କାବୁଲ:ଆଫଗାନିସ୍ତାନର ରାଜଧାନୀ କାବୁଲ ଜିତି ସାରିଥିବା ତାଲିବାନ ସରକାର ଗଠନ ପାଇଁ ଚଳାଛି ପ୍ରୟାସ । ସେପଟେ ଆଫଗାନିସ୍ତାନ ନାଗରିକଙ୍କୁ ମଝି ନଈରେ ଅସହାୟ ଅବସ୍ଥାରେ ଛାଡି ପଳାୟନ କରିଛନ୍ତି ରାଷ୍ଟ୍ରପତି ଅସରଫ ଘନି । ଭୟ, ଅସ୍ଥିରତା ଓ ସଙ୍କଟର ସ୍ଥିତି ମଧ୍ୟରେ ଏବେ ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ଘୋଷଣା କରିଛନ୍ତି ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ।
ଆଫଗାନିସ୍ତାନର ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ନିଜକୁ ସଂରକ୍ଷକ ରାଷ୍ଟ୍ରପତି ଘୋଷଣା କରିଛନ୍ତି । ସେ ନିଜ ପକ୍ଷରେ ସମର୍ଥନ ଯୋଗାଡ କରୁଥିବା ଟ୍ବିଟ କରିଛନ୍ତି । ସାଲେହ କହିଛନ୍ତି, ଆଫଗାନିସ୍ତାନର ସମ୍ବିଧାନ ଅନୁଯାୟୀ, ଉପରାଷ୍ଟ୍ରପତି ରାଷ୍ଟ୍ରପତିଙ୍କ ଅନୁପସ୍ଥିତିରେ କାର୍ଯ୍ୟକାରୀ ରାଷ୍ଟ୍ରପତି ହୁଅନ୍ତି । ମୁଁ ବର୍ତ୍ତମାନ ମୋ ଦେଶରେ ଅଛି ଏବଂ ମୁଁ ଆଇନଗତ ଭାବେ କେୟାରଟେକର ରାଷ୍ଟ୍ରପତି ଅଟେ ।