ଓଡିଶା

odisha

ETV Bharat / international

ତୁର୍କୀରେ ଆଉ ଏକ ସଂଗ୍ରହାଳୟକୁ ଦିଆଗଲା ମସଜିଦର ରୂପ - ସଂଗ୍ରହାଳୟକୁ ଦିଆଗଲା ମସଜିଦର ରୂପ

ଇସ୍ତାନବୁଲର ପ୍ରତୀକ କୁହାଯାଉଥିବା ହାଜିଆ ସୋଫିଆକୁ ମୁସଲିମ ପ୍ରାର୍ଥନା ଘର ଭାବେ ପରିବର୍ତ୍ତନ କରିବାର ଗୋଟିଏ ମାସ ପରେ ସରକାରଙ୍କ ଆଉ ଏକ ପଦକ୍ଷେପ । ପୂର୍ବ ବିଜାନିଟନ ଚର୍ଚ୍ଚକୁ ମସଜିଦରେ ପରିଣତ କଲେ ରାଷ୍ଟ୍ରପତି । ଅଧିକ ପଢନ୍ତୁ...

ତୁର୍କୀରେ ଆଉ ଏକ ସଂଗ୍ରହାଳୟକୁ ଦିଆଗଲା ମସଜିଦର ରୂପ
ତୁର୍କୀରେ ଆଉ ଏକ ସଂଗ୍ରହାଳୟକୁ ଦିଆଗଲା ମସଜିଦର ରୂପ

By

Published : Aug 22, 2020, 1:12 PM IST

ନୂଆଦିଲ୍ଲୀ : ମସଜିଦରେ ପରିଣତ ହେଲା ପୂର୍ବ ବିଜାନିଟନ ଚର୍ଚ୍ଚ । ଏହାକୁ ଔପଚାରିକ ଭାବେ ପରିବର୍ତ୍ତନ କରିଛନ୍ତି ତୁର୍କୀ ସରକାର । ଇସ୍ତାନବୁଲର ପ୍ରତୀକ କୁହାଯାଉଥିବା ହାଗିଆ ସୋଫିଆକୁ ମୁସଲିମ ପ୍ରାର୍ଥନା ଘର ଭାବେ ପରିବର୍ତ୍ତନ କରିବାର ଗୋଟିଏ ମାସ ପରେ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି । ଯାହାକୁ ନେଇ ସରକାରଙ୍କୁ ସମାଲୋଚନର ଶିକାର ହେବାକୁ ପଡିଛି ।

ଦେଶର ସରକାରୀ ରାଜପତ୍ରରେ ପ୍ରକାଶିତ ରାଷ୍ଟ୍ରପତି ରେସେପ ତଇପ ଏର୍ଦଗନଙ୍କ ଏକ ନିଷ୍ପତ୍ତିରେ କୁହାଯାଇଛି ଯେ, ଇସ୍ତାନବୁଲର ଚର୍ଚ୍ଚ ଅଫ ସେଣ୍ଟ ସେଭୋର ଇନ ଚୋରା, ଯାହା ତୁର୍କୀରେ କରିୟେ ନାମରେ ଅଧିକ ଜଣାଶୁଣା, ତାହାକୁ ତୁର୍କୀର ଧାର୍ମିକ ପ୍ରାଧିକରଣକୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ଏହା ମୁସଲିମ୍ ସମ୍ପ୍ରଦାୟଙ୍କ ପାଇଁ ଖୋଲାଯିବ ।

ହାଜିଆ ସୋଫିଆ ପରି, ଏହା ଶତାବ୍ଦୀ ଧରି ଏକ ଚର୍ଚ୍ଚ ଥିଲା ଏବଂ ପରେ ମସଜିଦ ହୋଇଥିଲା । ହେଲେ ଏହାର ଦଶନ୍ଧି ପରେ ଏହା ସଂଗ୍ରହାଳୟ ଭାବେ ପରିଚାଳନା କରାଯାଉଥିଲା । ଯାହାକୁ ଏର୍ଡୋଗାନ ଏବେ ମସଜିଦ ଭାବରେ ପୁନଃ ସ୍ଥାପିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଚର୍ଚ୍ଚର ପ୍ରାଚୀନ ସହରର କାନ୍ଥ ନିକଟରେ ଅବସ୍ଥିତ, ଯାହାକି ମୋଜାଇକ ଏବଂ ଭିତ୍ତିଚିତ୍ର ପାଇଁ ବିଶ୍ୱରେ ପ୍ରସିଦ୍ଧ । ଏହା ୪୦୦ ବର୍ଷର ପୁରୁଣା । ଏକାଦଶରୁ ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଏହି କୋଠା ଏବେ ବି ଝଟକୁଛି ।

ବର୍ଷ ୧୯୪୫ରେ ଏହାକୁ ସଂଗ୍ରହାଳୟ ଭାବେ ପରିବର୍ତ୍ତନ କରାଯାଇଥିଲା । ପୂର୍ବରୁ ତୁର୍କ ଶାସନ କାଳରେ ଏହା ଏକ ମସଜିଦ ଥିଲା । ଗତ ବର୍ଷ କୋର୍ଟଙ୍କ ନିଷ୍ପତ୍ତି ପରେ ଏହାକୁ ସଂଗ୍ରହାଳୟ ମାନ୍ୟତା ଶେଷ କରି ପୁଣି ଥରେ ମସଜିଦ କରାଯିବାକୁ ନିର୍ଦ୍ଦେଶ ହୋଇଥିଲା ।

ABOUT THE AUTHOR

...view details