ଓଡିଶା

odisha

ETV Bharat / international

ଆଫଗାନ ଛାତିରେ ହିଂସାର ତାଣ୍ଡବ, କାବୁଲ କବଜା କରିବାକୁ ମାଡିଆସୁଛି ତାଲିବାନ

ଗତ ଏକ ସପ୍ତାହ ମଧ୍ୟରେ ଅନେକ ବଡ ସହରକୁ ନିଜ କବଜାକୁ ନେଇସାରିବା ପରେ ରାଜଧାନୀ କାବୁଲ ମୁହାଁ ହୋଇଛି ତାଲିବାନ । ଅଧିକ ପଢନ୍ତୁ...

ଆଫଗାନ ଛାତିରେ ହିଂସାର ତାଣ୍ଡବ, କାବୁଲ କବଜା କରିବାକୁ ମାଡିଆସୁଛି ତାଲିବାନ
ଆଫଗାନ ଛାତିରେ ହିଂସାର ତାଣ୍ଡବ, କାବୁଲ କବଜା କରିବାକୁ ମାଡିଆସୁଛି ତାଲିବାନ

By

Published : Aug 13, 2021, 4:42 PM IST

କାବୁଲ: ଆଫଗାନିସ୍ତାନର ଛାତି ଉପରେ ହିଂସାର ତାଣ୍ଡବ ରଚୁଛି ତାଲିବାନ। ଦିନକୁ ଦିନ ବଢିଚାଲିଛି ଆତଙ୍କୀଙ୍କ ଔଦ୍ଧତାମୀ । ଗତ ଏକ ସପ୍ତାହ ମଧ୍ୟରେ ଅନେକ ବଡ ସହରକୁ ନିଜ କବଜାକୁ ନେଇସାରିବା ପରେ ରାଜଧାନୀ କାବୁଲ ମୁହାଁ ହୋଇଛି ତାଲିବାନ ।

ଆଫଗାନିସ୍ତାନର ବଡ ସହରେ ମଧ୍ୟରେ ପ୍ରସିଦ୍ଧ କାନ୍ଦାହାର, ଗଜନି, ଲୋଗାରକୁ ତାଲିବାନ ଆତଙ୍କୀ କବଜା କରିସାରିଥିବାବେଳେ ହେରାତ ଓ ହେଲମଣ୍ଡଙ୍କୁ ମଧ୍ୟ ନିଜ ହାତକୁ ନେଇଛନ୍ତି । ଶୁକ୍ରବାର ତାଜା ସୂଚନା ଅନୁଯାୟୀ, ଏବେ ରାଜଧାନୀ କାବୁଲଠାରୁ ଆଉ ମାତ୍ର ୯୦ କିଲୋମିଟର ଦୂରରେ ରହିଛନ୍ତି ତାଲିବାନ ଆତଙ୍କୀ ।

ଗୋଟିଏ ପରେ ଗୋଟିଏ ରାଜ୍ୟ କବଜା କରୁଛି ତାଲିବାନ

ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ପରେ ପୁଣିଥରେ ତାଲିବାନ ଆତଙ୍କବାଦର ହୋଇଛି କାୟାବିସ୍ତାର । ଆଫଗାନିସ୍ତାନର ମୋଟ ୩୪ ରାଜ୍ୟରୁ ପାଖାପାଖି ୧୨ରୁ ଉର୍ଦ୍ଧ୍ବ ରାଜ୍ୟ ସମ୍ପୂର୍ଣ୍ଣ ଭାବରେ ତାଲିବାନ ଦଖଲକୁ ଆସିସାରିଛି । କାନ୍ଦାହାର ଆଫଗାନିସ୍ତାନର ଦ୍ବିତୀୟ ସର୍ବବୃହତ ସହର । ତେବେ ଏଠାରେ ତାଲିବାନର କବଜା ଦେଶ ପାଇଁ ବଡ ବିପଦ କୁହାଯାଇପାରେ ।

ଗୁରୁବାର ବିଳମ୍ବିତ ରାତିରେ କାନ୍ଦାହାରକୁ ନିଜ କବଜାକୁ ନେଇଥିଲା ତାଲିବାନ । ଏହି ସମୟରେ ସରକାରୀ କର୍ମଚାରୀ ଓ ଅନ୍ୟ ସାଧାରଣ ଲୋକେ ସହର ଛାଡି ପଳାୟନ କରିଛନ୍ତି । କାନ୍ଦାହାର ପରେ ଆଫଗାନିସ୍ତାନର ତୃତୀୟ ବଡ ସହରର ହେରାତକୁ ମଧ୍ୟ ନିଜ ହାତକୁ ନେଇଛନ୍ତି ତାଲିବାନ ଆତାଙ୍କୀ ।

କାବୁଲ ମୁହାଁ ତାଲିବାନ

ଯଦି ଗଜନି କଥା କୁହାଯାଏ, ତାହେଲେ ଏହି ସହରରେ ଏବେ ତାଲିବାନର ପାଦ ପଡିସାରିଛି । ଗଜନି ଉପରେ ତାଲିବାନର କବଜା ଅର୍ଥ ସିଧା କାବୁଲ ସହ ସମ୍ପର୍କ । ଅର୍ଥାତ ରାଜପଥରେ କାବୁଲ ସହ ରହିଛି ଗଜନିର ସିଧା ଲିଙ୍କ। ଏହାସହିତ ତାଲିବାନ ପୂନର୍ବାର ନିଜର ୨୦ ବର୍ଷର ଅସ୍ତିତ୍ବକୁ ଫେରିଛି, ଯେଉଁଠି ଏହାର ଦବଦବା ରହିଥିଲା ।

ABOUT THE AUTHOR

...view details