ଓଡିଶା

odisha

ETV Bharat / international

ପୁଣି ଦୋହଲିଲା ଶ୍ରୀଲଙ୍କା, ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ

ଏହି ସିରିଜ ବୋମା ବିସ୍ଫୋରଣରେ ଶ୍ରୀଲଙ୍କା ପୋଲିସ ବର୍ତ୍ତମାନ ଯାଏ ୨୪ ଜଣଙ୍କୁ ଗିରଫ କରିଛି । ଏହାସହ ପୋଲିସକୁ କଲମ୍ବୋର ମୁଖ୍ୟ ବସଷ୍ଟାଣ୍ଡରେ ୮୭ଟି ବୋମା ଡେଟୋନେଟର୍ସ ମିଳିଛି ।

By

Published : Apr 22, 2019, 7:28 PM IST

ଫଟୋ ସୌଜନ୍ୟ: ଏଏନଆଇ

କଲମ୍ବୋ: ପୁଣି ବୋମା ବିସ୍ଫୋରଣରେ ଦୋହଲିଲା ଶ୍ରୀଲଙ୍କା । କଲମ୍ବୋ ନିକଟସ୍ଥ ଏକ ଚର୍ଚ୍ଚରେ ବୋମା ନିଷ୍କ୍ରିୟ ବେଳେ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ କୌଣସି ମୃତାହତର ଖବର ଆସିନାହିଁ । ରବିବାର ଇତିହାସରେ ସବୁଠାରୁ ବଡ ବିଧ୍ବଂସକାରୀ ସିରିଜ ବୋମା ବିସ୍ଫୋରଣ ଶିକାର ହୋଇଥିଲା ଶ୍ରୀଲଙ୍କା । ଏହି ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୨୯୦ରେ ପହଞ୍ଚି ଥିବା ବେଳେ ୪୫୦ରୁ ଅଧିକ ଆହତ ହୋଇଛନ୍ତି ।


ଏହି ସିରିଜ ବୋମା ବିସ୍ଫୋରଣରେ ଶ୍ରୀଲଙ୍କା ପୋଲିସ ବର୍ତ୍ତମାନ ଯାଏ ୨୪ ଜଣଙ୍କୁ ଗିରଫ କରିଛି । ଏହାସହ ପୋଲିସକୁ କଲମ୍ବୋର ମୁଖ୍ୟ ବସଷ୍ଟାଣ୍ଡରେ ୮୭ଟି ବୋମା ମିଳିଛି । ରାଷ୍ଟ୍ରପତି ମୈତ୍ରୀପାଲା ସିରିସେନା ସୋମବାର ମଧ୍ୟରାତ୍ରିରୁ ସମଗ୍ର ଦେଶରେ ଜାତୀୟ ଜରୁରିକାଳୀନ ପରିସ୍ଥିତି ଲାଗୁ ହେବା ବୋଲି ଘୋଷଣା କରିଛନ୍ତି ।

For All Latest Updates

ABOUT THE AUTHOR

...view details