉପରେ ନିର୍ଯ୍ୟାତନା ଏବଂ ଆନ୍ତର୍ଜାତୀୟ ଉଗ୍ରବାଦ ବୃଦ୍ଧି ହୋଇଛି । ଭାରତ ବିଭାଜନ ଏବଂ ପାକିସ୍ତାନ ଗଠନ ପରେ ଏହି ଶାନ୍ତି ପ୍ରେମୀ ସମ୍ପ୍ରଦାୟ ଉପରେ ନିର୍ଯ୍ୟାତନା ତୀବ୍ର ହୋଇଥିଲା । ପାକିସ୍ତାନ ଗଠନରେ ଅହମ୍ମଦ ମୁସଲମାନମାନେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କିନ୍ତୁ ସେମାନଙ୍କତୁ ବର୍ତ୍ତମାନ ପାକିସ୍ତାନରେ ନିର୍ଯ୍ୟାତନା ଦିଆଯାଉଛି । ତେବେ ପାକିସ୍ତାନର ଗଠନ ପରେ ଅହମ୍ମଦ ମୁସଲମାନମାନଙ୍କୁ ପ୍ରଭାବଶାଳୀ ପଦବୀରୁ ହଟାଇବାକୁ ଚେଷ୍ଟା କରାଯାଇଥିଲା । ପାକିସ୍ତାନକୁ ଏକ 'ଇସଲାମିକ' ରାଜ୍ୟ କରିବା ପାଇଁ ଏହି ଧାର୍ମିକ ମତଭେଦ ସୃଷ୍ଟି ହୋଇଥିଲା ବୋଲି ରିପୋର୍ଟରେ କୁହାଯାଇଛି ।

1974 ମସିହାରେ ପ୍ରଧାନମନ୍ତ୍ରୀ ଜୁଲଫିକର ଅଲି ଭୁଟ୍ଟୋ ଏହି ସମ୍ପ୍ରଦାୟ ବିରୋଧୀ ଆନ୍ଦୋଳନକୁ ନିର୍ଯ୍ୟାତନାରେ ପରିଣତ କରିଥିଲେ। ସେ 1974 ମସିହାରେ ସାମ୍ବିଧାନିକ ସଂଶୋଧନ ପ୍ରଣୟନ କରି ଅହମ୍ମଦ ମୁସଲମାନମାନଙ୍କୁ ଟାର୍ଗେଟ କରିଥିଲେ ବୋଲି ଏହି ରିପୋର୍ଟରେ କୁହାଯାଇଛି । ତେବେ ବର୍ତ୍ତମାନ ପାକିସ୍ତାନରେ ଅହମ୍ମଦ ବିରୋଧୀ ମୁସଲିମ ଭାବନା ପୂର୍ବ ଭଳି ଶକ୍ତିଶାଳୀ ଏବଂ ହିଂସାତ୍ମକ ରହିଥିବା ଏଥିରେ ଉଲ୍ଲେଖ କରାଯାଇଛି ।

ଏହି ରିପୋର୍ଟରେ 28 ମେ 2010 ର ଏକ ଘଟଣା ବର୍ଣ୍ଣନା କରାଯାଇଛି । ଏଥିରେ କୁହାଯାଇଛି ଯେ, ଲାହୋରରେ ଦୁଇଟି ଅହମ୍ମଦ ମୁସଲିମ ମସଜିଦ ଉପରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣରେ 86 ଅହମ୍ମଦ ମୁସଲମାନ ଏବଂ ଜଣେ ଖ୍ରୀଷ୍ଟିଆନଙ୍କର ମୃତ୍ୟୁ ଘଟିଥିଲା । କେବଳ ସେତିକି ନୁହେଁ ସେମାନଙ୍କ ସମାଧିରୁ 'ମୁସଲିମ୍' ଶବ୍ଦ ମଧ୍ୟ ହଟାଇ ଦିଆଯାଇଥିଲା । ଅହମ୍ମଦ ମୁସଲମାନମାନଙ୍କୁ ପାକିସ୍ତାନରେ ଭୋଟ୍ ଦେବାର ଅଧିକାର ବଞ୍ଚିତ କରାଯାଇଛି ଏବଂ ସେମାନଙ୍କର ମୂଳ ଧାର୍ମିକ ଗ୍ରନ୍ଥ ନିଷେଧ କରାଯାଇଛି।

ଏହା ବ୍ୟତୀତ ଅହମ୍ମଦ ବିରୋଧୀ ଘୃଣା ବୃଦ୍ଧି କରିବା ପାଇଁ ସେଠାକାର ବିଦ୍ୟାଳୟରେ ପିଲାମାନଙ୍କୁ ଶିକ୍ଷା ଦିଆଯାଏ ବୋଲି ଜଣାପଡିଛି ।

ABOUT THE AUTHOR

...view details